
ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନ ଆମେରିକା ଗସ୍ତରେ ଯାଇଥିଲେ। ସେଠାରେ ଜୋରଶୋରରେ ତାଙ୍କ ସ୍ଵାଗତ ମଧ୍ୟ କରା ଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣା ନେଇ ଅନେକ ପୋଷ୍ଟ ସେୟାର କରା ଯାଉଛି। ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଠାରେ ଏକ ଷ୍ଟେଡିୟମରେ ହଜାରର ସଂଖ୍ୟାରେ ଲୋକ ମାନେ ନରେନ୍ଦ୍ର ମୋଦୀଙ୍କ ସ୍ଵାଗତରେ ଯୋଗଦାନ ଦେଇଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ପୋଷ୍ଟରେ ଦାବି କରା ଯାଇଛି ଯେ ଏହା ନରେନ୍ଦ୍ର ମୋଦୀଙ୍କର ନିକଟରେ ଆମେରିକା ଗସ୍ତର ଭିଡିଓ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୫ ସେପ୍ଟେମ୍ବରରେ ଜଣେ ଫେସବୁକ ବ୍ୟବହାରକାରୀ ମୋଦୀଙ୍କ ଆମେରିକା ଗସ୍ତର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ବର୍ତ୍ତମା ବର୍ନଲର ଷ୍ଟକ୍ ବଢିଯିବ। ସେ ଦାବି କରିଛନ୍ତି ଯେ ଏହି ଭିଡିଓ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆମେରିକା ଗସ୍ତର ଭିଡିଓ ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୨ ସେପ୍ଟେମ୍ବର ୨୦୧୯ ରେ ପିଏମଓ ଇଣ୍ଡିଆର ଅଫିସିଆଲ ୟୁଟ୍ଯୂବ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭାଇରାଲ ଭିଡିଓ ୨୦୧୯ ମସିହାରେ ଆମେରିକାରେ ହାଓଡି ମୋଦୀ ଅଭିଯାନର ଏକ ଛୋଟ କ୍ଲିପ୍ ଅଟେ। ଏହି ୟୁଟ୍ୟୁବ ଭିଡିଓରେ ୧ ଘଣ୍ଟା ୪୨ ମିନିଟ୍ ସମୟରେ ଆପଣ ମାନେ ମୋଦୀଙ୍କୁ ଦେଖି ପାରିବେ।
ଉପରୋକ୍ତ ଭିଡିଓକୁ ଫ୍ରି ପ୍ରେସ ଜର୍ନାଲ ନାମକ ୟୁଟ୍ୟୁବ ଚ୍ୟାନାଲ ମଧ୍ୟ ପ୍ରସାରିତ କରିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ସମ୍ପ୍ରତି ସମୟରେ ନରେନ୍ଦ୍ର ମୋଦୀଙ୍କର ଆମେରିକା ଗସ୍ତ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୧୯ ମସିହାର ଅଟେ ଯେତେବେଳେ ମୋଦୀଜି ହାଓଡି ମୋଦୀ ଅଭିଯାନ ପାଇଁ ଆମେରିକା ଗସ୍ତରେ ଯାଇଥିଲେ।

Title:କ’ଣ ଭାଇରାଲ ହେଉଥିବା ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପ୍ରତି ସମୟର ଆମେରିକା ଗସ୍ତର ଭିଡିଓ ଅଟେ?
Fact Check By: Siddharth SahuResult: False
