
26 ଅଗଷ୍ଟରେ ଓଡିଶା ନ୍ୟୁଜ ନାମକ ଗୋଟିଏ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କଟା ଯାଇଅଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନିକ ତଳେ ବସିଛନ୍ତି ଏବଂ ଝାଳରେ ତାଙ୍କ ପାଦ ଅବସ୍ତା ଖରବ ହେଇ ଯାଇଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଏହି ସୈନ୍ୟ ଭାରତ ସେନାର ଜବାନ ଅଟନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ଏହି ଫୋଟୋର ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ଯାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ୩୦ ଡିସେମ୍ବର ୨୦୧୯ ମସିହାରେ ଜଣେ ଟୁଇଟର ୟୁଜରଙ୍କ ଦ୍ଵାରା ଟୁଇଟ କରା ଯାଇଥିବା ମିଳିଲା। ଏହାରୁ ଆମେ ସ୍ପଷ୍ଟ ହେଳୁ ଯେ ଏହା ଗୋଟିଏ ପୁରୁଣା ଫୋଟୋ ଅଟେ।
ଏହା ପରେ ଆମେ ଟୁଇଟ କରା ଯାଇଥିବା ଫୋଟୋକୁ ବଡ଼ କରି ଦେଖିଲୁ। ଦେଖିଲା ପରେ ଆମକୁ ଜଣା ପଡିଲା ଯେ ସେହି ସୈନ୍ୟ ଜବାନଙ୍କ ଆର୍ମୀ ୟୁନିଫର୍ମରେ ୟୁ.ଏସ ମରିନ ଲେଖା ଯାଇଅଛି। ଏହା ଦ୍ଵାରା ଆମକୁ ସ୍ପଷ୍ଟ ହେଲା ଯେ ଏହି ଫୋଟୋ କୌଣସି ଭାରତୀୟ ସୈନ୍ୟ ଜବାନର ନୁହେଁ। ଏହା ଆମେରିକା ସୈନ୍ୟ ୟୁନିଫର୍ମ ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ ଆମେରିକା ସୈନ୍ୟ ଜବାନଙ୍କର ଅଟେ। ଏହା ଭାରତ ସୈନିକଙ୍କ ଫୋଟୋ ନୁହେଁ। ଅଧା ଫୋଟୋ ଦେଖାଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ପାଦର ଏପରି ଅବସ୍ତା ହେଇଥିବା ଫୋଟୋ ଭାରତିତୀ ସେନା ଜବାନଙ୍କର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False