ଶିଖ୍ ସମୁଦାଯ ଲୋକଙ୍କ ଦ୍ଵାରା ଜଣେ ନାଗା ସାଧୁଙ୍କ ଉପରେ ହେଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ନିକଟରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

False Political

ପଞ୍ଜାବରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାମାଜିକ ବିରୋଧୀ କାର୍ଜ୍ଯାକଳାପ ସହ ଦଳରଜଡିତ ହେବା ଅଭିଯୋଗ କରା ଯାଇଛି। 

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ନାଗା ସାଧୁଙ୍କୁ କିଛି ଶିଖ୍ ସମୁଦାଯ ଲୋକମାନେ ରାଜରାସ୍ତାରେ ମାରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ନୂତନ ସରକାର ଗଠନ ହେବା ପରେ ପଞ୍ଜାବରେ ଅତ୍ୟାଚାର ଆରମ୍ଭ ହୋଇଗଲାଣି। 

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓ ୨୦୧୪ ମସିହାର ଅଟେ ଏବଂ ଏହାର ସମ୍ପ୍ରତି ସମୟର ପରିସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। 

Facebook | Archive 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓର କିଛି ଦୃଶ୍ୟର ଫୋଟୋ ସିଂ ଷ୍ଟେସନ୍ ନାମକ ଏକ ୱେବସାଇଟରେ ୧୩ ଜୁଲାଇ ୨୦୧୪ ରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଘଟଣା ପଞ୍ଜାବର ଫଗବାଡା ଅଞ୍ଚଳରେ ଘଟିଥିଲା। ୧୧ ଜୁଲାଇ ୨୦୧୪ ରେ ଫଗବାଡାର ରାଜରାସ୍ତାରେ ଶିଖ୍ ସମୁଦାୟର କିଛି ଲୋକ ଜଣେ ନାଗା ସାଧୁ ଉପରେ ଆକ୍ରମଣ କରିଥିଲେ। ନାଗା ସାଧୁ ବସ୍ତ୍ରହିନ ଅବସ୍ଥାରେ ଥିବା କାରଣରୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ପଞ୍ଜାବର ନକୋଦର ଅଞ୍ଚଳର ହିନ୍ଦୁ ସଂଗଠନ ସଦସ୍ୟ ମାନେ ବିରୋଧ କରି ଆକ୍ରମଣ କରିଥିବା ଲୋକଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ଜୋର କରିଥିଲେ। ସ୍ଥାନୀୟ ପୋଲିସ ମଧ୍ୟ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା। 

ଏହା ପରେ ଆମକୁ ମେଲ୍ ଅନ୍ଲାଇନ୍ ଇଣ୍ଡିଆର ୱେବସାଇଟରେ ପାଇଲୁ ଯେ ସେହି ସମୟରେ ଅମରନାଥ ଯାତ୍ରାଚାଲିଥିଲା ଏବଂ ଅମରନାଥ ଯିବା ବେଳେ ଏକ ନାଗା ସାଧୁଙ୍କୁ ଶିଖ୍ ଦଳ ଆକ୍ରମଣ କରିଥିଲେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଘଟୁଥିବା ଘଟଣା ୨୦୧୪ ମସିହାର ଅଟେ। ଏହି ଭିଡିଓର ସମ୍ପ୍ରତି ସମୟରେ ଆମ୍ ଆଦମି ପାର୍ଟିର ନିର୍ବାଚନ ଜିତିବା ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:ଶିଖ୍ ସମୁଦାଯ ଲୋକଙ୍କ ଦ୍ଵାରା ଜଣେ ନାଗା ସାଧୁଙ୍କ ଉପରେ ହେଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ନିକଟରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *