
୨ ଅଗଷ୍ଟ ୨୦୨୦ ରେ ଜଣେ ଫେସବୁକ ୟୁଜର ବିଜେପି ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ସାରା ବିଶ୍ଵରେ ଏବେ ରାମ ମନ୍ଦିର ର ଉତ୍ସବ ପାଳନ କରା ଯାଉଅଛି। ଏହି ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ ଭାରତ ବର୍ତମାନ ବିଶ୍ଵ ଗୁରୁ ହେବା ପାଇଁ ଯାଉଅଛି। ଏହି ଭିଡିଓରେ ଭାରତୀ ପୋଷାକ ପିନ୍ଧି କିଛି ଯୁବକ ଏବଂ ଯୁବତୀ ବିଦେଶରେ ରାସ୍ତାରେ ଢୋଲ ବଜାଇ ଚାଲି-ଚାଲି ଯାଉଛନ୍ତି। ଆଖ ପାଖ ସେହି ଦେଶ ନିବାସୀ ମାନେ ମଧ୍ୟ ଉତ୍ସବର ଆନନ୍ଦ ଉଠାଉଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଧ୍ୟାନ ଦେଇ ଦେଖିଲୁ। ଭିଡିଓ ଦେଖିଲା ପରେ ଆମକୁ ଗୋଟିଏ ଢୋଲ ଉପରେ ସସ୍ଵର୍ଗନ୍ଧାର ଲେଖା ଯାଇଥିବା ଦେଖିବା କୁ ମିଳିଲା।
ଏହା ପରେ ଆମେ ୟୁଟ୍ୟୁବ ରେ ଯାଇ ସସ୍ଵର୍ଗନ୍ଧାର ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୬ ଅକ୍ଟୋବର ୨୦୧୮ ମସିହାରେ ଏହି ଭିଡିଓ ସସ୍ଵର୍ଗନ୍ଧାର ଢୋଲ ତାଶା ନାମକ ୟୁଟ୍ୟୁବ ଚ୍ୟାନାଲରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓରେ ଲେଖା ହେଇଛି ଯେ ସ୍ପେନ ଦେଶରେ ସସ୍ଵର୍ଗନ୍ଧାର ଢୋଲ ତାଶା ପ୍ରଦର୍ଶନ କରୁଛନ୍ତି।
ଏହା ପରେ ଆମକୁ ଏହି ଭିଡିଓ ସମ୍ବନ୍ଧିତ ଗୋଟିଏ ଫୋଟୋ ୨୯ ମାର୍ଚ ୨୦୧୮ ମସିହାରେ ପୋଷ୍ଟ ହେୟଥିବା ମିଳିଲା।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ସ୍ଵର୍ଗନ୍ଧାର ଢୋଲ ତାଶା ଫୋନ ଲଗେଇ କଥା ହେଳୁ। ସ୍ଵର୍ଗନ୍ଧାର ଢୋଲ ତାଶା ମାଲିକ ପ୍ରତାପ ସିଙ୍ଗଲେ କହିଲେ ଯେ ତାଙ୍କ କମ୍ପାନୀ ରାମ ମନ୍ଦିର ସମ୍ବନ୍ଧିତ କୌଣସି ପ୍ରଦର୍ଶନ କରି ନାହିଁ ଏବଂ ବିଦେଶରେ ମାତ୍ର ଗୋଟିଏ ପ୍ରଦର୍ଶନ ହେଇଥିଲା ଯେଉଟା ୨୦୧୮ ମସିହାରେ ସ୍ପେନ ଦେଶରେ ହେଇଥିଲା। ସେହି ପ୍ରଦର୍ଶନ ମାରାଠି ସଂସ୍କୃତିର ପ୍ରଦର୍ଶନ ଥିଲା ଓ ସେହି ପ୍ରଦର୍ଶନର ରାମ ମନ୍ଦିର ସହିତ କୌଣସି ସମ୍ବନ୍ଧ ନାହିଁ। ସେ ଏହା ମଧ୍ୟ କହିଲେ ଯେ ସୋସିଆଲ ମିଡିଆରେ ଏହି ଭିଡିଓ ନେଇ ଗୁଜବ ଭାଇରାଲ କରା ଯାଉଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୮ ମସିହାର ଅଟେ। ଏହି ଭିଡିଓ ସ୍ପେନରେ ମାରାଠି ସଂସ୍କୃତିର ପ୍ରଦର୍ଶନର ଅଟେ ଏବଂ ଏହାର ରାମ ମନ୍ଦିର ସହିତ କୌଣସି ସମ୍ବନ୍ଧ ନାହିଁ। ସ୍ଵର୍ଗନ୍ଧାର ଢୋଲ ତାଶା କମ୍ପାନୀ ମାଲିକ ପ୍ରତାପ ସିଙ୍ଗଲେ ନିଜେ ପୋଷ୍ଟ କରା ଯାଇଥିବା ଦାବିକୁ ଖଣ୍ଡନ କରିଛନ୍ତି।

Title:କ’ଣ ଅଜୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଖୁସିରେ ସାରା ବିଶ୍ଵରେ ଉତ୍ସବ ପାଳନ କରା ଯାଉଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False