କ’ଣ କାର କ୍ଷତିଗ୍ରସ୍ତ ହେଉଥିବା ଏହି ଭିଡିଓ ୟାସ୍ ବାତ୍ୟା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

କିଛି ଦିନ ପୂର୍ବରୁ ଓଡ଼ିଶାରେ ୟାସ୍ ବାତ୍ୟା ଆସିଥିବାରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏହି ବାତ୍ୟା କାରଣରୁ ହେଇଥିବା କ୍ଷତି ଦେଖି ପାରିବେ। ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଚିଡ଼ା ହୋଇଥିବା ଗାଡ଼ି ଉପରେ ଗୋଟିଏ ବିଲଡିଙ୍ଗର କିଛି ଅଂଶ ପଡ଼ିବାରୁ ଗାଡ଼ି ନଷ୍ଟ ହେଉଛି। 

ShareChat | Archive

ଏହି ମାସ ପଶ୍ଚିମ ଭାରତରେ ଆସିଥିବା ତଉତେ ବାତ୍ୟା ସମୟରେ ସମାନ ଭିଡିଓ ଫେସବୁକରେ ମଧ୍ୟ ମୁମ୍ବଇର ନରିମନ ପଏଣ୍ଟରେ ସ୍ଥିତ ଟ୍ରାଇଡେଣ୍ଟ ହୋଟେଲର ଦୃଶ୍ୟ ଦାବି ସହିତ ଭାଇରାଲ ହୋଇଛି। 

Archive

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓ ଏବଂ ଦାବିକୁ ମିଥ୍ୟା ବୋଲି ପାଇଲା। 

ଆମ ଅନୁସନ୍ଧାନ: 

ପ୍ରଥମେ ଆମେ ହାଇରାଲ ହେଉଥିବା ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଏହି ଭିଡିଓର ଡାହାଣ ପାର୍ଶ୍ଵ ଉପର କୋଣରେ ଆମକୁ ଭିଡିଓ ଶୂଟ୍ ହୋଇଥିବା ତାରିଖ ଦେଖିବାକୁ ମିଳିଲା। ଏହି ଭିଡିଓ ୩୦ ଜୁଲାଇ ୨୦୨୦ ରେ ଶୁଟ୍ ହୋଇଥିଲା। 

date.jpg

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି-ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଜ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମଏ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୧ ଅଗଷ୍ଟ ୨୦୨୦ ରେ ଅଲଯଜିରାର ୱେବସାଇଟରେ ଆମକୁ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ୱେବସାଇଟର ସମ୍ବାଦରେ ଅନୁଯାୟୀ ଗତ ବର୍ଷ ସାଉଦୀ ଆରବର ନାଦିନା ଅଞ୍ଚଳରେ ଭୀଷଣ ବର୍ଷା ହୋଇଥିବା ହେତୁ ଅନେକ ସମ୍ପତ୍ତିକୁ ଖ୍ଯାତି ପହଞ୍ଚିଥିଲା। ମଦିନାର ଗୋଟିଏ ଅଞ୍ଚଳରେ ବିଲଡିଙ୍ଗର ଗୋଟିଏ ଅଂଶ ଭାଙ୍ଗି ପଡ଼ିଥିବାରୁ ସେଠାରେ ପାର୍କ ହୋଇଥିବା କାର ଗୁଡ଼ିକ ନଷ୍ଟ ହୋଇଥିଲା। 

https://lh5.googleusercontent.com/GWtQRnSSin7NE905_XRfYA5Z-TTbyOiLKZ2gC1ncW3QziRuI0FoYBUm_PafN04i3MNdEE0I83CByDf8nbd_yr_8vzgNSTtKJHET3WFKIli4Qt94lJAVF-ltub2_fp8moYZQRogM

AlJazeera | Archive

ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ୟୁଟ୍ୟୁବରେ ଏହି ଭିଡିଓକୁ ସର୍ଚ କରିଲୁ। ଫଳାଫଳରେ ଆମକୁ ୩୧ ଜୁଲାଇ ୨୦୨୦ ରେ ଜଣେ ୟୁଟ୍ୟୁବ ୟୁଜରଙ୍କ ଦ୍ଵାରା ଏହି ଭିଡିଓ ପୋଷ୍ଟ ହୋଇଥିବା ମିଳିଲା। ଏହାର ଶୀର୍ଷକରେ ଲେଖା ହୋଇଛି, “ନାଦିନାରେ ପ୍ରବଳ ବର୍ଷା ଏବଂ ତୀବ୍ର ବେଗରେ ବହୁଥିବା ହାୱା କାରଣ ହେତୁ କାର ଗୁଡ଼ିକ ଉପରେ କାନ୍ଥ ଭୁଷୁଡ଼ି ପରେ ଜଣେ ବ୍ୟକ୍ତିଙ୍କର ବଞ୍ଚିବାର ମୂହୁର୍ତ୍ତ ଦେଖନ୍ତୁ।”

ଶେଷକଥା

ତଥ୍ୟ ଯାଞ୍ଚ କରିବା ପରେ ଆମେ ଭାଇରାଲ ହେଉଥିବା  ଭିଡିଓ ସହିତ ଦାବିକୁ ମିଥ୍ୟା ବୋଲି ପାଇଲୁ। ଭାଇରାଲ ଭିଡିଓର ୟାସ୍ ବାତ୍ୟା ସହିତ କୌଣସି ସମ୍ବନ୍ଧ ନହିଁ। ଏହି ଭିଡିଓ ୨୦୨୦ ମସିହାରେ ସାଉଦୀ ଆରବର ମଦିନା ସହରର ଘଟଣା ଅଟେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଦ୍ଵାରା ବାତ୍ୟା ସମ୍ବନ୍ଧିତ ଅନ୍ୟ ଫ୍ୟାକ୍ଟ ଚେକ୍ ପଢନ୍ତୁ। 

୧) 2017 ଭିଡିଓକୁ ବାଲେଶ୍ୱରରେ ୟଶ୍ ସାଇକ୍ଲୋନ ତାଣ୍ଡବ ଦାବିରେ ଭାଇରାଲ।

୨) ୨୦୧୬ ମସିହାରେ ଉରୁଗୁଏ ଦେଶରେ ଆସିଥିବା ବାତ୍ୟାର ଭିଡିଓକୁ ୟାସ୍ ବାତ୍ୟା କହି ଭାଇରାଲ କରା ଯାଉଅଛି।

Avatar

Title:କ’ଣ କାର କ୍ଷତିଗ୍ରସ୍ତ ହେଉଥିବା ଏହି ଭିଡିଓ ୟାସ୍ ବାତ୍ୟା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *