କ’ଣ ନିର୍ବାଚନ ସମୟରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

False Political

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଭିଡ ମଧ୍ୟରେ ଯୋଗୀ ଆଦିତ୍ୟନାଥ ବସିଥିବା ବେଳେ ଲୋକଙ୍କୁ ଟଙ୍କା ବଟନ ଚାଲିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଭୋଟ୍ ଜିତିବା ପାଇଁ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି। 

ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

୧୧ ଫେବୃଆରି ରେ ଓଡିଶା ୟୁଥ୍ କଂଗ୍ରେସ ନିଜ ଅଫିସିଆଲ ଫେସବୁକ ଏକାଉଣ୍ଟରେ ଭିଡିଓ ପୋଷ୍ଟ କରି କହିଛି, “ଏହା କ’ଣ ହେଉଛି, ଏପରି ହେବା ଉଚିତ ନୁହେଁ। ଏପରି ନିର୍ବାଚନ ଲଢୁଛନ୍ତି, ଦେଶରେ ପ୍ରଥମ ଥର ଏପରି ହେଉଛି ଯେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଜିତିବା ପାଇଁ ଲୋକଙ୍କ ମଧ୍ୟରେ ପଇସା ବାଣ୍ଟିବାକୁ ପଡୁଛି।”

Facebook | Archive

ଆମ ଅନୁସନ୍ଧାନ: 

ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିଲୁ ଯେ ଭିଡିଓରେ ଏକ ଫେସବୁକ ପେଜର ନାମ (ଅମିତ ଶାହ ଫ୍ୟାନ୍) ଲେଖା ଯାଇଛି। ଏହି ଫେସବୁକ ପେଜର ଆର୍କାଇଭ୍ ରେ ଆମେ ସମାନ ଭିଡିଓ ୨୦୧୯ ମସିହାରେ ପୋଷ୍ଟ ହେଇଥିବା ପାଇଲୁ। ଭିଡିଓ ସହିତ ପୋଷ୍ଟରେ ଲେଖା ଯାଇଛି ଏହା ଯୋଗୀ ଆଦିତ୍ୟନାଥଙ୍କ ଏକ ପୁରୁଣା ଭିଡିଓ। ଆପଣ ମାନେ ନିଜେ ଦେଖି ନିଅନ୍ତୁ କ’ଣ ହେଉଛି। ଏହି ଭିଡିଓର ପ୍ରଥମ ଭାଗରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକଙ୍କୁ ମାଡ ମାରିବା ଘଟଣାରେ ଯୋଗୀ ଆଦିତ୍ୟନାଥ ଅଧିକାରୀ ମାନଙ୍କୁ କଡା ପ୍ରଶ୍ନ କରୁଛନ୍ତି। 

ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ୨୩ ମାର୍ଚ ୨୦୧୯ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ପୋଷ୍ଟ ହେଇଥିବା ମିଳିଲା। 

୨୦୧୯ ମସିହାରେ ଫ୍ୟାକ୍ଟ କ୍ରିଷେଣ୍ଡୋ ହିନ୍ଦୀ ଦଳ ଏହି ଦାବିକୁ ଖଣ୍ଡନ କରିଥିଲା। ସେଠାରେ ପ୍ରମାଣିତ ହେଇଥିଲା ଯେ ଭାଇରାଲ ଭିଡିଓ ୨୦୧୨ ମସିହାର ଅଟେ ଯେତେବେଳେ ଅଗ୍ନିକାଣ୍ଡ କାରଣରୁ ଫସଲ ନଷ୍ଟ ହେଇଥିବାରୁ ଯୋଗୀ ଆଦିତ୍ୟନାଥ କୃଷକ ମାନଙ୍କ ମଧ୍ୟରେ ପାଇସା ବାଣ୍ଟି ଥିଲେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ୨୦୧୨ ମସିହାର ଅଟେ ଯେତେବେଳେ ଫସଲ ନଷ୍ଟ ହେଇଥିବାରୁ ଯୋଗୀ ଆଦିତ୍ୟନାଥ କୃଷକଙ୍କ ମଧ୍ୟରେ ପଇସା ବାଣ୍ଟି ଥିଲେ। ଏହି ଭିଡିଓର ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ନିର୍ବାଚନ ସମୟରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *