
୧୮ ଫେବ୍ରୁଆରି ରେ ଓଡିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରା ଯାଇଅଛି ଯେ କୋରୋନା ଭାଇରସରୁ ୨୦୦୦ ଲୋକେଙ୍କର ମୃତ୍ୟୁ ହୋଇସାରିଛି ଓ ୫୦ ହଜାର ଲୋକେ ଏହି ଆରପିଜିରୁ ଆକ୍ରାନ୍ତ ହୋଇଛନ୍ତି। ତାପରେ ମଧ୍ୟ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି। ଚୀନର ଗୋଟିଏ ବଜାରରେ କୁକୁରଙ୍କୁ ଜିଅନ୍ତା ଗରମ ପାଣିରେ ସିଝା ଯାଉଛି ଓ କଟା ଯାଉଅଛି। ଚିନବାସୀ ଏହି କୁକୁର ମାନଙ୍କୁ ଖାଇବା ପାଇଁ ଆତୁର ଅଛନ୍ତି। ଏହି ବଜାରରେ କୁକୁର ଛୁଆ ମାନଙ୍କୁ ବିକ୍ରି ମଧ୍ୟ କରା ଯାଏ ଆଉ ଲୋକ ମାନେ ନିଜ ଘରକୁ ନେଇ ସେଠାରେ ରୋଷେଇ କରି ଖାଉଛନ୍ତି।
ଏହି ପୋଷ୍ଟ କୁ ଫେସବୁକର ସାଇବାବା- Saibaba ନାମକ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
୨୧ ଜୁନ ୨୦୧୮ ମସିହାରେ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ କୁକୁର ମାନଙ୍କୁ ଛୋଟ ଛୋଟ ପିଞ୍ଜଡାରେ ଭର୍ତି କରିକି ଲାମ୍ବା ଲାମ୍ବା ରାସ୍ତା ନିୟା ଯାଏ। ସେମାନଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିବା ପାଇଁ ପାଣି ମଧ୍ୟ ଦିଆ ଯାଏ ନାହିଁ। ସେମାନଙ୍କୁ ବିଭିନ୍ନ ଉପାୟରେ ମରା ଯାଇ। କାହାର ବେକ କଟା ହୁଏ, କାହାକୁ ବାଡେଇ ବାଡେଇ ମରା ଯାଏ ତ କେତେ କୁକୁରଙ୍କୁ ଜିଅନ୍ତା ଜଳା ହୋଇ ମରା ହୁଏ ଆଉ କେତେ କୁ ଜିଅନ୍ତା ଗରମ ପାଣିରେ ସିଝା ଯାଏ। ଏହା ସବୁ ଚୀନର ୟୁଲୀନ ସହରରେ କୁକୁର ମାଁକ୍ସ ମେଳାରେ କରା ଯାଏ। ଏହି ମେଳା ୧୦ ଦିନ ଟକ ଚାଲେ ଯେଉଁଠି ସ୍ଥାନୀୟ ଲୋକେ କୁକୁର କିଣନ୍ତି, ବିକନ୍ତି ଓ ତାଙ୍କ ମାଁକ୍ସ ମଧ୍ୟ ଖାନ୍ତି। ଏହି ମେଳା ପ୍ରଥମ ଥର ପାଇଁ ୨୦୧୦ ମସିହାରେ କୁକୁର ମାଁକ୍ସ ବିକୁଥିବା ବ୍ୟବସାଇ ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଗ୍ରୀଷ୍ମ ଋତୁରେ କୁକୁର ମାଁକ୍ସ ଶରୀର ପାଇଁ ଲାଭଦାୟକ ବୋଲି ଚୀନର ଦକ୍ଷିଣ ଆଞ୍ଚଲରେ କୁକୁର ମାଁକ୍ସ ବହୁତ ପ୍ରସିଦ୍ଧ।
୨୨ ଜୁନ ୨୦୧୪ ମସିହାରେ ମେଟ୍ରୋ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଏହି ମେଳାରେ କୁକୁରଙ୍କୁ କାଟି ଖାଇବା ପୂର୍ବରୁ କିଛି ପଶୁ ପ୍ରିୟ ଲୋକେ ସେହି ମେଳା ଯାଇ କୁକୁରଙ୍କୁ କିଣି ତାଙ୍କୁ ବଞ୍ଚାଇଲେ। ଏହି ମେଳା ୟୁଲୀନରେ ପ୍ରତ୍ଯେକ ବର୍ଷ ଗ୍ରୀଷ୍ମ ଋତୁ ସମୟରେ ଆୟୋଜିତ ହୁଏ। ଲୋକେ ଏହି ମେଳାରେ ଭାଗ ନେବା ପାଇଁ କୁକୁର ମାନଙ୍କୁ ପିଞ୍ଜଡାରେ ବନ୍ଦ କରି ଆଣନ୍ତି। ଏହି ମେଳାରେ କୁକୁରଙ୍କୁ କାଟି ଖିଆ ଯାଏ। ଏହି ମେଳାର ବିରୋଧ କରିବା ପାଇଁ ଧୀରେ ଧୀରେ ଲୋକେ ଏକାଠି ହୋଇ ସେହି ମେଳା ଯାଇ କୁକୁର କିଣିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଦେଖାଇ ଥିବା ଫୋଟୋ ବର୍ତମାନ ସମୟର ନୁହେଁ। ପ୍ରଥମ ଫୋଟୋ ୨୦୧୮ ମସିହାର ୟୁଲୀନ କୁକୁର ମାଁକ୍ସ ମେଳାର ଅଟେ। ଦୁଇତ୍ୟ ଫୋଟୋ ୨୦୧୪ ମସିହାର ଅଟେ ଯେଉଁ ତିରେ ଲୋକେ କୁକୁରଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ କିଣୁଥିଲେ। ଏହି ଫୋଟୋଟି କୁ ଏପରି ଭାବେ କୁହା ଯାଇଅଛି ଯେ ଏହି ଲୋକ ମାନେ କୁକୁରକୁ କିଣି ତାଙ୍କୁ ଖାଉଛନ୍ତି। ପୋଷ୍ଟର ଫୋଟୋରେ କରା ଯାଇଥିବା ଦାବି ଯେ ଏହି ଲୋକ ମାନେ କୋରୋନା ଭାଇରସ ବ୍ୟାପିବା ପରେ ମଧ୍ୟ କୁକୁର ମାଁକ୍ସ ଖାଇବା କଥା ସମ୍ପୂର୍ଣ ଭାବେ ମିଥ୍ୟା।

Title:କ’ଣ ଭାଇରସର ଭୟବହତା ମଧ୍ୟରେ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False