କ’ଣ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି? ଜାଣନ୍ତୁ ସତ୍ୟ।

False Social

ଭାରତର ୭୫ ତମ ସ୍ଵାଧୀନତା ଦିବସର ଅବସରରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି। ଭାରତକୁ ୧୫ ଅଗଷ୍ଟରେ ସ୍ଵାଧୀନତା ମିଳିଥିବାରୁ ଇଣ୍ଡିଆର ନାମକୁ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ (ସ୍ଵାଧୀନ ଦେଶ ଅଗଷ୍ଟରେ ଘୋଷିତ) ବୋଲି ରକ୍ଷା ଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସ୍ଵାଧୀନତା ମିଳିବା ପୂର୍ବରୁ ମଧ୍ୟ ଭାରତକୁ ଇଣ୍ଡିଆ ବୋଲି କୁହା ଯାଉଥିଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ପୋଷ୍ଟ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆମେରିକାକୁ ଇଂରାଜୀ ଭାଷାରେ ଆମେରିକା କୁହା ଯାଏ, ଜାପାନକୁ ଜାପାନ, ଭୁଟାନକୁ ଭୁଟାନ, ପାକିସ୍ତାନକୁ ପାକିସ୍ତାନ। କିନ୍ତୁ ଅକ୍ସଫୋର୍ଡ ଡିକ୍ସିନାରି ଅନୁଯାୟୀ INDIA ର ଅର୍ଥ ହେଉଛି ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ (Independent Nation Declared In August)। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଭାରତର ନାମ ଇଣ୍ଡିଆ ବୋଲି ସର୍ବପ୍ରଥମେ କେବେ ବ୍ୟବହାର କରା ଯାଇଥିଲା। ବ୍ରିଟାନିକା ୱେବସାଇଟ ଅନୁଯାୟୀ ୧୯୪୭ ମସିହାରେ ଭାରତକୁ ସ୍ଵାଧୀନତା ମିଳିଥିଲା କିନ୍ତୁ ଇଣ୍ଡିଆ ନାମ ଏହା ପୂର୍ବରୁ ମଧ୍ୟ ବ୍ୟବହାର କରା ଯାଇଥିଲା। ଭାରତକୁ ସ୍ଵାଧୀନତା ମିଳିବା ୫ ବର୍ଷ ପୂର୍ବରୁ, ୧୯୪୨ ରେ “ଭାରତ ଚୋଡୋ ଆନ୍ଦୋଳନ (କୁଇଟ୍ ଇଣ୍ଡିଆ ମୁଭମେଣ୍ଟ)” ରେ ଇଣ୍ଡିଆ ଶବ୍ଦ ବ୍ୟବହାର କରା ଯାଇଥିଲା। 

ଭାରତ ସରକାର ଅଧିନିୟମ (ଗଭର୍ନମେଣ୍ଟ ଅଫ୍ ଇଣ୍ଡିଆ ଏକ୍ଟ୍) ୧୮୫୮ ଅନୁଯାୟୀ, ଯାହା ସେତେବେଳେ ବ୍ରିଟିଶ ସଂସଦର ଏକ ଅଧିନିୟମ ଥିଲା, ଯାହା ଇଷ୍ଟ୍ ଇଣ୍ଡିଆ କମ୍ପାନୀର ସରକାର ଥିଲା ସେଥିରେ ମଧ୍ୟ ଇଣ୍ଡିଆ ଶବ୍ଦ ବ୍ୟବହାର କରା ଯାଉଥିଲା। ବ୍ରିଟାନିକା ଅନୁଯାୟୀ ଇଷ୍ଟ୍ ଇଣ୍ଡିଆ କମ୍ପାନୀକୁ ଇଙ୍ଗ୍ଲିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ମଧ୍ୟ କୁହା ଯାଏ। ୧୭୦୮-୧୮୭୩ ମସିହାରେ ୟୁନାଇଟେଡ୍ କମ୍ପାନୀ ଅଫ୍ ମାରଚେଣ୍ଟ ଅଫ୍ ଇଂଲାଣ୍ଡ ନାମକ ଏକ ବ୍ରିଟିଶ କମ୍ପାନୀ ପୂର୍ବ, ଦକ୍ଷିଣ ପୂର୍ବ ଏସିଆ ଏବଂ ଇଣ୍ଡିଆରେ ବାଣିଜ୍ୟ କରୁଥିଲା। 

ଅନ୍ୟ ଏକ ୱେବସାଇଟ ଅନୁଯାୟୀ ଭାରତର ନାମ ସିନ୍ଧୁ ନଦୀ ଠାରୁ ନିଆ ଯାଇଛି ଯାହାକୁ ଇଣ୍ଡସ ନଦୀ ନାମରେ ମଧ୍ୟ ଜଣା ଯାଏ। ଏହି ନଦୀର ନାମ ଉଲ୍ଲେଖ ରିଗଭେଦ ରେ ମଧ୍ୟ କରା ଯାଇଛି। ଭାରତର ଇଂରାଜୀ ଶବ୍ଦ ଇଣ୍ଡିଆ ମିଶ୍ର ଦେଶ ଭାଷାରୁ ଆସିଛି ଯାହା ଅର୍ଥ ହେଉଛି ସିନ୍ଧୁ (ଇଣ୍ଡସ) ନଦୀ ନିକଟରେ ଥିବା ଅଞ୍ଚଳ। 

ଏହା ପରେ ଆମେ ଅକ୍ସଫୋର୍ଡ ଡିକ୍ସିନାରି ୱେବସାଇଟରେ ଯାଇ ଇଣ୍ଡିଆ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ସେଥିରେ ଇଣ୍ଡିଆର ଅର୍ଥ ହେଉଛି “ଦକ୍ଷିଣ ମାହାଦ୍ଵୀପର ଏକ ଦେଶ ଯାହା ବ୍ରିଟିଶ ସାମ୍ରାଜ୍ୟର ଗୋଟିଏ ଅଂଶ ଥିଲା। ୧୯୪୭ ମସିହାରେ ସ୍ଵାଧୀନ ହେଇ ଇଣ୍ଡିଆ କମନୱେଲ୍ଥର ଏକ ସଦସ୍ୟ ହେଲା।”

ଶେଷକଥା

ଆମ ଆଉସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଏକ ଗଚ୍ଛିତ ବିଷୟ ଅଟେ କାରଣ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରି ନାହିଁ। 

Avatar

Title:କ’ଣ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *