
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ପେରେଡ କରୁଥିବା ନଜର ଆସୁଛନ୍ତି। ଦାବି ଅନୁଯାୟୀ ଏହା କେରଲରେ ପିଏଫଆଇ ଦ୍ଵାରା ସୃଷ୍ଟି କରା ଯାଇଥିବା ଇସଲାମିକ ଯୋଦ୍ଧାଙ୍କ ଭିଡିଓ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫେବୃଆଋ ୨୦୨୦ ମସିହାରେ ପିଏଫଆଇଏ ସ୍ଥାପନା ଦିବସ ଅବସରରେ ଆୟୋଜିତ ହେଇଥିବା ଏକ ପେରେଡର ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସହିତ ଦାବି କରା ଯାଇଛି ଯେ “କେରଲରେ ପିଏଫଆଇ ସୃଷ୍ଟି କରିଛି ଇସଲାମିକ ଯୋଦ୍ଧା। ହିନ୍ଦୁ କେବଳ ଜୟ ଶ୍ରୀ ରାମ, ବନ୍ଦେ ମାତରମ ଏବଂ ଭାରତ ମାତା କି ଜୟ ନାରାରେ ସୀମିତ।”
ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଲା। ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ “ହିନ୍ଦୁ ବହୁଶାଙ୍ଖ୍ୟ ଦେଶରେ ଏହା ସବୁ ହେଉଛି। ମୁସଲିମ ସେନା କେରଲରେ ପେରେଡ କରୁଛନ୍ତି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗାବିରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଯେ ପେରେଡ କରୁଥିବା ଲୋକ ମାନେ ଏକ ବ୍ୟାନର ଧରିଛନ୍ତି। ପଚରାଉଚରା କରିଲା ପରେ ଆମେ ଜାଣିଲୁ ଯେ ତାହା ମଳୟାଳି ଭାଷାରେ ‘ଏକଟା ପେରେଡ ଏବଂ ରେଲି’ ବୋଲି ଲେଖା ଯାଇଛି।

ଏହା ପରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୭ ଫେବୃଆରି ୨୦୨୦ ରେ ସମାନ ଭିଡିଓ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓ ସହିତ କ୍ୟାପସନ୍ ରେ ଉଲ୍ଲେଖ କରା ଯାଇଛି ଯେ ଏହା କେରଲର ଏର୍ନାକୁଲମ ସହରରେ ଆୟୋଜିତ ହେଇଥିବା ୟୁନିଟି ପେରେଡର ଭିଡିଓ ଅଟେ। ଘୃଣାର ରାଜନୀତିକୁ ପରାସ୍ତ କରିବା ଉଦ୍ଦେଶ୍ୟ ସହିତ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ଗଠନ ଦିନକୁ ଏପରି ପାଳନ କର ଯାଏ।
ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ରାଜ୍ୟ ସଚିବ ଅବଦୁଲ ସତ୍ତର, ଫ୍ୟାକ୍ଟ କ୍ରିଷେଣ୍ଡୋ ମଳୟାଲମ ଦଳକୁ ନିଶ୍ଚିତ କରିଛନ୍ତି ଯେ ଭାଇରାଲ ଭିଡିଓ ୧୭ ଫେବୃଆରି ୨୦୨୦ ରେ ଏର୍ନାକୁଲମ ସହରରେ ହେଇଥିବା ୟୁନିଟି ପେରେଡର ଭିଡିଓ ଅଟେ।
ଦଳିତ କାର୍ଯ୍ୟକର୍ତ୍ତା ତଥା ଦଳିତ କ୍ୟାମେରା ନ୍ୟୁଜ ୱେବସାଇଟର ଅଧ୍ୟକ୍ଷ ରବି ଚନ୍ଦ୍ରନ ବତରନ ରେଲି ପରେ ସମାବେଶକୁ ସମ୍ବୋଧିତ କରିଥିଲେ। ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏହି ଆୟୋଜନ ସମୟରେ ସିଏଏ ଏବଂ ଏନଆରସିର ବିରୋଧ ମଧ୍ୟ କରିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ୨୦୨୦ ମସିହାରେ କେରଲର ଏର୍ନାକୁଲମ ସହରରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଦ୍ଵାରା ଆୟୋଜିତ ୟୁନିଟି ମାର୍ଚ୍ଚର ଭିଡିଓ ଅଟେ। ଏକ ପୁରୁଣା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Title:ପପୁଲାର ଫ୍ରଣ୍ଟ (PFI) ସଂସ୍ଥାର ୨୦୨୦ ମସିହାରେ ହେଇଥିବା ସ୍ଥାପନା ଦିବସ ରେଲିର ଭିଡିଓକୁ କେରଲର ମୁସଲିମ ସେନାର ପେରେଡ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
