
ଟୋକିଓ ଅଲମ୍ପିକ୍ ୨୩ ଜୁଲାଇରୁ ଜାପାନରେ ଆରମ୍ଭ ହୋଇ ସାରିଛି। ପରସ୍ପର ସହିତ ପ୍ରତିଦ୍ଵନ୍ଦ୍ଵିତା କରିବା ଏବଂ ନିଜ ଦେଶର ଗୌରବ ବଢାଇବା ପାଇଁ ଅନେକ ଦେଶ ଏଥିରେ ଭାଗ ନେଇଛନ୍ତି। ଭାରତରୁ ମଧ୍ୟ ଅନେକ ଖେଳାଳିଙ୍କୁ ଏହି ଅଲମ୍ପିକ୍ ରେ ଭାଗ ନେବାକୁ ପଠା ଯାଇଅଛି।
୨୪ ଜୁଲାଇ ଦିନ ଚଳିତ ବର୍ଷ ଅଲମ୍ପିକ୍ ରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଦେଶ ତାଙ୍କ ବିଜଯ ଉତ୍ସବ ପାଳନ କରୁଥିବା ବେଳେ, ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଟୋକିଓ ଅଲମ୍ପିକ୍ସରେ ପ୍ରିୟା ମଲିକ ୭୩ କେଜି କୁସ୍ତି ବର୍ଗରେ ଭାରତ ପାଇଁ ସ୍ଵର୍ଣ ପଦକ ଜିତିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ ଥିବା ଡାବୁଇକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୫ ଜୁଲାଇ ନ୍ୟୁଜ ୧୮ ପତ୍ରିକାର ୱେବସାଇଟରେ ପ୍ରକାଶିତ ହୋଇଥିବା ଏକ ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ ବିଶ୍ଵ କ୍ୟାଡେଟ ରେସଲିଙ୍ଗ ଚାମ୍ପିଅନସିପରେ ଭାରତୀୟ ରେସଲର ପ୍ରିୟା ମଲିକ ସ୍ଵର୍ଣ ପଦକ ହାସଲ କରିଛନ୍ତି। ୭୩ କିଲୋଗ୍ରାମ ବର୍ଗର ପ୍ରତିଯୋକିତାରେ ପ୍ରିୟା, କେସନିଆ ପାଟାପୋଭିଚ୍ ଙ୍କୁ ୫-୦ ରେ ପରାସ୍ତ କରି ବୁଡାପେଷ୍ଟରେ ସ୍ଵର୍ଣ ପଦକ ଜିତିଛନ୍ତି।

ଆମେ ଜାଣିବାକୁ ପାଇଲୁ ଯେ ମାଇ ଗୋଭ୍ ଇଣ୍ଡିଆର ଅଫିସିଆଲ ଟୁଇଟର ହେଣ୍ଡେଲରେ ପ୍ରିୟା ମଲିକଙ୍କୁ ତାଙ୍କ ବିଜେତା ହେବାର ଅଭିନନ୍ଦନ ଜଣାଇଛି।
ଏହା ପରେ ଆମେ ଅଲମ୍ପିକ୍ସ ୱେବସାଇଟରେ ଯାଇ ଭାରତୀୟ ଖେଳାଳି ମାନଙ୍କ ନାମ ତାଲିକା ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଭାରତର ସମସ୍ତ ଖେଳାଳିଙ୍କ ତାଲିକା ପାଇଲୁ ଯେଉଁ ମାନେ ବିଭିନ୍ନ କ୍ରିଡାରେ ଅଲମ୍ପିକ୍ସରେ ଭାଗ ନେବାକୁ ଯାଇଛନ୍ତି। ଏହି ତାଲିକାରେ କୁସ୍ତି ବର୍ଗ କିମ୍ବା ଅନ୍ୟ କୌଣସି ବର୍ଗରେ ପ୍ରିୟା ମଲିକଙ୍କ ନାମ ଦେଖିବାକୁ ମିଳିଲା ନାହିଁ। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ପ୍ରିୟା ମଲିକ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିନାହାନ୍ତି।

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକ୍ସ ୨୦୨୦ ରେ ଭାରତ ଗୋଟିଏ ରୋପ୍ୟ ପଦକ ଜିତିଚି। ଅଲମ୍ପିକ୍ସ ୨୦୨୦ ରେ ଭାରତ ୨୫ ନମ୍ବର ସ୍ଥାନରେ ରହିଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ କର ଯାଇଥିବା ଡାବୁଇ ମିଥ୍ୟା ଅଟେ। ପ୍ରିୟା ମଲିକ ହଙ୍ଗେରୀ ଦେଶରେ ହେଉଥିବା ବିଶ୍ଵ କୁସ୍ତି ପ୍ରତିଯୋକିତାରେ ସ୍ଵର୍ଣ ପଦକ ଜିତିଛନ୍ତି। ସେ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରି ନାହାନ୍ତି।

Title:କ’ଣ ଟୋକିଓ ଅଲମ୍ପିକ୍ ରେ ୭୩ କେଜି କୁସ୍ତି ବର୍ଗରେ ସ୍ଵର୍ଣ ପଦକ ଜିତିଛନତି ପ୍ରିୟା ମଲିକ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False