କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଭାରତ ସେନା ଯବାନର ସିଆଚିନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False National Social

ସୋସିଆଲ ମିଡିଆରେ ଦୁଇଟି ଫୋଟୋ ପ୍ରଚାରିତ ହୋଇଛି ଯେ ସିଆଚେନରେ ପ୍ରବଳ ଥଣ୍ଡା ପାଗ ଏବଂ ପରିବେଶ ସମ୍ମୁଖୀନ ହେଉଥିବା ଭାରତୀୟ ସେନା ଯବାନଙ୍କ ଫୋଟୋ ଅଟେ। 

କିନ୍ତୁ ଯେତେବେଳେ ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରିଲା ସେତେବେଳେ ଏହି ଫୋଟୋରେ ଥିବା ବ୍ୟକ୍ତି ଭାରତୀୟ ସେନା ଯବାନ ନୁହେଁ ବୋଲି ପ୍ରମାଣ ମିଳିଲା। 

କ’ଣ ଦାବି ଏହି ପୋଷ୍ଟର?

ଏହି ପୋଷ୍ଟରେ ଥିବା ଫୋଟୋରେ ଦାବି କରା ଯାଇଅଛି ଯେ ଏହା ସିଆଚେନ ଗ୍ଲାସିୟରରେ ଭାରତୀୟ ସେନାକ ଗୋଟିଏ ରାତ୍ରି ସମୟର ଫୋଟୋ ଅଟେ। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଫୋଟୋ ବିଷୟରେ ସତ୍ୟ ଜାଣିବା ପାଇନ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳର ପରୀକ୍ଷଣରୁ ଜଣା ପଡ଼ିଛି ଯେ ଏହି ଫୋଟୋ ଭାରତୀୟ ସେନାଯବାନର ଫୋଟୋ ନୁହେଁ। ଏହି ଫୋଟୋ ଗୁଡ଼ିକ 2012 ମସିହାରୁ ଇଣ୍ଟରନେଟ୍ ରେ ଉପଲବ୍ଧ ଅଛି। ଏହି ଦୁଇଟି ଫୋଟୋ ପ୍ରଥମେ ରୁଷର ଗୋଟିଏ ୱେବସାଇଟରେ ପ୍ରକାଶିତ ହୋଇଥିଲା। 

russi website.jpg

Archive

ୱେବସାଇଟ ଅନୁଯାୟୀ ଏହି ଫୋଟୋ ଗୁଡ଼ିକ ରୁଷ ସେନାର ଅଟେ। 2014 ମସିହାରେ ୟୁକ୍ରେନ ସେନା ଭଳି ୟୁକ୍ରେନ ମିଡିଆ ଦ୍ଵାରା ସମାନ ଫୋଟୋ ପ୍ରସାରିତ ହୋଇଥିଲା। ଆମେ ଏହି ଅଭିଯାନ ବିଷୟରେ ନିମ୍ନରେ ଥିବା ଫେକ୍ଟ ଚେକ୍ ରିପୋର୍ଟରେ ପଢିଲୁ। ରିପୋର୍ଟ ଅନୁଯାୟୀ ଅଟୋ ଗୁଡ଼ିକ ରୁଷର ସୈନ୍ୟ ମାନେ ନେଇ ଥିଲେ। 

https://lh6.googleusercontent.com/D9FNbM7fnhlx4U1twiRSqgVTG4P_dmWaEuZUvZI0LT49jUEQNiMUU5tRMZ7zK0cck9sdSTVZswSF1obLCGZN4tsPA-A7KmRtis-y5ciOXV_i8J3U3K3wNtqu1AJMJCePR_7QenNa9-VVvGYZLw

Stop Fake | Archive

ଗୁଗୁଲଏଵ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ 19 ଡିସେମ୍ବର 2017 ମସିହାରେ ବାଙ୍ଗାଲୋର ମିରର ପତ୍ରିକାରେ ଏହି ଫୋଟୋ ଜଡ଼ିତ କିଛି ତଥ୍ୟ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଡିସେମ୍ବର 17ରେ ବିଜେପି ସାଂସଦ କିରଣ ଖେର ଗୋଟିଏ ଫୋଟୋ ଟୁଇଟ କରି ଦାବି କରିଛନ୍ତି ଯେ ଏହା ସିଆଚେନ ଗ୍ଲାସିୟର ର -50 ଡିଗ୍ରୀ ଭାରତୀୟ ସେନାକୁ ଦର୍ଶାଉଛି। 

https://lh6.googleusercontent.com/wWQAUltK2AUOMgFAvfxny4y4bbycefkncqd1tYKEz7X7dxEPDLqCfCAJ7lA3yqVzFRPRYQs00EzpN8aZG9FgPQ5Td409lDk2txNWtD-xGb6QAsejghvvhA1QFh36wFrg9H3N5iEym_0qGnjiMw

Bangalore Mirror | Archive

ଶେଷକଥା: 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେନା ଯବାନର ଫୋଟୋ ଭାରତୀୟ ସେନାର ନୁହେଁ। 2012 ମସିହାରୁ ଏହି ଫୋଟୋ ରୁଷ ଦେଶର ଗୋଟିଏ ୱେବସାଇଟରେ ଉପଲବ୍ଧ ଅଛି ଯେଉଁଟା ରୁଷର କମାଣ୍ଡୋ ମାନେ ଏହି ଫୋଟୋ ନେଇଥିଲେ।

Avatar

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଭାରତ ସେନା ଯବାନର ସିଆଚିନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *