
କର୍ଣ୍ଣାଟକାରେ ହିଜାବ ବିବାଦ ଲାଗି ରହିଥିବା ବେଳେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ବିଶାଳ ଭିଡ ପତକା ସହିତ ରାସ୍ତାରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ କର୍ଣ୍ଣାଟକାର ହିନ୍ଦୁ ଛାତ୍ରମାନଙ୍କ ଦ୍ଵାରା ଏକ ରେଲି ଅଟେ। କର୍ଣ୍ଣାଟକାର ହିଜାବ ବିବାଦ ପ୍ରସଙ୍ଗରେ ଏହି ଭିଡିଓ ସେୟାର କରା ଯାଉଛି।
ଭିଡିଓ ପୋଷ୍ଟ କରି କୁହା ଯାଇଛି, “କର୍ଣ୍ଣାଟକାର ଛାତ୍ର ମାନଙ୍କୁ ଦେଖି ଲାଗୁଛି ଯେ ସନାତନ ଧର୍ମର ସୁରକ୍ଷା ପାଇଁ ନୂତନ ଉଭିଦ ଆମଠାରୁ ଅଧିକ ଶକ୍ତିଶାଳୀ, ଆମଠାରୁ ଅଧିକ ସଚେତନ। ଆମ ଭୂମିକା ଏହା ଯେ ଧର୍ମର ସୁରକ୍ଷା ପାଇଁ ଆମେ ପିଲାମାନଙ୍କୁ ଅଟକାଇବା ଉଚିତ ନୁହେଁ ବରଂ ସେମାନଙ୍କୁ ପ୍ରେରଣା ଦେବା। ଆମେ ବାତ୍ୟା ମଧ୍ୟରୁ ଡଙ୍ଗା ବାହାର କରି ଆଣିଛୁ, ପିଲାମାନେ ଏହ ଦେଶର ଯତ୍ନ ନେବାରେ ସକ୍ଷମ ହୁଅ। ଆଜି କର୍ଣ୍ଣାଟକାର ସନାତନ ପିଲାମାନେ ଏହି ଗୀତକୁ ଅର୍ଥପୂର୍ଣ୍ଣ କରିଛନ୍ତି। ଏହି ଦେଶରେ ଜିହାଦ ପାଇଁ କୌଣସି ସ୍ଥାନ ନାହିଁ। ନା ଆମ ପିଲାମାନେ ରାସ୍ତା ଅବରୋଧ କରିଛନ୍ତି ନା କୌଣସ ଲୋକଙ୍କ ପାଇଁ ଅସୁବିଧା କରିଛନ୍ତି। ଏହା ହେଉଛି ସତ୍ୟ ସନାତନ।”
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲା ପରେ ଆମେ ଏହି ଫ୍ରେମ ଗୁଡିକର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ୨୦୧୭ ରେ ଜଣେ ଉପଭୋକ୍ତା ଫେସବୁକରେ ପୋଷ୍ଟ କରି କହିଛନ୍ତି ଯେ ଏହି ଭିଡିଓଟି ମହାରାଷ୍ଟ୍ରର ଅଟେ। ଅଗଷ୍ଟ ୨୦୧୭ ରେ ପୋଷ୍ଟ ହେଇଥିବା ଅନ୍ୟ ଏକ ୟୁଟ୍ୟୁବ ଭିଡିଓରେ ଦର୍ଶାଅଯାଇଛି ଯେ ଭିଡିଓଟି ମୁମ୍ବଇର ଆଜାଦ ମୈଦାନର ନିକଟରେ ଜେଜେ ବ୍ରିଜ୍ ରେ ହେଇଥିବା ମରାଠା ଆନ୍ଦୋଳନର ଅଟେ।
ଟାଇମ୍ସ ଅଫ୍ ଇଣ୍ଡିଆ, ଅଗଷ୍ଟ ୨୦୧୭ ରେ ମୁମ୍ବଇର ଜେଜେ ବ୍ରିଜ୍ ରେ ମରାଠା କ୍ରାନ୍ତି ମୋର୍ଚ୍ଚା ପ୍ରଦର୍ଶନ କରୁଥିବା ଏହି ରେଲିର ଏକ ଫୋଟୋ ପୋଷ୍ଟ କରିଛି।
ଇଣ୍ଡିଆନ ଏକ୍ସପ୍ରେସ ଅନ୍ଲାଇନ ୨୦୧୭ ଅଗଷ୍ଟରେ ନିଜ ୟୁଟ୍ଯୂବ ଚ୍ୟାନାଲରେ ମରାଠା ମୋର୍ଚ୍ଚାର ଭିଡିଓ ପୋଷ୍ଟ କରିଥିଲା। ଥାନେରୁ ଅତି କମ୍ ରେ ୨୦୦୦ ବିକ୍ଷୋଭକାରୀ ବାଇକୁଲ୍ଲା ଠାରୁ ଆଜାଦ ମୈଦାନ ଅଭିମୁଖ ଲକ୍ଷ ଲକ୍ଷ ଅନ୍ୟମାନଙ୍କ ସହ ମରାଠା ମୋର୍ଚ୍ଚା ଆନ୍ଦୋଳନରେ ଯୋଗଦାନ ଦେବେ।
ଏବିପି ଲାଇଭ୍ ମରାଠୀ ମଧ୍ୟ ୨୦୧୭ ରେ ଏହି ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ଉହା ଯାଇଛି ଯେ ଏହା ମରାଠା ମୋର୍ଚ୍ଚାର ଭିଡିଓ ଅଟେ। ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଏବଂ ଅନ୍ୟାନ୍ୟ ଦାବି ଉଦ୍ଦେଶ୍ୟରେ ମରାଠା ସମ୍ପ୍ରଦାୟ ଏହି ମୋର୍ଚ୍ଚା କରି ଥିଲେ। ଏହି ମୋର୍ଚ୍ଚା ବାଇକୁଲ୍ଲାର ଜିଜାମାତା ଉଦ୍ୟାନରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ତ ସମୟରେ ଆଜାଦ ମୈଦାନରେ ଶେଷ ହୋଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ହାଇରାଲ ଭିଡିଓର କର୍ଣ୍ଣାଟକା ଏବଂ ହିଜାବ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୭ ମସିହାରେ ମୁମ୍ବଇରେ ହେଇଥିବା ମରାଠା ମୋର୍ଚ୍ଚାର ଭିଡିଓକୁ କର୍ଣ୍ଣାଟକାରେ ହିଜାବ ବିରୁଦ୍ଧରେ ହିନ୍ଦୁ ଛାତ୍ର ମାନଙ୍କ ଆନ୍ଦୋଳନର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ଭିଡିଓ ହିଜାବ ବିରୁଦ୍ଧରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ଦ୍ଵାରା କର୍ଣାଟକାର ଆନ୍ଦୋଳନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
