
ନଭେମ୍ବର ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେଇଥିଲା। ଲଶ୍କର-ଇ-ତାଇବା ନାମକ ଉଗ୍ରବାଦୀ ସଂଗଠନର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ୪ ଦିନ ଧରି ୧୩ ଟି ଆକ୍ରମଣ ବିନନିମୟ କରିଥିଲେ। ଏହି ଗୁଳିକାଣ୍ଡରେ ମୁମ୍ବାଇ ପୋଲିସ ସବ୍ ଇନ୍ସପେକ୍ଟର ଟୁକାରାମ ଓମ୍ବଲେ ଶହିଦ ହେଇଥିଲେ। ତାଙ୍କ ବିରତା ପାଇଁ ଆତଙ୍କବାଦୀ କସାବକୁ ପୋଲିସ ଗିରଫ କରିବାରେ ସକ୍ଷମ ହେଇଥିଲା। ବର୍ତମାନ ସୋସିଆଲ ତୁକାରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଫେକ୍ଟ କୃସେଣ୍ଡୋ ଏହି ଫୋଟୋର ଅନୁସନ୍ଧାନକରି ଏହାକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଆ ଫ୍ରେଣ୍ଡ୍ସ ଇନ ଫେସବୁକ ନାମକ ଗ୍ରୁପରେ ଗୋଟିଏ ମୃତ ପୋଲିସ କର୍ମୀଙ୍କ ଫୋଟୋ ପୋସ୍ତ କରି ଦାବିକରିଛନ୍ତି ଯେ ଫୋଟୋରେ ଥିବା ବ୍ୟକ୍ତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହିଦ ହେଇଥିବା ପୋଲିସକର୍ମୀ ତୁକାରାମ ଅମ୍ବଲେ ଅଟନ୍ତି। ସେ ୨୩ଟି ଗୁଳି ଖାଇ ମଧ୍ୟ ଆତଙ୍କବାଦୀକୁ ଛାଡ଼ିନଥିଲେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ଇମେଜରେ ଯାଇ ତୁକାରାମ ଓମ୍ବଲେ ଲେଖି ସର୍ଚ କରିଲ୍ୟୁ। ସର୍ଚ କରିଲା ପରେ ଆମକୁ ୨୭ ନଭେମ୍ବର ୨୦୧୯ ମସିହାରେ ଇଣ୍ଡିଆ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ସମ୍ବାଦ ମିଇଲା। ଏହି ପତ୍ରିକାରେ ଆମକୁ ତୁକାରାମଙ୍କ ଜୀବନ ବିଷୟରେ କିଛି ତଥ୍ୟ ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ତୁକାରାମ ମୁମ୍ବାଇ ପୋଲିସର କର୍ମଚାରୀ ହେବା ପୂର୍ବରୁ ଭାରତ ସେନାର ଜଣେ ଯବାନ ଥିଲେ। ମୁମ୍ବାଇରେ ହେଇଥିବା ଆତଙ୍କବାଦୀ ଆକ୍ରମଣରେ ସେ କସାବ ନାମକ ଆତଙ୍କବାଦୀକୁ ଧରିବାକୁ ଯାଇ ତାଙ୍କ ଗୁଳିର ଶିକାର ହେଇଥିଲେ। ତାଙ୍କ ଯୋଗୁ ପୋଲିସ କସାବକୁ ଜୀବିତ ଗିରଫ କରିବାରେ ସକ୍ଷମ ହେଇଥିଲା।

ଏହା ପରେ ଆମେ ପୋଷ୍ଟର ଦାବି କରା ଯାଇଥିବା ଫୋଟୋକୁ ଇଣ୍ଡିଆ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ତୁକାରାମଙ୍କ ଫୋଟୋର ତୁଳନା କରିଲୁ। ତୁଳନା କରିଲା ପରେ ଆମେ ଦୁଇଟି ଫୋଟୋ ପରସ୍ପର ଠାରୁ ଭିନ୍ନ ପାଇଲୁ।

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ପୋଷ୍ଟରେ ଥିବା ବ୍ୟକ୍ତିଙ୍କୁ ଖୋଜିଲୁ। ସର୍ଚ କରିଲା ପରେ ଆମକୁ ୟୁଟ୍ୟୁବର ଇରୋଷ୍ ନାଓ ଚ୍ୟାନାଲରେ “ଏଟ୍ଟେକ୍କ ଅଫ ୨୬/୧୧” ଫିଲ୍ମର ଗୋଟିଏ କ୍ଲିପ୍ ମିଳିଲା। ଏହି କ୍ଲିପ୍ ଶେଷରେ ଦାବି ପୋଷ୍ଟରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେବା ଦୃଶ୍ୟ ଅଛି। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ପୋଷ୍ଟରେ ଥିବା ବ୍ୟକ୍ତି ତୁକାରାମ ଓମ୍ବଲେ ନୁହନ୍ତି। ସେ ଜଣେ ସିନେମା ଜଗତର ଅଭିନେତା ଅଟନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଫୋଟୋରେ ଥିବା ବ୍ୟକ୍ତି ତୁକାରାମ ଓମ୍ବଲେ ନୁହନ୍ତି। “ଏଟ୍ଟେକ୍କ ଅଫ ୨୬/୧୧” ଫିଲ୍ମରେ ଅଭିନୟ କରିଥିବା ଜଣେ କଳାକାରଙ୍କ ଫୋଟୋକୁ ଟୁକାରାମ ଓମ୍ବଲେ କହି ଭାଇରା କରା ଯାଇଅଛି।

Title:କ’ଣ ଏହି ଫୋଟୋ ୨୬/୧୧ ରେ ଆତଙ୍କବାଦୀ ଆକ୍ରମଣରେ ଶହିଦ ହେଇଥିବା ପୋଲିସକର୍ମୀ ତୁକାରାମଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False