
ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ସାମନାକୁ ଆସିଛି ଯେଉଁଥିରେ ପ୍ରିୟାଙ୍କା ଗାନ୍ଧୀ ଗୋଟିଏ ଫୋଟୋରେ ରୁଦ୍ରାକ୍ଷ ମାଳ ପିନ୍ଧିଛନ୍ତି ଆଉ ଗୋଟିଏ ଫୋଟୋରେ କୃଷ ହାର ପିନ୍ଧିଛନ୍ତି। ଫୋଟୋ ପୋଷ୍ଟ କରି କୁହା ଯାଇଅଛି ଯେ ଏହି ଏହି ପରି କପଟ କରି ସରଲ ଭାରତୀୟଙ୍କୁ ଭକୁଆ ବନାଉଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟ କରା ଯାଇଥିବା ଫୋଟୋକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ଫେବ୍ରୁଆରି ୨୦୧୯ ମସିହାରେ ଏହି ଫୋଟୋ ଏବିପି ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦରେ ପ୍ରିୟାଙ୍କା ଗାନ୍ଧୀଙ୍କ ଲକ୍ଷ୍ନୋ ପରିଦର୍ଶନ ଗୋଟିଏ ଦିନ ପୂର୍ବରୁ ତାଙ୍କ ଦ୍ଵାରା କୁହା ଯାଇଥିବା ଗୋଟିଏ ଅଡିଓ ବିଷୟରେ ଉଲ୍ଲେଖ କରା ଯାଇଅଛି।

ତଳେ ଆପଣ ଅସଲି ଏବଂ ନକଲି ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋରେ କୌଣସି ସତ୍ୟତା ନାହିଁ। ଅସଲି ଫୋଟୋରେ ପ୍ରିୟାଙ୍କା ଗାନ୍ଧୀ କୃଷ ହାର ପିନ୍ଧି ନାହାନ୍ତି। ଅସଲି ଫୋଟୋକୁ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ପ୍ରିୟାଙ୍କା ଗାନ୍ଧୀ କୃଷ ହାର ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False