
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ନିଜ ଭାଷଣରେ ଚନ୍ଦ୍ରରେ ଆଳୁର ଫସଳ କରିବା କଥା କହୁଛନ୍ତି। ୮ ଡିସେମ୍ବରର ଏହି ପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ନେଇ କୁହା ଯାଇଅଛି ଯେ “ଆମ ଦେଶର ଉର୍ଣ୍ଣତ ଧରଣର ଚାଷୀ , ଯିଏ ଚନ୍ଦ୍ର ରେ ଆଳୁ ଫସଲ କରିବାର କ୍ଷମତା ରଖନ୍ତି. ଆଜି ପ୍ରମାଣ ହେଲା ଦେଶରେ କୁତ୍ରିମ ଚାଷୀ ଙ୍କ ଭାରତ ବନ୍ଦ ପପୁ ଭାଇଙ୍କ ପାଇଁ ସଫଳ ହେଲା”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ଏହି କ୍ଲିପ୍ ର ପ୍ରକୃତ ଭିଡିଓ ସର୍ଚ କରିଲୁ। ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୧୨ ନଭେମ୍ବର ୨୦୧୭ ମସିହାରେ ଏହି ଭିଡିଓ ୟୁଟ୍ୟୁବରେ ରାହୁଲ ଗାନ୍ଧୀଙ୍କ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଗୁଜରାଟର ପଟନ ଜିଲ୍ଲାରେ ହେଇଥିବା ଗୋଟିଏ ସମାବେଶରେ ରାହୁଲ ଗାନ୍ଧୀ ଭାଷଣ ଦେଇଥିଲେ। ଏହି ଭିଡିଓରେ ସେ ଗୁଜୁରାଟର ଭିନ୍ନ ସଂପ୍ରଦାୟ ଯେପରି କୃଷକ, ବ୍ୟବସାୟୀ ଇତିୟାଦୀ ଦ୍ଵାରା କଷ୍ଟର ସାମନା କରୁଥିବା ଏବଂ ସରକାରଙ୍କ ଯୁବକଙ୍କୁ ରୋଜଗାର ଦେବା ବିଫଳତା ବିଷୟରେ କହୁଛନ୍ତି। ଏହି ଭିଡିଓର ୧୯:୫୮ ମିନିଟ୍ ଦାବି କରା ଯାଇଥିବା ଭିଡିଓ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ କହିଥିଲେ ଯେ “ମୁଁ ମିଥ୍ୟା ପ୍ରତିଜ୍ଞ ଦିଏ ନାହିଁ। ମୋଦୀଜି କୁହନ୍ତି ଦେଖ ଏଠାରେ ତୁମ ଖେତରେ ରୋଜଗାର ହେଉନାହିଁ। ମୁଁ ଚନ୍ଦ୍ରରେ ତୁମକୁ ଜମି ଦେବୀ। ଆସନ୍ତା ସମୟରେ ସେଠାରେ ତୁମେ ଆଳୁର ଫସଳ କରିବା। ମୁଁ ସେଠାରେ ଜନ୍ତ୍ର ଲଗାଇବୀ ଆଉ ଆମେ ଆଳୁକୁ ଚନ୍ଦ୍ରରୁ ଗୁଜୁରାଟ ନେଇକି ଆସିବୁ।
ଆମେ ଅସଲି ଏବଂ ନକଲି ଭିଡିଓର ତୁଳନା ମଧ୍ୟ କରିଲୁ। ଏହି ଭିଡିଓ ଏଖିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଅସଲି ଭିଡିଓରେ ରାହୁଲ ଗାନ୍ଧୀ ମୋଦୀଜିଙ୍କ ଚନ୍ଦ୍ରରେ ଆଳୁ ଫସଲ କରି ତାକୁ ଗୁଜୁରାଟ ଆଣିବା କଥା ବିଷୟରେ କହିଛନ୍ତି। ଅସଲି ଭିଡିଓର କିଛି ଅଂଶ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ଏହି କିଡେଓରେ ରାହୁଲ ଗାନ୍ଧୀ ଚନ୍ଦ୍ରରେ ଆଳୁ ଫସଳ କରିବା କଥା କହୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False