କ’ଣ ନିଜ ହଜି ଯାଇଥିବା ଝିଅର ରିପୋର୍ଟ ଦାଖଲ କରି ଆସିଥିବା ମହିଳା ସହିତ ପୋଲିସ ଏପରି ଦୁର୍ବ୍ୟବହାର କରିଛି? ଜାଣନ୍ତୁ ସତ୍ୟ।

False Social
image.jpg

୨୫ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ସ୍କ୍ରାପ ନାମକ ଫେସବୁକ ଗ୍ରୁପରେ ନ୍ୟୁଜ ୧୮ ଚ୍ୟାନାଲ ଦ୍ଵାରା ପ୍ରସାରିତ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଦେଖା ଯାଉଥିବା ମହିଳା ଜଣକ ନିଜ ହଜି ଯାଇଥିବା ଝିଅର ରିପୋର୍ଟ ଦାଖଲ କରିବା ପାଇଁ ପୋଲିସ ଥାନା ଆସିଥିବା ସମୟରେ ପୋଲିସ କର୍ମଚାରୀ ତାଙ୍କ ସାହି ଏପରି ଦୁର୍ବ୍ୟବହାର କରିଲେ। 

https://www.facebook.com/100046041952631/videos/185094666368597/

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ଊଗଳରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ।  ସର୍ଚ କରିଲା ପରେ ଆମକୁ ୨୯ ଜାଉଆରି ୨୦୧୯ ମସିହାରେ ଦି ନ୍ୟୁଜ ମିନିଟ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହି ଘଟଣାର ବ୍ୟାଖ୍ୟା କରା ଯାଇଅଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ବେଙ୍ଗାଲୁରୁର କୁମାରସ୍ଵାମୀ ଲେଆଉଟ ପୋଲିସ ଥାନାରେ ଦୁଇଟି ପୋଲିସ କର୍ମଚାରୀ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଜଣା ପଡ଼ିଛି। ଏହି ଘଟଣା ପରେ ଜଣେ ସହକାରୀ ସବ୍ ଇନ୍ସପେକଟରଙ୍କୁ ନିଲମ୍ବିତ କରା ଯାଇଅଛି। ସରସ୍ଵତୀ ନାମକ ମହିଳା ନିଜ ଝିଅ ରାକେଶ୍ଵରୀଙ୍କ ସହିତ ହେଇଥିବା ପାରିବାରିକ ମତଭେଦର ସମାଧାନ କରିବା ପାଇଁ ପୋଲିସ ଥାନା ଆସି ଥିଲେ। 

TNM.jpg

The News Minute | Archive

୩୦ ଜାନୁଆରୀ ୨୦୧୯ ମସିହାରେ ମାଈ ନେସନ ନାମକ ଗୋଟିଏ ୟୁଟ୍ୟୁବ କ୍ୟାନାଲରେ ଏହି ଭିଡିଓ ପ୍ରସାରିତ କରା ଯାଇଅଛି। ଏହି ଭିଡିଓରେ କୁହା ଯାଇଅଛି ଯେ କରୁଣାସ୍ଵାମୀ ଲେଆଉଟ ପୋଲିସ ଥାନାରେ ରେଣୁକାୟାହ ନାମକ ଜଣେ ପୋଲିସ କର୍ମଚାରୀ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି। ସେହି ମହିଳା ଏବଂ ତାଙ୍କ ପରିବାର ଲୋକ ଘର ଝଗଡ଼ା ମାମଲା ସମାଧାନ କରିବା ପାଇଁ ପୋଲିସ ଥାନା ଆସି ଥିଲେ। ଥାନାରେ ଆସି ସେହି ମହିଳା ପୋଲିସକୁ ନିଜ ଆତ୍ମାହତ୍ୟା କରିବା ଧମକ ଦେଲା ପରେ ପୋଲିସ ତାଙ୍କୁ ମାରି ଥିଲା। ପୋଲିସର ଏହି ପରି ବ୍ୟବହାର ଦେଖି ଡିସିପି ଆନ୍ନାମଲାଇ, ସହକାରୀ ସବ୍ ଇନ୍ସପେକଟର ରେଣୁକାୟାହଙ୍କୁ ତାଙ୍କ ଏହି ପରି ବ୍ୟବହାର ପାଇଁ ନିଲମ୍ବିତ କରିଛତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ନିଜ ହଜି ଯାଇଥିବା ଝିଅ ବିଷୟରେ ରିପୋର୍ଟ ଦାଖଲ କରିବା ପାଇଁ ଆସିଥିବା ଏହି ମହିଳାଙ୍କ ସହିତ ପୋଲିସ କରୁଥିବା ଦୁର୍ବ୍ୟବହାର ଖବର ମିଥ୍ୟା ଅଟେ। ମହିଳା ଜଣକ ନିଜ ପାରିବାରିକ ଝଗଡ଼ା ନେଇ ପୋଲିସକୁ ଆତ୍ମାହତ୍ୟା ଧମକ ଦେଇଥିବାରୁ ପୋଲିସ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲା।

Avatar

Title:କ’ଣ ନିଜ ହଜି ଯାଇଥିବା ଝିଅର ରିପୋର୍ଟ ଦାଖଲ କରି ଆସିଥିବା ମହିଳା ସହିତ ପୋଲିସ ଏପରି ଦୁର୍ବ୍ୟବହାର କରିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *