କ’ଣ ଭାଇରାଲ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇ.ଏ.ଏସ୍ ଅଧିକାରିଣୀ ଅଞ୍ଜନା ଡୋଗ୍ରାଙ୍କର ପାଦ ଛୁଇଁଛନ୍ତି? ଜାଣନ୍ତୁ ସତ୍ୟ।

False Political

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ ଯାତ୍ରାରେ ପରିଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରେ ଆୟୋଜିତ ଏକ ସମାରୋହରେ ସେ ଜଣେ ମହିଳାଙ୍କ ପାଦ ସ୍ପର୍ଶ କରିଥିଲେ। ସେହି ମୁହୂର୍ତ୍ତର ଏକ ଫୋଟୋ ସୋସିଆଲ ମିଡିଆରେ ସେୟାର କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହିଳା ଆଇ.ଏ.ଏସ ଅଧିକାରୀଙ୍କ ପାଦ ସ୍ପର୍ଶ କରୁଛନ୍ତି। 

ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିଊ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୧୬ ଡିସେମ୍ବରରେ ଜଗନ୍ନାଥ ସାମଲ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏହି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ “ଉଚ୍ଚ ପଦବୀ ଓ ମାନବିକତା…. ମାନବିକତାର ଶ୍ରେଷ୍ଠ ନମୁନ…. ଆଖି ନରମ ହୋଇଯିବା ଭଳି ଛବିଟିଏ…. ପ୍ରଧାନମନ୍ତ୍ରୀ ମୋଦୀଜୀ ଆଇ.ଏ.ଏସ୍ ଅଧିକାରିଣୀ ରଞ୍ଜନା ଡୋଗ୍ରାଙ୍କ ସହ….”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ତଥ୍ୟ ଏକତ୍ର କରିଲୁ। ୧୬ ଡିସେମ୍ବର ରେ ଅମର ଉଜାଲା ପତ୍ରିକାର ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ କରି କୁହା ଯାଇଛି ଯେ କାଶୀ ବିଶ୍ଵନାଥ ଧାମ ଉନ୍ମୋଚନ ସମାରୋହରେ ଜଣେ ଭିନ୍ନିକ୍ଷମ ମହିଳାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସାକ୍ଷାତ ହୋଇଥିଲା। ସେହି ମହିଳା ପ୍ରଧାନମନ୍ତ୍ରୀଙ୍କର ପାଦ ସ୍ପର୍ଶ କରିବାକୁ ଚାହୁଁଥିଲେ। କିନ୍ତୁ ମୋଦୀଜୀ ତାଙ୍କୁ ଅଟକାଇଥିଲେ ଏବଂ ନିଜେ ତାଙ୍କ ଚରଣ ସ୍ପର୍ଶ କରିଥିଲେ। ଫୋଟୋରେ ଥିବା ମହିଳାଙ୍କ ନାମ ଶିଖା ରସ୍ତୋଗୀ ବୋଲି ଉଲ୍ଲେଖ କରା ଯାଇକି। 

Archive

ଆମେ ଆମର ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଞ୍ଚୁ ଯେ ଶିଖା ରସ୍ତୋଗୀ ବାରାନାଶୀର ସିଗ୍ରା ଅଞ୍ଚଳର ବାସିନ୍ଦା ଅଟନ୍ତି। ସେ ଘରେ ସିଲେଇ ଏବଂ ବୁଣା କାମ କରନ୍ତି। ଏହା ସହିତ ସେ ଡାନ୍ସ କ୍ଳାସ ମଧ୍ୟ କରନ୍ତି। 

ଜୀ ବିହାର ଝାରଖଣ୍ଡର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଏହି ଘଟଣା ବିଷୟରେ ଏକ ଭିଡିଓ ଉପଲବ୍ଧ ଅଛି। 

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ରାଜସ୍ଥାନର କେଡର ଜିଲ୍ଲା ଆଇ.ଏ.ଏସ୍ ଅଧିକାରିଣୀ ଆରତୀ ଡୋଗ୍ରାଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ, “ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ମହିଳାଙ୍କ ଚରଣ ସ୍ପର୍ଶ କରୁଛନ୍ତି ସେ ମହିଳା ମୁଁ ନୁହେଁ। ମୁଁ ରାଜସ୍ଥାନରେ କାମ କରୁଛି ତେଣୁ ବାରାନାଶୀକୁ ଯିବା ବିଷୟରେ କୌଣସି ପ୍ରଶ୍ନ ଉଠୁନାହିଁ।”

ଶେଷକଥା:

ଉପରୋକ୍ତ ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ହେଉଥିବା ଫୋଟୋ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଫୋଟୋରେ ପ୍ରଧାନମନ୍ତ୍ରୀ ଆଇ.ଏ.ଏସ୍ ଅଧିକାରିଣୀ ଅଞ୍ଜନା ଡୋଗ୍ରାଙ୍କର ଚରଣ ସ୍ପର୍ଶ କରୁ ନାହାନ୍ତି। ଫୋଟୋରେ ଥିବା ମହିଳାଙ୍କ ନାମ ଶିଖା ରସ୍ତୋଗ ଅଟେ।

Avatar

Title:କ’ଣ ଭାଇରାଲ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇ.ଏ.ଏସ୍ ଅଧିକାରିଣୀ ଅଞ୍ଜନା ଡୋଗ୍ରାଙ୍କର ପାଦ ଛୁଇଁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *