କ’ଣ ଭାଇରାଲ ଭିଡିଓରେ ନାରା ଲଗାଉଥିବା ପୋଲିସର ଭିଡିଓ ତ୍ରିପୁରାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ଦୂର୍ଗା ପୂଜା ସମୟରେ ବାଂଲାଦେଶରେ ଦଙ୍ଗା ହେବାର କିଛି ଦିନ ପରେ ଭାରତର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟକ ହିଂସା ଏବଂ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ତ୍ରିପୁରା ଧାର୍ମିକ ସଂଗଠନ ଦ୍ଵାରା ରେଲି ଆୟୋଜିତ କରା ଯାଇଥିଲା। ଏହି ରେଲି ସମୟରେ ପୋଲିସ ସହ ସଂଘର୍ଷ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ଘର, ଦୋକାନ ଏବଂ ଧାର୍ମିକ ସ୍ଥାନ ଭଙ୍ଗାରୁଜା ହେଇଛି। 

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ଜଣେ ପୋଲିସକର୍ମୀ ରାସ୍ତାରେ ଜୟ ଶ୍ରୀ ରାମ ନାରା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ତ୍ରିପୁରା ରାଜ୍ୟର ଦୃଶ୍ୟ ଅଟେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୩୦ ଅକ୍ଟୋବରରେ ପ୍ରଭାତ ପାଣିଗ୍ରାହୀ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଯେଉଁ ପୋଲିସକୁ ଲୋକକୁ ସୁରକ୍ଷା ଦେବା କଥା ସେମାନେ ଦଙ୍ଗାକାରୀଙ୍କ ହିନ୍ଦୁତ୍ଵବାଦୀ ସନ୍ତ୍ରାସି ମାନକ ସହିତ ମିଶି ଏପରି କରୁଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ୍ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୮ ମାର୍ଚ ୨୦୧୮ ମସିହାରେ ଏକ ଫେସବୁକ ଏକାଉଣ୍ଟରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଦଙ୍ଗାକାରୀଙ୍କ ସହିତ ବିହାର ପୋଲିସ ମଧ୍ୟ ଜୟ ଶ୍ରୀ ରାମ ନାରା ଦେଉଛି ଏବଂ ଏହି ପବିତ୍ର ନାମକୁ ବଦନାମ କରୁଛି। 

ଉପରୋକ୍ତ ପୋଷ୍ଟ ଦ୍ଵାରା ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ବର୍ତ୍ତମାନ ତ୍ରିପୁରାରେ ସାମ୍ପ୍ରଦାୟିକ ଦଙ୍ଗା ସହିତ କୌଣସି ସମ୍ବନ୍ଧ ନାହିଁ।

ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ୨୬ ଅକ୍ଟୋବରରେ ତ୍ରିପୁରାର ଚାମତିଳା ଅଞ୍ଚଳରେ ବିଶ୍ଵ ହିନ୍ଦୁ ପରିଷଦ ବିରୋଧ ସମୟରେ ଏକ ମସଜିଦ ଏବଂ ଦୁଇଟି ଦୋକାନରେ ନିଆ ଲଗାଇ ନଷ୍ଟ କରି ଦିଆ ଯାଇଥିଲା। ଏହି ଘଟଣା ପରେ ଜିଲ୍ଲାରେ ଧାରା ୧୪୪ ମଧ୍ୟ ଲାଗୁ କରା ଯାଇଥିଲା। ଘଟଣାର ଯାଞ୍ଚ କରିବା ପାଇଁ ବିଜେପି ପାଞ୍ଚ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ କମିଟିର ଗଠନ କରିଛି। 

ତ୍ରିପୁରା ପୋଲିସ ମଧ୍ୟ ଟୁଇଟ କରି ସୂଚନା ଦେଇଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଏହା ସହିତ ସେ ଲୋକଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ପାଣିସାଗର ଘଟଣା ପ୍ରସଙ୍ଗରେ କୌଣସି ଗୁଜବ ଭାଇରାଲ କରନ୍ତୁ ନାହିଁ। ତଥ୍ୟ ଯାଞ୍ଚ ନକରି କୌଣସି ଭିଡିଓକୁ ଲାଇକ କିମ୍ବା ରିଟୁଇଟ କରନ୍ତୁ ନାହିଁ। 

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ତ୍ରିପୁରା ପୋଲିସ ସହିତ ଯୋଗାଯୋଗ କରିଲା। ପୋଲିସ ଆମକୁ ସୂଚନା ଦେଲେ ଯେ ତ୍ରିପୁରା ପୋଲିସ ନାମରେ ଭାଇରାଲ ହେଉଥିବା ଏହି ଭିଡିଓ ବିଭ୍ରାନ୍ତିକର ଅଟେ। ତ୍ରିପୁରା ପୋଲିସର କୌଣସି ଯବାନ ଏପରି ରେଲିରେ ଜୟ ଶ୍ରୀ ରାମ ନାରା ଦେଇ ନାହାନ୍ତି। 

ଭାଇରାଲ ଭିଡିଓ କେଉଁ ସ୍ଥାନର ଅଟେ ସେହା ସ୍ପଷ୍ଟ ହେଇ ପାରି ନାହିଁ, କିନ୍ତୁ ଏହା ପ୍ରମାଣିତ ହେଇଛି ଯେ ଏହି ଭିଡିଓର ନିକଟରେ ତ୍ରିପୁରାରେ ଘଟିଥିବା ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଗତ ତିନି ବର୍ଷ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ ହେଇଥିଲା। ନିକଟରେ ତ୍ରିପୁରାରେ ଘଟିଥିବା ଘଟଣା ସହିତ ଏହାର କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଭାଇରାଲ ଭିଡିଓରେ ନାରା ଲଗାଉଥିବା ପୋଲିସର ଭିଡିଓ ତ୍ରିପୁରାର ଦୃଶ୍ୟ ଅଟେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *