
କଙ୍ଗନା ରଣାଓତଙ୍କ ଧାକଡ଼ ସିନେମା ଫ୍ଲପ୍ ହେବା ପରେ ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଲୋକେ ତାଙ୍କ ପରିହାସ କରୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ କଙ୍ଗନା ରଣାଓତ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଧାକଡ଼ ଚଳଚିତ୍ର ଫ୍ଲପ୍ ହେବା ପରେ କଙ୍ଗନା ଏପରି କାନ୍ଦୁଥିବା ନଜର ଆସିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୦ ମସିହାରେ ପ୍ରସିଦ୍ଧ ଟିଭି ଶୋ ବିଗ୍ ବସ୍ ର ଭିଡିଓ ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓର ବାମ ପାର୍ଶ୍ଵରେ ଆମକୁ ବିଗ୍ ବସ୍ ଲେଖା ହେଇଥିବା ଦେଖିବାକୁ ମିଳିଲା।

ଏହାକୁ ନଜରରେ ରଖି ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୫ ଜାନୁଆରୀ ୨୦୨୦ ମସିହାରେ ବୋଲିୱୁଡ ତଶନ୍ ନାମକ ଏକ ୟୁଟ୍ୟୁବ ଚ୍ୟାନାଲରେ ବିଗ୍ ବସ୍ ର ସେହି ଧାରାବାହିକର କ୍ଲିପ୍ ମିଳିଲା ଯେଉଁଥିରେ କଙ୍ଗନା କାନ୍ଧୁଥିଲେ। ଭିଡିଓର ୫୯ ସେକେଣ୍ଡ ସମୟରୁ ନେଇ ୧.୧୬ ମିନିଟ ସମୟ ପର୍ଯ୍ୟନ୍ତ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।
ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କଙ୍ଗନା ରଣାଓତଙ୍କ ୨୦୨୦ ମସିହାର ବିଗ୍ ବସ୍ ଧାରାବାହିକର ଭିଡିଓକୁ ଧାକଡ଼ ସିନେମା ଫ୍ଲପ୍ ହେବା ସହିତ ଯୋଡି ଭାଇରାଲ କରା ଯାଉଛି।

Title:କ’ଣ ଧାକଡ଼ ସିନେମାର ୮ମ ଦିନରେ ମାତ୍ର ୨୦ଟି ଟିକେଟ ବିକ୍ରି ହେବା ପରେ କଙ୍ଗନା ରଣାଓତ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
