କ’ଣ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ କ୍ରିଷ୍ଟ ଧର୍ମ ରୀତିନୀତିରେ ହେଇଥିଲା? ଜାଣନ୍ତୁ ସତ୍ୟ।

False Political

କଂଗ୍ରେସ ପାର୍ଟି ଗାନ୍ଧୀ ପରିବାର ନିଜ ଧର୍ମକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ସୋନିଆ ଗାନ୍ଧୀ କ୍ରିଷ୍ଟ ଧର୍ମରୁ ହେଇଥିବା କାରଣରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ କୃଷ୍ଟିୟାନ ହେଇଥିବା ଅଭିଯୋଗ କରି ଆସୁଛନ୍ତି ଶାସକ ଦଳ ସମର୍ଥକ ମାନେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏବଂ ପୁରୁଷ ଜଣେ ପାଦରୀଙ୍କ ସାମନାରେ କିଛି କାଗଜରେ ଦସ୍ତଖତ କରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ସେମାନେ ହେଉଛନ୍ତି ରାଜୀବ ଏବଂ ସୋନିଆ ଗାନ୍ଧୀ ଏବଂ ସେମାନେ କ୍ରିଷ୍ଟ ଧର୍ମ ରୀତିନୀତି ଅନୁସାରେ ବିବାହ କରୁଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୨୦ ଡିସେମ୍ବର ରେ ପୂର୍ଣଚନ୍ଦ୍ର ମିଶ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖା ହେଇଛି ଯେ “ମାଁ ଏବଂ ବାପା ଦିଲ୍ଲୀର ଏକ ଚର୍ଚ୍ଚରେ ସ୍ଵାମୀ ସ୍ତ୍ରୀ ଭାବରେ ନିଜର ବିବାହ ପଞ୍ଜୀକରଣ କରିଥିଲେ ଆଉ ତାଙ୍କ ପୁଅ ବର୍ତ୍ତମାନ ନିଜେ ହିନ୍ଦୁ ବୋଲି ପ୍ରଚାର କରୁଛି।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଫୋଟୋ କେବେ ଓ କେଉଁଠାରୁ ଭାଇରାଲ ହେବାରେ ଲାଗିଛି। ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମଞ୍ଜିନ୍ଦର ସିଂହ ସିରସା ନାମକ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏହି ଫୋଟୋ ପୋଷ୍ଟ କରା ଯାଇ କୁହା ହେଇଛି ଯେ ଫୋଟୋଟି ରାଜୀବ ଏବଂ ସୋନିଆ ଗାନ୍ଧୀଙ୍କ ବିବାହର ଫୋଟୋ ଅଟେ। ଯଦି ସେମାନେ ଏହି ପରି ବିବାହ କରିଛନ୍ତି ତେବେ ରାହୁଲ ଗାନ୍ଧୀ କେଉଁ ପରି ହିନ୍ଦୁ ହେଲେ?

Archive

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଡେକାନ୍ ହେରାଲ୍ଡ ପତ୍ରିକା ୱେବସାଇଟରେ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହର ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋରେ ସେମାନେ ପରସ୍ପରକୁ ଫୁଲମାଳ ପିଢଉଥିବା ଦୃଶ୍ୟ ଦେଖିବାକୁ ପାଇଲୁ। 

ଆମକୁ ଏହି ପ୍ରସଙ୍ଗରେ ଏକ ଭିଡିଓ ମଧ୍ୟ ମିଳିଲା। ଏଇ ଭିଡିଓରେ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ହିନ୍ଦୁ ବିବାହ ପରି ସମାନ ପୋଷାକ ପିନ୍ଧିଥିଲେ ଏବଂ ସେମାନେ ହିନ୍ଦୁ ବିବାହରେ ଜାୟମାଳା ସମାରୋହ ମଧ୍ୟ କରିଥିଲେ। ଭିଡିଓରେ ସେମାନେ ପଞ୍ଜୀକରଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ଯେଉଁଟା ଭାଇରାଲ ଫୋଟୋ ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ ହିନ୍ଦୁ ରୀତିନୀତିରେ ହେଇଥିଲା। ଭାଇରାଲ ଫୋଟୋର ତାଙ୍କ ବିବାହ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ କ୍ରିଷ୍ଟ ଧର୍ମ ରୀତିନୀତିରେ ହେଇଥିଲା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *