
ତାଲିବାନ ଆଫଗାନିସ୍ତାନ କାବୁ କରିଲା ପରେ ସୋସିଆଲ ମିଡିଆରେ ଆତଙ୍କିତ କରୁଥିବା ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଲୋକେ ନିଜ ପ୍ରାଣ ବଞ୍ଚାଇବା ପାଇଁ ଆଫଗାନିସ୍ତାନ ଛାଡ଼ି ପଳାଇବାର ଚେଷ୍ଟା କରୁଛନ୍ତି। ଲୋକେ ଶରଣାର୍ଥୀ ଭାବରେ ବିଭିନ୍ନ ଦେଶରେ ଆଶ୍ରୟ ନେବାକୁ ଚାହୁଁଛନ୍ତି।
ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ସମୂହ ଏକ ଗେଟ୍ ଆଡକୁ ଦଉଡୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ପାକିସ୍ତାନ ସରକାର କିଛି ସମୟ ପାଇଁ ନିଜ ସୀମାର ଫାଟକ ଖୋଲି ଦେବା ପରେ ଏହି ଦୃଶ୍ୟ ସାମନାକୁ ଆସିଛି।
ଆମକୁ ସମାନ ଭିଡିଓ ଫେସବୁକରେ ଅନ୍ୟ ସ୍ଥାନରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। ଲେହୀ ପୋଷ୍ଟ ଅନୁଯାୟୀ ପାକିସ୍ତାନ ନିଜି ସୀମା ଫାଟକ କିଛି ସମୟରେ ଖୋଲିଲା ପରେ ଏହି ପରି ଦୃଶ୍ୟ ଦେଖଗିବାକୁ ମିଳିଛି। ଆଫଗାନିସ୍ତାନର ମହିଳା ଏବଂ ଶିଶୁ ମାନେ ଆତଙ୍କବାଦୀଙ୍କୁ ଦେଖି ଭୟରେ ଦଉଡି ପଳାଉଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୮ ଏପ୍ରିଲ ୨୦୨୦ରେ ସମାନ ଭିଡିଓ ଦି ଟେଲିଗ୍ରାଫ୍ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ଅନୁଯାୟୀ ଏହି ଭିଡିଓ ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମା ନିକଟରେ ଥିବା ତୋର୍ଖାମ ନାମକ ଏକ ଅଞ୍ଚଳର ଅଟେ। କୋଭିଡ-୧୯ କଟକଣା ହଟାଇବା ପରେ ଲୋକେ ଏହି ଭାବରେ ଦଉଡି ପାକିସ୍ତାନରୁ ଆଫଗାନିସ୍ତାନରେ ପ୍ରବେଶ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଖାପାଖି ୫୦୦୦ ଲୋକେ ଥିଲେ।
ଏହା ପରେ ଆମେ ତୋର୍ଖାମ ଅଞ୍ଚଳକୁ ଗୁଗୁଲ ମ୍ୟାପରେ ସର୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓରେ ଥିବା ଦୃଶ୍ୟ ପରି ଏକ ସ୍ଥାନର ଫୋଟୋ ମିଳିଲା। ନିମ୍ନରେ ଆପଣ ସେହି ଫୋଟୋ ଦେଖି ପାରିବେ।

ନିମ୍ନରେ ଆପଣ ଟେଲିଗ୍ରାଫ୍ ଏବଂ ଗୁଗୁଲ ମ୍ୟାପରେ ଥିବା ଫୋଟୋର ତୁଳନା ଦେଖି ପାରିବେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ପାକିସ୍ତାନର ବିଦେଶ ମନ୍ତରାଳୟ ଦ୍ଵାରା ୪ ଏପ୍ରିଲ ୨୦୨୦ ରେ କରା ଯାଇଥିବା ଏକ ଟୁଇଟ ମିଳିଲା। ଏହି ଟୁଇଟ ମାଧ୍ୟମରେ ପାକିସ୍ତାନ ବିଦେଶ ମନ୍ତରାଳୟ ସ୍ପଷ୍ଟ କରିଛି ଯେ ଆଫଗାନିସ୍ତାନର ବିଶେଷ ଅନୁରୋଧ ପରେ ପାକିସ୍ତାନ, ଆଫଗାନିସ୍ତାନ ନାଗରିକଙ୍କୁ ତୋର୍ଖାମ ସୀମା ଦେଇ ତାଙ୍କ ଦେଶ ଦେଶ ଯିବା ଅନୁମତି ଦେଇଛି। ଏହି ସୀମା ଦେଇ ଆଫଗାନ ନାଗରିକ ମାନେ ୬ – ୯ ଏପ୍ରିଲ ମଧ୍ୟରେ ଯାଇ ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ବର୍ତ୍ତମାନ ତାଲିବାନ, ଆଫଗାନିସ୍ତାନ ଏବନ ପାକିସ୍ତାନ ମଧ୍ୟରେ ଚାଲୁ ଥିବା ପରିସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓ ଗତ ବର୍ଷ ୨୦୨୦ ମସିହାର ଅଟେ। ଭିଡିଓରେ ଦଉଡୁ ଥିବା ଆଫଗାନି ଲୋକେ କୋଭିଡ କଟକଣା ଉଠିଲା ପରେ ପାକିସ୍ତାନରୁ ନିଜ ଘରକୁ ଫେରୁଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ଆଫଗାନିସ୍ତାନରେ ଯୁଧ୍ୟ ପରିସ୍ଥିତି ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।

Title:କ’ଣ ଭାଇରାଲ ଭିଡିଓ ପାକିସ୍ତାନ ସରକାର ଆଫଗାନିସ୍ତାନ ସୀମାର ଫାଟକ ଖୋଲି ଦେବା ପରେ ତାଲିବାନକୁ ଭୟ କରି ଲୋକେ ପଲାଉଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
