
ସୋସିଆଲ ମିଡିଆରେ ସମୟ ସମୟ ଧରି ପ୍ରସିଦ୍ଧ ବ୍ୟକ୍ତି ମାନଙ୍କ ଦ୍ଵାରା ଦିଆ ଯାଇଥିବା ଭାଷଣ କିମ୍ବା ପରାମର୍ଶ ଭାଇରାଲ ହେଉଥାଏ। ଅନେକ ସମୟରେ ଏହି ପରି ପୋଷ୍ଟ ମିଥ୍ୟା ପ୍ରମାଣିତ ହୋଇଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟାଟା କମ୍ପାନୀ ମାଲିକ ରତନ ଟାଟାଙ୍କ ଦ୍ଵାରା ଦିଆ ଯାଇଥିବା ଏକ ପରାମର୍ଶ ହାଇରାଲ ହେଉଛି। ପୋଷ୍ଟର ଦାବି ଅନୁଯାୟୀ ରତନ ଟାଟା, ମଦ କିଣିବା ସମୟରେ ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ କରି ଦେବା ପରାମର୍ଶ ଦେଇଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଜଣେ ଫେସବୁକ ବ୍ୟବହାରକାରି ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ରତନ ଟାଟାଙ୍କ ଦ୍ଵାରା ଏକ ପରାମର୍ଶ ଦିଆ ଯାଇଥିବା ଜଣା ପଡିଛି। ଏହି ଫୋଟୋରେ ଦାବି କରା ଯାଇଅଛି ଯେ “ମଦ ଆଧାର କାର୍ଡ ମାଧ୍ୟମରେ ବିକ୍ରି ହେବା ଉଚିତ ଏବଂ ଯେଉଁ ମାନେ ମଦ କିଣୁଛନ୍ତି, ସରାକାର ଦ୍ଵାରା ମିଳୁଥିବା ସମସ୍ତ ସବସିଡି ଏବଂ ସୁବିଧା ବନ୍ଦ କରା ଯିବା ଦରକାର। ଆମେ ତାଙ୍କୁ ଖାଦ୍ୟ ଦେଉଛୁ ଆଉ ସେମାନେ ମଦ୍ୟପାନ କରୁଛନ୍ତି। ଯେଉଁମାନେ ମଦ୍ୟପାନ କରିବା ପାଇଁ ପଇସା ଖରଚ କରି ପାରୁଛନ୍ତି ତାଙ୍କୁ ସବସିଡିର ଆବଶ୍ୟକତା ନାହିଁ।”
ଫୋଟୋ ପୋଷ୍ଟ କରି ଏହି ଫେସବୁକ ବ୍ୟବହାରକାରୀ ନିଜ ମନ୍ତବ୍ୟ ଦେଇଛନ୍ତି ଯେ “ମଦ ଆଧାର କାର୍ଡ ମାଧ୍ୟମରେ ହିଁ ବିକ୍ରି ହେବା ଦରକାର ଆଉ ଯିଏ ମଦ କିଣିବ ତାର ବିପିଏଲ କାର୍ଡ ରଦ ହେବ। ସେହି ପରି ହେଲେ ମଦ ବିକ୍ରି କମିବ ଓ ସରକାର ରାଜକୋଷରୁ ଦେଉଥିବା ମାହାଳିଆ ଖାଦ୍ୟପୟ କମିବ। ସାଧାରଣ ନାଗରିକ ବହୁତ ଉପକୃତ ହେବ।”

ସମାନ ପୋଷ୍ଟ ଆମକୁ ଫେସବୁକରେ ଅନ୍ୟ ଏକାଉଣ୍ଟରେ ମଧ୍ୟ ସମାନ ଦାବି ସହିତ ପୋଷ୍ଟ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କୃଲୁ। କିନ୍ତୁ ଫଳାଫଳରେ ଆମକୁ କୌଣସି ମଧ୍ୟ ବିଶ୍ଵସନୀୟ ସୂତ୍ରରୁ ସମାନ ବିଷୟରେ ସୂଚନା ମିଳିଲା ନାହିଁ। ଏହା ଦେଖି ଭାଇରାଲ ପୋଷ୍ଟ ଉପରେ ଆମର ସନ୍ଦେହ ବାଡିଲା। ପୋଷ୍ଟର ଦାବିର ସତ୍ୟତା ଜାଣିବା ପାଇଁ ଆମେ ରତନ ଟାଟାଙ୍କ ସୋସିଆଲ ମିଡିଆ ହେଣ୍ଡେଲ ସର୍ଚ କରିଲୁ। ଫଳାଫଳରେ ଆମକୁ ରତନ ଟାଟାଙ୍କର ଅଫିସିଆଲ ଇଂଷ୍ଟାଗ୍ରାମ୍ ଏକାଉଣ୍ଟ ମିଳିଲା। ସେ ତାଙ୍କ ଇଂଷ୍ଟାଗ୍ରାମ୍ ଷ୍ଟୋରିରେ ହାଇରାଲ ସ୍କ୍ରିନଶଟ୍ ପୋଷ୍ଟ କରି ସେଥିରେ “ଫେକ୍ ନ୍ୟୁଜ୍। ଏହା ମୋର ଦ୍ଵାରା କୁହା ଯାଇ ନାହିଁ। ଧନ୍ୟବାଦ” ବୋଲି ଲେଖିଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ରତନ ଟାଟା, ମଦ କିଣିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରା ଯିବା ନେଇ କୌଣସି ବୟାନ ଦେଇ ନାହାନ୍ତି। ସୋସିଆଲ ମିଡିଆରେ ତାଙ୍କ ନାମରେ ଭାଇରାଲ ହୁଥିବା ଦାବି ମିଥ୍ୟା ଅଟେ।

Title:କ’ଣ ରତନ ଟାଟା ଆଧାର କାର୍ଡ ଦେଖାଇ ମଦ କିଣିବା ପରାମର୍ଶ ଦେଇଛନ୍ତି?
Fact Check By: Siddharth SahuResult: False
