
କିଛି ଦିନ ପୁରରୁ କନ୍ନଡ ଚଳଚିତ୍ର ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ସିନେମା ଜଗତ ଦୁଖିତ ହୋଇଥିଲା। ଭୟଙ୍କର ହୃଦୟଘାତ ପରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବ୍ୟକ୍ତି ସିଢିରେ ବସିଛନ୍ତି ଏବଂ ସେ ଅସହାଯ ଅନୁଭବ କରୁଥିବା ଜଣା ପଡୁଛି। କିଛି ସମୟ ପରେ ସେ ତଳେ ପଡିଯିବା ଦୃଶ ଦେଖିବାକୁ ମିଳିଛି। ଏହି ଭିଡିଓ ପୋସ୍ତ କରି ୟାଦବ ପ୍ରକାଶ କୁମାର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଏହି ଭିଡିଓ ପୁନୀତ ରାଜକୁମାରଙ୍କର ସେଶ ମୂହୁର୍ତ୍ତ ଭିଡିଓ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ଅନେକ ସମୟରୁ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଭାଇରାଲ ହେଉଛି। ଆମେ କିଛି ପୋଷ୍ଟ ସାମନାକୁ ମଧ୍ୟ ଆସିଲୁ ଯେଉଁଥିରେ ସମାନ ଭିଡିଓ ସିଦ୍ଧାର୍ଥ ଶୁଖ୍ଲାଙ୍କ ମୃତ୍ୟୁ ସମୟର ଭିଡିଓ ଦାବି ସହିତ ଭାଇରାଲ ହେଇଥିଲା।
୨ ସେପ୍ଟେମ୍ବରରେ ଅମାନ ଭିଡିଓ ଟୁଇଟରରେ ପୋଷ୍ଟ ହେଇଥିଲା ଯେଉଁଥିରେ ଦାବି କରା ଯାଇଥିଲା ଯେ ଏହି ଭିଡିଓ ସିନେମା ଜଗତ କଳାକାର ଶିଦ୍ଧ୍ର୍ଥ ସୁଖଳାଙ୍କ ହୃଦୟଘାତରେ ହୋଇଥିବା ମୃତ୍ୟୁର ଭିଡିଓ ଅଟେ।
ଉପରୋକ୍ତ ଭିଡିଓରେ ମଧ୍ୟ ଆମେ ଭିଡିଓର ତାରିଖ ଦେଖିବାକୁ ପାଇଲୁ। ଭିଡିଓର ଡାହାଣ ପାର୍ଶ୍ଵରେ ୨୫/୦୮/୨୦୨୧ ଲେଖା ଯାଇଛି। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭିଡିଓ ଅଗଷ୍ଟ ମାସରୁ ଭାଇରାଲ ହେଉଛି। ଏହି ଭିଡିଓ ପୁନୀତ ରାଜକୁମାରଙ୍କ ହେଇଥିବା ସମ୍ଭବ ନୁହେଁ କାରଣ ପୁନୀତଙ୍କ ମୃତ୍ୟୁ ୨୯ ଅକ୍ଟୋବରରେ ଘଟିଥିଲା।

ଏହା ପରେ ଆମକୁ ୩୧ ଅଗଷ୍ଟ ରେ ଫାର୍ଷ୍ଟ ନ୍ୟୁଜ କନ୍ନଡ ନାମକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଆମକୁ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା ଯାହାର ଶୀର୍ଷକରେ ଲେଖାଯାଇଛି ଯେ ଏହା ବାଙ୍ଗାଲୋରର ଏକ ଜିମ୍ ରେ ଏକ ବ୍ୟକ୍ତିଙ୍କର ହୃଦୟଘାତ ହୋଇଥିବା ଏକ ଭିଡିଓ ସିସିଟିଭି ଫୁଟେଜ୍ ଅଟେ। ସମ୍ବାଦ ଅନୁଯାୟୀ ଏହା ବାଙ୍ଗାଲୋରର ବନଶଙ୍କରିର ଗୋଲ୍ଡ ଜିମ୍ ର ଭିଡିଓ ଅଟେ ଯେଉଁଠାରେ ହୃଦୟଘାତ କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।
ସିଦ୍ଧାର୍ଥ ଶୁଖ୍ଲାଙ୍କ ମୃତ୍ୟୁର ଦୃଶ୍ୟ ଦାବି ସହିତ ମଧ୍ୟ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ସେହି ସମୟରେ ଫ୍ୟାକ୍ଟ କ୍ରିଷେଣ୍ଡୋ ହିନ୍ଦୀ ଦଳ ସିକେ ଅଚୁକଟ୍ଟୁ ପୋଲିସ ଥାନାର ସବ୍ ଇନ୍ସପେକ୍ଟର ମନୋଜ କୁମାରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଇ କହିଥିଲେ, “ଏହି ସିସିଟିଭି ଫୁଟେଜ୍ ର ସିଦ୍ଧାର୍ଥ ସୁଖଳାଙ୍କ ମୃତ୍ୟୁ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ତାଙ୍କ ମୃତ୍ୟୁର ଏକ ସପ୍ତାହ ପୂର୍ବର ଘଟଣା ଅଟେ ଯେଉଁଟା ବାଙ୍ଗାଲୋରର ବନଶଙ୍କରି ଗୋଲ୍ଡ ଜିମ୍ ରେ ଘଟିଥିଲା। ଭିଡିଓରେ ଥିବା ଯୁବକଙ୍କୁ ଜିମ୍ ରୁ ବାହାରିଥିବା ସମୟରେ ହୃଦୟଘାତ ହୋଇଥିଲା ଓ ସେ ତଳେ ପଡି ଯାଇଥିଲେ। ହସ୍ପିଟାଲ ନେଉଥିବା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି କାରଣରୁ ଆମେ ଅସ୍ଵାଭାବିକ ମୃତ୍ୟୁ ମାମଲା ପଞ୍ଜୀକରଣ କରିଛୁ ଏବଂ ଏହି ଘଟଣାର ତଦନ୍ତ ଚାଲିଛି।”
ଏହା ପରେ ଆମେ ବନଶଙ୍କରି ଗୋଲ୍ଡ ଜିମ୍ ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଇ କହିଥିଲେ ଯେ ଏହି ଘଟଣା ୨୫ ଅଗଷ୍ଟରେ ଘଟିଥିଲା। ଭିଡିଓରେ ଥିବାବ୍ୟକ୍ତି ତାଙ୍କ ନିୟମିତ ଗ୍ରାହକ ନଥିଲେ। ସେଦିନ ସେ କେବଳ ଏକ ଜିମ୍ ପରୀକ୍ଷା କରିବା ପାଇଁ ଆସିଥିଲେ। ଯାହା ପରେ ତାଙ୍କର ଅସୁସ୍ଥତାକାରଣରୁ ସେ ବେହୋଶ ହେଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଆମେ ପୁନୀତ ରାଜକୁମାରଙ୍କର ମୃତ୍ୟୁ ବିଷୟରେ ସୂଚନା ଏକତ୍ର କରିଲୁ। ୨୯ ଅକ୍ଟୋବରରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ ୪୬ ବର୍ଷ ବୟସରେ ପୁନୀତ ରାଜ୍କୁମାରଙ୍କର ମୃତ୍ୟୁ ଘଟିଥିଲା। ୨୯ ଅକ୍ଟୋବରରେ ତାଙ୍କୁ ହୃଦୟଘାତ ହୋଇଥିବା କାରଣରୁ ହସ୍ପିଟାଲରେ ଦାଖଲ କରା ଯାଇଥିଲା ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଡାକ୍ତର ମାନଙ୍କ ଅନୁଯାୟୀ ତାଙ୍କୁ ସାଂଘାତିକ ହୃଦୟଘାତ ହୋଇଥିଲା ଏବଂ ସେହି କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ପୁନୀତ ରାଜକୁମାରଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ପୁନୀତଙ୍କ ମୃତ୍ୟୁର ଅନେକ ଦିନ ପୂର୍ବର ଭିଡିଓ ଅଟେ। ଭିଡିଓରେ ଥିବା ବ୍ୟକ୍ତି ବାଙ୍ଗାଲୋରର ଏକ ଜିମ୍ ର ଅନିୟମିତ ଗ୍ରାହକ ଥିଲେ।

Title:କ’ଣ ଭାଇରାଲ ଭିଡିଓ ସିନେମା ଜଗତ ସୁପରସଷ୍ଟାର ପୁନୀତ ରାଜକୁମାରନ ସେଶ ମୂହୁର୍ତ୍ତର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
