କ’ଣ ଚୀନ ସହିତ ଯୁଧ୍ୟ କରିବା ପାଇଁ ଭାରତ ଲେହ-ଲଦାକ ଅଞ୍ଚଲରେ ଗ୍ଲୋବ ମାଷ୍ଟର C-17 ବିମାନ ଏକତ୍ର କରିଛି? କ’ଣ ସତ୍ୟତା ଏହି ଭିଡିଓର?

False Social
image.jpg

୨୭ ମେ ରେ ଜଣେ ଫେସବୁକ ୟୁଜର “ଓଡ଼ିଶା ବ୍ରେକିଙ୍ଗ ନ୍ୟୁଜ” ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଲେହ ଏୟାରବେସରେ ଠିଆ ହୋଇଥିବା ଏହି ସବୁ ବିମାନ C-17 ଗ୍ଲୋବମାଷ୍ଟର ଅଟେ, ଯାହାକି ଭାରତୀୟ ବାୟୁସେନାର ସବୁଠାରୁ ବଡ଼ ଏବଂ ଭୀମକାୟ ଷ୍ଟ୍ରେଟେଜିକ ଟ୍ରାନ୍ସପୋର୍ଟ ଓ ମାଲବାହକ ବିମାନ ଅଟେ। ଭାରତୀୟ ସଶସ୍ତ୍ର ସେନା ଚୀନ କୁ କାଉଣ୍ଟର କରିବା ପାଇଁ ଭାରି ଅସ୍ତ୍ରଶସ୍ତ୍ର ସହିତ ଖାଦ୍ୟ ସାମଗ୍ରୀ ଏବଂ ଔଷଧ ପତ୍ର ଓ ଜରୁରୀ ଜିନିଷ ଏକତ୍ରିତ କରି ନେଇଛନ୍ତି। ବର୍ତ୍ତମାନ ସମୟରେ ଭାରତୀୟ ସେନାର ବାହାଦୁର ଯବାନ ମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଗଲବାନ ନଦୀର ଅପରପାର୍ଶ୍ବରେ କ୍ୟାମ୍ପ କରି ରହିଥିବା ଚିନୀ ସୈନିକ ମାନଙ୍କର ମୂହାମୁହିଁ ଠିଆ ହୋଇଛନ୍ତି ବୋଲି ଦାବି କରା ଯାଇଅଛି।

https://www.facebook.com/920801438262300/videos/357449818558844/

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ଘଟନା ବିଷୟରେ ଖୋଜିଲୁ। ସର୍ଚ କରିଲା ପରେ ଆମକୁ ଏହି ଘଟଣା ଜଡ଼ିତ ଗୋଟିଏ ୟୁଟ୍ୟୁବ ଭିଡିଓ ମିଳିଲା। ୧୮ ଡିସେମ୍ବର ୨୦୧୮ ମସିହାରେ ପଞ୍ଜାବ କେସରୀ ନ୍ୟୁଜ ନିଜ ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛି ଯେ ଭାରତ ବାୟୁ ସେନା ଲେହ ରେ ୪୬୩ ଟନ ସାମଗ୍ରୀ ପହଞ୍ଚାଇ ଇତିହାସ ବନେଇଛି। ଏକା ସହିତ ୧୬ ଟି ବିମାନ ଏହି ସାମଗ୍ରୀ ନେଇ ପହଞ୍ଚିଥିଲା। ଏହା ଦ୍ଵାରା ଚୀନ ଏବଂ ପାକିସ୍ତାନ କୁ ଚୂନଉତି ଦେଇଛି ଭାରତ ବାୟୁ ସେନା। ଭାରତ ଇତିହାସରେ ପ୍ରଥମ ଥର ଦୁନିୟାର ଏକମାତ୍ର ଦେଶ ଯିଏ ଏତେ ବିମାନ ଏବଂ ଏତେ ପରିମାଣର ସାମଗ୍ରୀ ପହଞ୍ଚାଇଛି। 

ଏହା ପରେ ଆମେ ଏହି ଭିଡିଓ କୁ ଗୁଗୁଲ କ୍ରୋମ ଇନଭିଦ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜୋଇଟ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ଫେସବୁକ ରେ ମଧ୍ୟ ମିଳିଲା। ୧୮ ଡିସେମ୍ବର ୨୦୧୮ ମସିହାରେ ପୋଷ୍ଟ ହେଇଥିବା ଏହି ଭିଡିଓରେ ଏହା ଲେଖା ଯାଇଅଛି ଯେ ଚଣ୍ଡିଗଡ ରୁ ସାମଗ୍ରୀ ପହଞ୍ଚାଇଲା ପରେ C-17 ବିମାନ ଲେହ ରେ ଚିଡ଼ା ହେଇଛି। 

https://www.facebook.com/115445181827447/videos/383627499052363/?__cft__[0]=AZUYA3mqboR7OkkPWTpNkgML4G15kzlMZ6zFgOWzCbn0q-zIF3GuZSLjntb8NwFD51VTqfjRrl5U_XAWUzsxRftvjUBvOle-p-j99Vh8TWsFq8k8Q7df_YZ6ewRXXPHI2Hx5EurPpAef-XwAp92X7vFTjEDtiIf5RKLesXGXkEWkHQ

Archive

ଏହା ପରେ ଆମେ ଏହି ବିଷୟରେ ପୁରା ଖବର ଜାଣିବା ପାଇଁ ଅନୁସନ୍ଧାନ କରିନୁ। ୧୯ ଡିସେମ୍ବର ୨୦୧୮ ମସିହାରେ ଏନ.ଡି.ଟି.ଭି ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ ନିଜ ଶକ୍ତିର ପରୀକ୍ଷା କରିବା ପାଇଁ ଭାରତୀୟ ବାୟୁ ସେନା ଏକା ଥରେ ୪୬୩ ଟନ ସାମଗ୍ରୀ ଚଣ୍ଡିଗଡ ରୁ ଲଦାକ ପହଞ୍ଚାଇଲା। ଏହି ମିସନରେ C-17 ଗ୍ଲୋବ ମାଷ୍ଟର, ଇଲ୍ୟୁଶିନ 76 ଗଜରାଜ ଏବଂ ଅନ୍ୟ ବିମାନର ବ୍ୟବହାର କରା ଯାଇଥିଲା। 

ndtv.jpg

NDTV | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୮ ମସିହାର ଅଟେ। ଏହି ବିମାନ ଗୁଡ଼ିକ 2018 ମସିହାରେ ସାମଗ୍ରୀ ନେଇ ଚଣ୍ଡିଗଡ଼ ରୁ ଲଡାକ ଆସିଥିଲା। ଏହି ଭିଡିଓର ବର୍ତମାନ ସମୟର ସୀମାରେ ଭାରତ ଆଉ ଚୀନ ସେନା ମଧ୍ୟରେ ଚାଲୁଥିବା ପରିସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ପୁରୁଣା ଭିଡିଓକୁ ବର୍ତମାନ ସମୟର କହି ଗୁଜବ ସୃଷ୍ଟି କରା ଯାଉଅଛି। 

Avatar

Title:କ’ଣ ଚୀନ ସହିତ ଯୁଧ୍ୟ କରିବା ପାଇଁ ଭାରତ ଲେହ-ଲଦାକ ଅଞ୍ଚଲରେ ଗ୍ଲୋବ ମାଷ୍ଟର C-17 ବିମାନ ଏକତ୍ର କରିଛି? କ’ଣ ସତ୍ୟତା ଏହି ଭିଡିଓର?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *