
Photo Credit: BBC
ସାରା ଦୁନିୟା ବର୍ତମାନ କୋରୋନା ଠାରୁ ତ୍ରାହି ଖୋଜୁଛି। ସମସ୍ତ ଦେଶ ଅନ୍ୟ ଅନ୍ୟ ଉପାୟ ଖୋଜି ତାକୁ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଲାଗୁ କରୁଛନ୍ତି। ବର୍ତମାନ WHO ପରାମର୍ଶ କୁ ମାନି ସାରା ବିଶ୍ଵ ସାମାଜିକ ଦୂରତା ମାନିବା କୁ ଲାଗିଛି। କିନ୍ତୁ ଏପରି ମଧ୍ୟ କିଛି ସ୍ଥିତି ଦେଖିବା କୁ ମିଳିଛି ଯେଉଁ ଠାରେ ଲୋକେ ଏହି ନିର୍ଦେଶର ଅବହେଳା କରି ରାସ୍ତା ଘାଟରେ ବୁଲୁଛନ୍ତି। କୋରୋନା ଭୟ ସତ୍ୟ ହେଇଥିଲେ ମଧ୍ୟ କିଛି ଲୋକଙ୍କ ଏହା ଚିନ୍ତା ଧାରା ଯେ କୋରୋନା ର ପ୍ରଭାବ ତାଙ୍କ ଉପରେ ପଡ଼ିବ ନାହିଁ। ଏହି କଥା କୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଗୁଜବ ହେଉଛି।
୧ ଏପ୍ରିଲ ରେ ଜଣେ ଫେସବୁକ ୟୁଜର ଆମ ମାଟି ଓଡ଼ିଶା ନାମକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଏହି ଭିଡିଓଟି ଆମେରିକାର ଲକ୍ ଡାଉନ ସମୟର ଅଟେ। ଏହି ଭିଡିଓରେ ଆମେ ଏହା ଦେଖିବା କୁ ପାଇଲୁ ଯେ ରାସ୍ତାରେ ବହୁତ ପରିମାଣର ଲୋକେ ଜମା ହେଇଛନ୍ତି। ଏହି ଭିଡ଼ ମଧ୍ୟରେ ସ୍ଥାନୀୟ ପୋଲିସ ମଧ୍ୟ ଅଛନ୍ତି। ବହୁତ ପାଟି ତୁଣ୍ଡ ଆରମ୍ଭ ହେଇଥିବାରୁ ପୋଲିସ ଲୋକଙ୍କୁ ଗୋଢ଼ାଇ – ଗୋଢ଼ାଇ ମରୁଛି ଏବଂ ଭ୍ୟାନରେ ଭର୍ତି କରୁଛି।
ଆମ ଅନୁସନ୍ଧାନ:
ଏହି ଭିଡିଓ ଦେଖିଲା ବେଳେ ଗୋଟିଏ କଥା ଆମ ନଜର କୁ ଆସିଲା ଯେ ଭିଡିଓରେ ଥିବା ଭାଷା ଇଂରାଜୀ ନୁହେଁ। ଆମେରିକା ରେ ଥିବା ଅଧିକାଂଶ ନାଗରିକ ମାନେ ଇଂରାଜୀ ରେ କଥା ହୁଅନ୍ତି। ଶେଠୀ ପାଇଁ ଏହି ଭିଡିଓ ଦେଖିଲା ପରେ ଆମକୁ ସନ୍ଦେହ ହେଲା ଯେ ଏହି ଭିଡିଓ ଆମେରିକାର ନୁହେଁ।
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଇନଭିଡ ଗୁଗୁଲ କ୍ରୋମ ଏକ୍ସଟେନସନ ସହଜୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ଗୋଟିଏ ଗୋଟିଏ କରି ସମସ୍ତ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଗୋଟିଏ ଫ୍ରେମ ମାଧ୍ୟମରୁ ୟୁଟ୍ୟୁବରେ ଏହି ଭିଡିଓ ମିଳିଲା। ୨୧ ଅକ୍ଟୋବର ୨୦୧୯ ମସିହାରେ ୟୁଟ୍ୟୁବରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓରେ ଏହା ଲେଖା ଯାଇଅଛି ଯେ ଏହି ଭିଡିଓ ବାକୁ ରେ ହେଇଥିବା ବିରୋଧର ଅଟେ।
୩୦ ମାର୍ଚରେ ଇକୋନୋମିକ ଟାଇମସ ରେ ଛାପି ଥିବାଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଲାନସେଟ ମେଡିକାଲ ଜର୍ନାଲ ଏହା ଦାବି କରିଅଛି ଯେ କୋରୋନା ଭାଇରସ ରୁ ଆକ୍ରାନ୍ତ ହେଇଥିବା ବ୍ୟକ୍ତି ଡିସେମ୍ବର ୧ ରେ ଜଣା ପଡ଼ିଥିଲା। ପ୍ରଥମ ୨୭ କୋରୋନା ସନ୍ଦିଗ୍ଧ ରୋଗୀଙ୍କ ମଧ୍ୟରୁ ୱେଇ ନାମକ ବ୍ୟକ୍ତିଙ୍କ ପ୍ରଥମେ ଚିହ୍ନଟ ହୋଇଥିଲା। ତାଙ୍କୁ ପେସେଣ୍ଟ ଜିରୋ ନାମ ଡିୟା ଯାଇ ଥିଲା। ୱେଇଙ୍କ କହିବା ଅନୁଯାୟୀ ଯଦି ସରକାର କୋରୋନା ଚିହ୍ନଟ କରିବାରେ ବିଳମ୍ବ କରି ନ ଥାନ୍ତେ, ତାହାଲେ ଏତିକି ଖ୍ଯତି ହେଇ ନ ଥାନ୍ତା।
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ କୋରୋନା ସମୟର ନୁହେଁ। କୋରୋନାର ପ୍ରଥମ କେସ ୧ ଡିସେମ୍ବରରେ ୨୦୧୯ ରେ ଦେଖିବା କୁ ମିଳିଥିଲା ଓ ଏହି ଭିଡିଓ ଅକ୍ଟୋବର ୨୦୧୯ ମସିହାର ଅଟେ।
ଏହା ପରେ ଆମେ ଏହା ଖୋଜିଲୁ କି ପ୍ରକୃତରେ ଏହି ଭିଡିଓ କେଉଁ ଜାଗାର। ଆମେ ପୁଣି ଭିଡିଓ ଦେଖିଲୁ। ଭିଡିଓର ଥିବା ପୋଲିସ କର୍ମୀ ମାନଙ୍କ ୟୁନିଫର୍ମରେ ଥିବା ଲୋଗୋ ଦେଖିଲୁ। ଏହା ପରେ ଆମେ ଏହି ଲୋଗୋକୁ ଗୁଗୁଲରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଜଣା ପଡ଼ିଲା ଯେ ଏହି ପୋଲିସ କର୍ମୀ ମାନେ ଆଜେରବାଇଜାନ ଦେଶର ଅଟନ୍ତି ଏବଂ ଏହି ଭିଡିଓର ଆମେରିକା ସହିତ କୌଣସି ସମ୍ବନ୍ଧ ନାହିଁ।
Claimed Video
Original Video
Photo Credit: Radio Free Europe
ଆସନ୍ତୁ ଜାଣିବା ପ୍ରକୃତରେ ଖବର କଣ:
୧୯ ଅକ୍ଟୋବର ୨୦୧୯ ମସିହାରେ ରେଡ଼ିଓ ଫ୍ରି ୟୁରୋପ ନିଜ ୟୁଟ୍ୟୁବ ଚ୍ଚେନାଲ ରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଲେଖିଛି ଯେ ଆଜେରବାଇଜାନ ର ରାଜଧାନୀ ବାକୁ ରେ ବିରୋଧ କରୁଥିବା ଲୋକଙ୍କ ମଧ୍ୟ ରୁ ଗୋଟିଏ ଡଜନ ଲୋକଙ୍କୁ ପୋଲିସ ଗିରଫ କରିଅଛି। ଆଜେରବାଇଜାନ ର ପପୁଳାର ଫ୍ରାନ୍ତ ପାର୍ଟିର ନେତୃତ୍ଵ କରୁଥିବା “ଅଲି କେରିମିଲି” ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ବିରୋଧ ରାଜନୈତିକ ବନ୍ଦୀ ମାନଙ୍କୁ ଆଜାଦ କରିବା ପାଇଁ ଏବଂ ଗ୍ଯାସ ର ଦର କମ କରିବା ପାଇଁ ଆୟୋଜିତ କରା ଯାଇଥିଲା। ୮ ଅକ୍ଟୋବର ରେ ଫ୍ରି ଏସେମ୍ବଳୀ ର ଅଧିକାର ପାଇଁ ବିରୋଧ ହେଇ ଥିବା ପରେ ଏହି ଘଟନା ଜୋର ଧରି ଥିଲା। ଏହି ବିରୋଧର ଆୟୋଜନ ଆଜେରବାଇଜାନ ର ନେସନାଲ କାଉନ୍ସିଲ ଅଫ ଡେମୋକ୍ରାତିକ ଫୋର୍ସ କରିଥିଲା।
ଶେଷକଥା:
ଏହି ଭିଡିଓ ଆଜେରବାଇଜାନ ର ଅଟେ। ରେଡ଼ିଓ ଫ୍ରି ୟୁରୋପ ନିଜ ୟୁଟ୍ୟୁବ ଚ୍ଚେନାଲ ରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଲେଖିଛି ଯେ ଆଜେରବାଇଜାନ ର ରାଜଧାନୀ ବାକୁ ରେ ବିରୋଧ କରୁଥିବା ଲୋକଙ୍କ ମଧ୍ୟ ରୁ ଗୋଟିଏ ଡଜନ ଲୋକଙ୍କୁ ପୋଲିସ ଗିରଫ କରିଅଛି। ଏହି ଭିଡିଓର ଆମେରିକା, କୋରୋନା ଭାଇରସ ଏବଂ ଲକ୍ ଡାଉନ ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ କୋରୋନା ସମୟରେ ଆମେରିକାରେ ପୁଲିସ ସେଠିକାର ନାଗରିକଙ୍କ ସହିତ ଏପରି ବ୍ୟବହାର କରୁଛନ୍ତି? କ’ଣ ଆମେରିକା ବିଶ୍ଵ କୁ ସାମାଜିକ ଦୂରତା ରଖିବା ପରାମର୍ଶ ଦେଇ ନିଜେ ଏହା ର ପାଳନ କରୁ ନାହିଁ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False