କ’ଣ ରିଲାଏନ୍ସ ଜିଓ ଲୋଗୋ ସହିତ ଅଖା ଭିତରେ ଖାଦ୍ୟ ଶସ୍ୟ ବିକ୍ରି କରୁଛି? ଜାଣନ୍ତୁ ସତ୍ୟ।

False Social

ସୋସିଆଲ ମିଡିଆରେ ଦେଶବ୍ୟାପୀ ଚାଲିଥିବା କୃଷକ ମାନେ ଭାବେ କାର୍ଯ୍ୟକାରୀ ହେଇଥିବା କୃଷକ ବିଲ୍ ବିରୁଦ୍ଧରେ ବିରୋଧ କରୁଥିବା ଭୁଲ ତଥ୍ୟ ସହିତ ବୁଡ଼ିଯାଇଛନ୍ତି। ଏହା ମଧ୍ୟରେ ରିଲାଏନ୍ସ ଜିଓ ଲୋଗୋ ସହିତ ଖାଦ୍ୟ ଶସ୍ୟ ଅଖାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି ଏହା ଯେ କୃଷି କ୍ଷେତ୍ରରେ ରିଲାଏନ୍ସ ଜିଓର ପ୍ରବେଶ କୃଷକ ମାନଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଅଟେ। ଅନେକ ସୋସିଆଲ ମିଡିଆ ୟୁଜର ଅଭିଯୋଗ କରିଛନ୍ତି ଯେ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କୁ ଲାଭ ଦେବା ପାଇଁ ତିନୋଟି ବିବାଦୀୟ ଚାଷ ଆଇନ ପ୍ରଣଯନ କରା ଯାଇଅଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଅନେକ ସପିଙ୍ଗ ୱେବସାଇଟରେ ବ୍ୟବସାୟୀଙ୍କ ତାଲିକା ପାଇଲୁ। ଯେଉଁ ମାନେ ଆଶିଷ ବ୍ୟବସାୟୀଙ୍କ ପରି ମୁଦ୍ରିତ “ଜିଓ ଶରବତୀ ଗହମ” ଲେଖା ଯାଇଥିବା ଅଖା ଭିତରେ ଖାଦ୍ୟ ଶସ୍ୟ କରନ୍ତି। 

https://lh3.googleusercontent.com/--EMneSRqLZ8JuBSyfFEzC4AyFonJN0oA0sqbDYo1kQOQTEkJghKGJZIntltv_Cz8FQYr42EwsyAhTGRBQXKowZIT5ZncdHVbwPvzVTjxfVsxkEJdb-IJ84I60tfQrL-OvHomwldQAVsfW_j1A

Ashish Traders | Archive

ଗୁଗୁଲ ରେ ଆମେ ଜିଓ ବ୍ୟାଗ ଅଖା ଲେଖି ସର୍ଚ କରିଲା ପରେ ଆମେ ଜାଣିଲୁ ଯେ ଗୁଜୁରାଟର ଶ୍ରୀ ସୋମନାଥ ପ୍ୟାକେଜିଙ୍ଗ ଦ୍ଵାରା ଇଣ୍ଡିଆମାର୍ଟର ୱେବସାଇଟରେ ୭ ଟଙ୍କା ମୂଲ୍ୟରେ ଏହି ବ୍ୟାଗ ଗୁଡ଼ିକ ଉପଲବ୍ଧ ଅଛି। ଆମେ ରିଲାଏନ୍ସ ଜିଓ ୱେବସାଇଟରେ ଉପଲବ୍ଧ ଉତପାଦ ଗୁଡ଼ିକ ପାଇଁ ମଧ୍ୟ ଅନୁସନ୍ଧାନ କରିଲୁ କିନ୍ତୁ ୱେବସାଇଟରେ ଖାଦ୍ୟ ଶସ୍ୟ ସମ୍ବନ୍ଧିତ କିଛି ପ୍ରମାଣ ମିଳିଲା ନାହିଁ। ଗଣମାଧ୍ୟମରେ ମଧ୍ୟ ଏହି ବିଷୟ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ। 

ଫେକ୍ଟ କୃସେଣ୍ଡୋ ରିଲାଏନ୍ସ ଜିଓଙ୍କ ପ୍ରବକ୍ତାଙ୍କ ସହ ଯୋଗାଯୋଗ କରିଲା ପରେ ସେ ଆମକୁ ନିଶ୍ଚିତ କରିଲେ ଯେ “ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଅଖା ଗୁଡ଼ିକର ଫୋଟୋ ରିଲାଏନ୍ସ ଜିଓ ସହିତ କୌଣସି ସମ୍ପର୍କ ନାହିଁ। ଏହା ରିଲାଏନ୍ସ ଉତ୍ପାଦ ନୁହେଁ।“

ଜୁଆବା କର୍ପ୍ ୱେବସାଇଟରେ ଏହି ବିଷୟରେ ସର୍ଚ କରିଲା ପରେ ଆମେ ଜିଓ ନାମ ସହିତ ଅନେକ ଏଗ୍ରୋ ଆଧାରିତ କମ୍ପାନୀ ପାଇଲୁ ଯେପରିକି ମାହାରାଷ୍ଟ୍ରରୁ ଆଧାରିତ ‘ଶ୍ରୀ ଜିଓ ଏଗ୍ରୋ ଫୁଡ୍ ପ୍ରଡ଼କ୍ଟ୍ ପ୍ରାଇଭେଟ୍ ଲିମିଟେଡ’ ଏବଂ ‘ଜିଓ ଫ୍ରେସ୍’। 

ଶେଷକଥା

ଫେକ୍ଟ କୃସେଣ୍ଡୋ ଉପରୋକ୍ତ ପୋଷ୍ଟକୁ ମିଥ୍ୟା ବୋଲି ପାଇଲା। ଖାଦ୍ୟ ଶସ୍ୟ ବ୍ୟବସାୟୀରେ ରିଲାଏନ୍ସ ଜିଓ ଉଦ୍ୟମ ଦେଖାଇବାକୁ ଦାବି କରୁଥିବା ଭାଇରାଲ ଫୋଟୋ ଗୁଡ଼ିକ ମିଥ୍ୟା ଅଟେ। ଜିଓ ଲୋଗୋ ସହିତ ଅଖା ସ୍ଥାନୀୟ କାରଖାନା ଗୁଡ଼ିକରେ ଉତ୍ପାଦିତ ହୁଏ ଏବଂ ଏହାର ରିଲାଏନ୍ସ ଜିଓ ସହିତ କୌଣସି ସମ୍ବନ୍ଧ ନାହିଁ। ରିଲାଏନ୍ସ ଜିଓ ପ୍ରବକ୍ତା ନିଜେ ଏହି କଥା ସ୍ପଷ୍ଟ କରିଛନ୍ତି। 

Avatar

Title:କ’ଣ ରିଲାଏନ୍ସ ଜିଓ ଲୋଗୋ ସହିତ ଅଖା ଭିତରେ ଖାଦ୍ୟ ଶସ୍ୟ ବିକ୍ରି କରୁଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *