
ବାତ୍ୟା ନେଇ ଡର କାହା ମନରେ ନଥାଏ। ବାତ୍ୟା ଲୋକଙ୍କ ଘର ପରିବାର, ଜିନିଷ ଏବଂ ଜୀବିକା କୁ କ୍ଷତି ପହଞ୍ଚେଇ ଥାଏ। ଓଡ଼ିଶାରେ ପ୍ରାୟ ବାତ୍ୟା ଦେଖିବାକୁ ମିଳି ଥାଏ। ୧୯୯୯ ମହାବାତ୍ୟା, ଫାଇଲିନ, ହୁଡ଼-ହୁଡ଼, ତିତଳି, ଫନି ଇତ୍ୟାଦି ବିଗତ ବର୍ଷ ଧରି ଦେଖିବାକୁ ମିଳିଛି। କାଲୀ ଆସିଥିବା ବାତ୍ୟା ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ନିଜ ପ୍ରଭାବ ପକାଇଛି। ଏହି ସମୟରେ ସୋସିଆଲ ମିଡିଆ ରେ ଏହା କୁ ନେଇ ଗୁଜବ ସୃଷ୍ଟି ହେଇଛି। ଏପରି ଗୋଟିଏ ଭିଡିଓ କାଲୀ ୨୦ ମେ ୨୦୨୦ ରେ ଫେସବୁକର “ନ୍ୟୁଜ ସେଣ୍ଟର ଓଡ଼ିଶା” ନାମକ ଏକାଉଣ୍ଟରେ ଭାଇରାଲ କରା ଯାଇଅଛି। ଏହି ଭିଡିଓରେ କୁହା ଯାଇଅଛି ଯେ ଅମ୍ଫାନ ବାତ୍ୟା ଓଡିଶା ଏବଂ ବାଙ୍ଗାଲରେ ତାବାହୀ ମଚାଇଛି। ଆସନ୍ତୁ ଜାଣିବା କଣ ଏହି ଭିଡିଓ ସତରେ ଅମ୍ଫାନ ବାତ୍ୟାର?
ଏହା ଫେସବୁକର ଅନ୍ୟ ପେଜରେ ମଧ୍ୟ ଭାଇରାଲ ହେଇଛି ଓ ଦାବି କରା ଯାଇଅଛି ଯେ ଦୃଶ୍ୟ ଟି ସୁନ୍ଦର୍ବନ ଅଞ୍ଚଳ ର ଅମ୍ଫାନ ବାତ୍ୟା ସମୟର ଅଟେ।
Facebook | Archive Image | Archive Video
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଗୁଗୁଲ ଇନଭିଦ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜୋତ କରିଲୁ। ଏହା ପରେ ଆମେ ଏହି ଫ୍ରେମ ଗୁଡ଼ିକର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୟୁଟ୍ୟୁବରେ ମିଳିଲା। ୧୨ ଅକ୍ଟୋବର ୨୦୧୮ ମସିହାରେ “ତୋର୍ନାଡୋ ତ୍ରେକର” ନାମକ ୟୁଟ୍ୟୁବ ଛେନାଲରେ ଏହି ଭିଡିଓ ପୋସ୍ତ କରା ଯାଇ କୁହା ଯାଇଅଛି ଯେ ଏହି ଦୃଶ୍ୟ କେଟେଗୋରୀ ୫ ମାଇକେଲ ବାତ୍ୟାର ଅଟେ। ଏହି ଦୃଶ୍ୟ ପାନାମା ସିଟି ସମଦ୍ରା ତଟ ପାଖ ଦ୍ରୁଶ୍ଯ ଅଟେ।
ଏହା ପରେ ଆମେ ୟୁଟ୍ୟୁବରେ “୨୦୧୮ ହରିକେନ ମାଇକେଲ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୧ ଅକ୍ଟୋବର ୨୦୧୮ ମସିହାରେ ଏ.ବି.ସି ନ୍ୟୁଜ ର ୟୁଟ୍ୟୁବଛେନାଲ ଲିଙ୍କ ମିଳିଲା। ଏହି ଭିଏଅରେ କୁହା ଯାଇଅଛି ଯେ ୧୯୬୯ ମସିହା ପରେ ହାରିକେନ ମାଇକେଲ ସବୁ ଠାରୁ ବଡ଼ ବାତ୍ୟା ଥିଲା। ଏହି ବାତ୍ୟା ୨୫୦ କିଲୋମୋଟର ପ୍ରତି ଘଣ୍ଟା ବେଗ ରେ ବହିଥିଲା ଓ ଅନେକ ଘର, ସ୍କୁଲ, ହୋଟେଲ ଏବଂ ଗାଡ଼ି ବିନାଶ କରି ଦେଇଛି। ପାନାମା ସିଟିରେ ଆସିଥିବା ଏହି ବାତ୍ୟା ଘର ଛାତ ଉଡେଇ ନେଇ ଥିଲା ଏବଂ ଅନେକ ତାଳ ଗଛ ମଧ୍ୟ ଉପାଡି ପକେଇ ଦେଇ ଥିଲା।
ପୋଷ୍ଟ କରା ଯାଇଥିବା ଭିଡିଓର କିଛି ଅଙ୍କ୍ଷ ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ନ୍ୟୁଜରେ ଏହା କୁହା ଯାଇଅଛି ଯେ ପୋଷ୍ଟ କରା ଯାଇଥିବା ଭିଡିଓରେ ଯେଉଁ ଘର ଭାଙ୍ଗିବା ଦୃଶ୍ୟ ଦେଖିବା କୁ ମିଳିଛି ସେଇଟା ପାନାମା ସିଟି ହଲ ଅଟେ।
ଏହା ପରେ ଆମକୁ ଗୁଗୁଲରେ ନେସନାଲ ବେଦର ସର୍ଭିସ ୱେବସାଇଟରେ ମାଇକେଲ ହାରିକେନ ବିଷୟରେ କିଛି ତଥ୍ୟ ମିଳିଲା। ଏହି ୱେବସାଇଟ ରେ କୁହା ଯାଇ ଅଛି ଯେ ହାରିକେନ ମାଇକେଲ ଆମେରିକାର ଫ୍ଲୋରିଡା ଅଞ୍ଚଳ ରେ ଲ୍ୟାଣ୍ଡଫଲ କରି ଥିଲା। ଏହି ବାତ୍ୟାରେ ପବନର ବେଗ 260 km/h ଥିଲା। ଏହି ବାତ୍ୟା ପାନାମା ସିଟି ସମୁଦ୍ର ତଟ ରୁ ମେକ୍ସିକୋ ସମୁଦ୍ର ତଟ ମଝିରେ ବିପର୍ଯ୍ୟୟ କ୍ଷତି କରିଛି।
National Weather Service | Archive
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ଅମ୍ଫନ ବାତ୍ୟାର ଦୃଶ୍ୟ ନୁହେଁ। ଏହି ଭିଡିଓ ପାନାମା ସିଟରେ ଅକ୍ଟୋବର ୨୦୧୮ ମସିହାରେ ଆସିଥିବା ହାରିକେନ ମାଇକେଲ ର ଦ୍ଦୃଶୀ ଅଟେ। ଏହି ଭିଡିଓର ଅମ୍ଫାନ ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ପୁରୁଣା ଭିଡିଓକୁ ବର୍ତମାନ ଆସିଥିବା ଅମ୍ଫାନ ବାତ୍ୟାର ଦୃଶ୍ୟ କହି ସୋସିଆଲ ମିଡିଆ ରେ ଭାଇରାଲ କରା ଯାଉଅଛି।

Title:କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ସୁନ୍ଦରବନ ଅଞ୍ଚଲରେ ଅମ୍ଫାନ ବାତ୍ୟାର ପ୍ରଭାବ ଦର୍ଶାଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False