କ’ଣ ନାସା ପୃଥିବୀ ଧ୍ଵଂସ କରିବା ପାଇଁ ଆସୁଥିବା ଏହି ଉଲ୍କାପିଣ୍ଡର ଭିଡିଓ ପ୍ରସାରିତ କରିଛି? ଜାଣନ୍ତୁ କ’ଣ ସତ୍ୟ ଏହି ଭିଡିଓର।

False Social
download.jpg

କିଛି ଦିନରୁ ସୋସିଆଲ ମିଡିଆରେ ଗୋଟିଏ ଉଲ୍କାପିଣ୍ଡ ମାଡ଼ି ଆସୁଥିବା କଥା ଭାଇରାଲ ହେଉଛି। ଅନେକ ଲୋକ ଅନେକ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକଙ୍କ ଭାବିବା ଅନୁସଶରେ ପୃଥିବୀ ଧ୍ଵଂସ ହେବା ପାଇଁ ଯାଉଛି ତ ସେହି ସମୟରେ କିଛି ଲୋକେ ଏହି କଥା କୁ ବିଶ୍ଵାସ କରି ନାହାନ୍ତି। ହେଲେ ବିଗତ ଦିନରେ ନାସା ମଧ୍ୟ କହିଛି ଯେ ଗୋଟିଏ ଉଲ୍କାପିଣ୍ଡ ପୃଥିବୀ ଦିଗରେ ତୀବ୍ର ଗତିରେ ବଢି ଆସୁଛି। ଏହି ସବୁ କଥା ମଝିରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। 

୨୯ ଏପ୍ରିଲରେ ଜଣେ ଫେସବୁକ ୟୁଜର “ଆପ ସଭି କା ଅପ୍ନା ଭାଇ କା ଗ୍ରୁପ” ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ନାସା ଏହି ଭିଡିଓର ଲାଇଭ ଟେଲିକାଷ୍ଟ କରିଛି। ଏଥିରେ ଏହା ଲେଖା ଯାଇଅଛି ଯେ ଗୋଟିଏ ବିସାଳକାଏ ଉଲ୍କାପିଣ୍ଡ ପୃଥିବୀ ସହିତ ଧକା ହେବାକୁ ଯାଉଛି। 

Archive

ଆମ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ:

ଆମ ଅନୁସନ୍ଧାରେ ଆମେ କିଛି ମୁଖ୍ୟଶବ୍ଦ ଲେଖି ଏହି ବିଷୟରେ ଖୋଜିଲୁ। ସର୍ଚ କରିଲା ପରେ ଆମକୁ ୧୪ ଜୁନ ୨୦୧୨ ମସିହାରେ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓର ବର୍ଣନାରେ ଏହା ଲେଖା ଯାଇଅଛି ଯେ ପେରୁ ଦେଶର ଜୁଲିଆକା ସହରରେ ରହୁଥିବା କୃଷ୍ଟିୟାନ ପାଲୋମୀନୋ ଗାର୍ସିୟା ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରେ ଏହି ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଆକାଶରୁ ଖସୁ ଥିବା ଗୋଟିଏ ବସ୍ତୁ ନିଆଁର ଗୋଟିଏ ଲମ୍ବା ଟ୍ରେଳ ସହିତ ଖସୁଛି। 

https://www.youtube.com/watch?v=O3gYkGmvvxk

୧୪ ଜୁନ ୨୦୧୨ ମାଇହାରେ ପେରୁ ଅନଲାଇନ ନ୍ୟୁଜରେ ଏହା କୁହା ଯାଇଅଛି ଯେ କୃଷ୍ଟିୟାନ ପାଲୋମୀନୋ ଗାର୍ସିୟା ନାମକ ଜଣେ ବ୍ୟକ୍ତି ପେରୁ ଦେଶର ଜୁଲିଆକା ସହରରେ ବୁଲି ଯାଇଥିବା ସମୟରେ ଏହି ଭିଡିଓ ରେକର୍ଡ କରିଛନ୍ତି। ଏହା ଉଲ୍କାପିଣ୍ଡ ବା ସ୍ପେସ ଦର୍ବିସ, ଏହା ବର୍ତମାନ ସୁଧା ସ୍ପଷ୍ଟ ହେଇ ନାହିଁ। ଏହି ଘଟନା ପୂର୍ବରୁ ୧୫ ସେପ୍ଟେମ୍ବର ୨୦୦୭ ମସିହାରେ ଥରେ ଉଲ୍କାପିଣ୍ଡ ପେରୁ ଦେଶର କାରାଙ୍କାସ ଆଞ୍ଚଲରେ ପଡ଼ିଥିଲା। 

Peru.png

Peru.com | Archive

ଏହି ଦୁଇଟି ପ୍ରମାଣ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ୨୦୧୨ ମସିହାର। ଆସନ୍ତୁ ଦେଖିବା ଯେ ୨୯ ଏପ୍ରିଲରେ ଆସୁଥିବା ଉଲ୍କାପିଣ୍ଡର ସତ୍ୟତା କଣ। 

୨୯ ଏପ୍ରିଲରେ ନାସା ନିଜ ୱେବ୍ସାଇଟରେ ପୃଥିବୀ ଆଡ଼କୁ ଗତି କରୁଥିବା ଉଲ୍କାପିଣ୍ଡ ବିଷୟରେ କହିଛି। ଏହି ଉଲ୍କାପିଣ୍ଡର ନାମ 1998 OR2 ରକ୍ଷା ଯାଇଅଛି। ନାସା କହିବା ଅନୁଯାୟୀ ଏହି ଉଲ୍କାପିଣ୍ଡର ଆକାର ୨ କି.ମି ଅଟେ। ନାସା ଏହି ଉଲ୍କାପିଣ୍ଡର ଗତି ୧୯୯୮ ମସିହାରୁ ନଜର ରେ ରାଖୀ ଆସିଛି। ଏହା ପୃଥିବୀ ଠାରୁ ୬୩ ଲକ୍ଷ କିଲୋମିଟର ଦୂର ରୁ ଜୀବ ବୋଲି ନାସା କହିଅଛି। ଏହି ଦୂରତା ପୃଥିବୀରୁ ଚନ୍ଦ୍ରର ଦୂରତା ଠାରୁ ୧୬ ଗୁଣା ଅଧିକ। ନାସା ଏହି ଉଲ୍କାପିଣ୍ଡର ଦୂରବୀକ୍ଷଣ ଯନ୍ତ୍ରର ଗୋଟିଏ ଫୋଟୋ ମଧ୍ୟ ପୋଷ୍ଟ କରିଛି। ଏହି ଫୋଟୋ ତଳେ ଏହା ଲେଖା ଯାଇଅଛି ଯେ ଫୋଟୋ ମଝିରେ ଥିବା ଧଳା ବିନ୍ଦୁ ହେଉଛି 1998 OR2 ଉଲ୍କାପିଣ୍ଡ। 

nasa.jpg

NASA | Archive 

ଯଦି ଦୂରବୀକ୍ଷଣ ଯନ୍ତ୍ର ସାହାଜ୍ଯତାରେ ଏହି ଉଲ୍କା ପିଣ୍ଡ ଏତେ ଛୋଟ ଦେଖା ଯାଉଅଛି ତ ଖାଲି ଆଖିରେ ଭିଡିଓରେ ଭିଡିଓରେ ଦାବି କରା ଯାଇଥିବା ଭଳି କୌଣସି ସୁଯୋଗ ନାହିଁ।

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଭିଡିଓରେ ଦେଖା ଯାଉଥିବା ବସ୍ତୁ 1998 OR2 ଉଲ୍କାପିଣ୍ଡ ନୁହେଁ। ପୋଷ୍ଟ କରା ଯାଇଥିବା ଭିଡିଓ 2012 ମସିହାର ପେରୁ ଦେଶର ଘଟଣା ଅଟେ। ନାସା କହିବା ଅନୁଯାୟୀ ଏହି ଉଲ୍କାପିଣ୍ଡ ପୃଥିବୀ ଠାରୁ 63 ଲକ୍ଷ କିଲୋମିଟର ଦୂର ରୁ ଜୀବ। ଏହା ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ।  

Avatar

Title:କ’ଣ ନାସା ପୃଥିବୀ ଧ୍ଵଂସ କରିବା ପାଇଁ ଆସୁଥିବା ଏହି ଉଲ୍କାପିଣ୍ଡର ଭିଡିଓ ପ୍ରସାରିତ କରିଛି? ଜାଣନ୍ତୁ କ’ଣ ସତ୍ୟ ଏହି ଭିଡିଓର।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *