କ’ଣ ରାସ୍ତା ରେ ଚାଲୁ ଥିବା ବାଘର ଭିଡିଓ ସମ୍ବଲପୁର – ବୁର୍ଲା ରାଜପଥ ଘଟଣା? ଜାଣନ୍ତୁ ସତ୍ୟ।

False Social

୧୭ ଜୁଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରେ ଆମକୁ ଗୋଟିଏ ଭିଡିଓର ଅନୁସନ୍ଧାନ କରିବା ପାଇଁ ନିବେଦନ କରା ଯାଇଅଛି। ଏହି ଭିଡିଓରେ ଗୋଟିଏ ବାଘ ରାସ୍ତାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଆରାମ ସେ ଚାଲି ଚାଲି ଯାଉଥିବା ଦେଖିବା କୁ ମିଳିଛି। ରାତ୍ରିର ଏହି ସମୟରେ କିଛି ଲୋକ ଏହି ବାଘର ଭିଡିଓ ଉଠେଇଛନ୍ତି। ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବା କୁ ମିଳିଛି। 

Archive

ଏହି ଭିଡିଓ ଆମକୁ ୧୮ ଜୁଲାଇରେ ଟୁଇଟର ରେ ମଧ୍ୟ ଭାଇରାଲ ହେଇ ଥିବା ମିଳିଲା। ୟୁଟ୍ୟୁବରେ ଏହି ଇଡେଓ ଦେବ୍ରିଗଡ଼ ଅଞ୍ଚଲର କହି ଭାଇରାଲ କରା ଯାଇଅଛି। 

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହି ଭିଡିଓ ବିଷୟ ରେ ଜାଣିବା ପାଇଁ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୩୦ ଜାନୁଆରୀ ୨୦୧୯ ମସିହାରେ କଳିଙ୍ଗ ଟି.ଭି  ଦ୍ଵାରା ପ୍ରସାରିତ ଗୋଟିଏ ୟୁଟ୍ୟୁବ ଭିଡିଓ ମିଳିଲା। ଏହି ଭିଡିଓ ରେ କୁହା ଯାଇଅଛି ଯେ ବଡ଼ମାଳ ଗୋଳାବାରୁଦ କରଖାନା ପରିସରରେ ଗୋଟିଏ ବାଘ ବୁକୁଥିବା ଦେଖା ଯାଇଅଛି। କିଛି ଦିନ ପୂର୍ବରୁ ଏହି ଅଞ୍ଚଲରେ ଦୁଇଟି ବାଘ ବୁଲୁ ଥିବା ଦେଖିବା କୁ ମିଳିଥିଲା। ଏହି ଘଟଣା ନେଇ କରଖାନା ଏବଂ ଗାଁ ଲୋକ ମାନେ ଆତଙ୍କିତ ହେଇ ପଡ଼ିଛନ୍ତି। 

ଏହା ପରେ ୩୧ ଜାନୁଆରୀ ୨୦୧୯ ମସିହା ରେ ଓଟିଭି ନିଜ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କହିଛି ଯେ ବଡ଼ମାଲ ପରିସରରେ ଗୋଟିଏ ବାଘ ଦେଖା ଯାଇଥିବା ରୁ ସ୍ଥାନୀୟ ଲୋକେ ଆତଙ୍କରେ ଅଛନ୍ତି। କିଛି ଦିନ ପୂର୍ବରୁ ଏହି ପରି ଗୋଟିଏ ଭିଡିଓ ମଧ୍ୟ ଦେଖିବା କୁ ମିଳିଥିଲା। ଟିଟଲାଗଡ଼ ରେଞ୍ଜର ଜାତୀନ୍ଦ୍ରିୟ ନନ୍ଦ ବାଘର ଚଳପ୍ରଚଳ କଥା ସ୍ଵୀକାର କରିଛନ୍ତି। ସେ ଲୋକଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଘଟଣା କୁ ନିୟନ୍ତ୍ରଣ ରେ ରଖିବା ପାଇଁ ସମସ୍ତ ପଦକ୍ଷପ ନିୟା ଯାଉଅଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଲା ପରେ ସମସ୍ତ କର୍ମଚାରୀ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। 

OTV.jpg

OTV | Archive

ଶେଷକଥା:

ପୋଷ୍ଟରେ କରା ଯାଇଥିବା ଦାବି ଯେ ସମ୍ବଲପୁର ବୁର୍ଲା ରାସ୍ତାରେ ବାଘ ଦେଖା ଯାଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି ଘଟଣା ବଡ଼ନାଲର ଗୋଳାବାରୁଦ କାରଖାନା ପରିସରରେ ଘଟିତ। ଏହା ୨୦୧୯ ମସିହାର ପୁରୁଣା ଭିଡିଓ ଅଟେ ଯେଉଁଟା ବର୍ତମାନ ସମୟର କହି ସୋସିଆଲ ମିଡିଆରେ ଭାଇରାଲ କରା ଯାଉଅଛି। 

Avatar

Title:କ’ଣ ରାସ୍ତା ରେ ଚାଲୁ ଥିବା ବାଘର ଭିଡିଓ ସମ୍ବଲପୁର – ବୁର୍ଲା ରାଜପଥ ଘଟଣା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *