
ଆମ ଦେଶ ବର୍ତ୍ତମାନ କରୋନା ଭାଇରସ ସହିତ ଲଢୁଛି ଏବଂ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚି ଯାଇଛି। ଏହି କାରଣ ହେତୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ବୋଝ ପଡିଛି। ପ୍ରତ୍ୟେକ ଦିନ କରୋନାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ ମଧ୍ୟରୁ କରୋନା ଟୀକା ସମ୍ବନ୍ଧିତ କିଛି ବିଭ୍ରାନ୍ତକାରୀ ପୋଷ୍ଟ ଭାଇରାଲ ହେଉଛି।
ଏକ ପୋଷ୍ଟ ମାଧ୍ୟମରେ କରୋନାରେ ବ୍ୟବହୃତ ଆନ୍ତିଭାଇରାଲ ଟୀକା ରେମଡେସିଭିର ବିଷୟରେ ଏପରି ଏକ ଦାବି କରା ଯାଉଅଛି ଯେ ପଞ୍ଜାବର ଭାକରା କେନାଲରେ ରେମଡେସିଭିର ଟୀକାର ଶିଶି ମିଳିଛି।

Facebook | Archive | The Prameya | Archive
ଉପରୋକ୍ତ ପୋଷ୍ଟ ସମ୍ବନ୍ଧିତ ଗୋଟିଏ ଭିଡିଓକୁ ସଂବିତ ପାତ୍ର ତାଙ୍କ ଅଫିସିଆଲ ଟୁଇଟର ହେଣ୍ଡେଲରେ ଶେୟାର କରିଛନ୍ତି। ଏହି ଟୁଇଟରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, “ଏହା ଘୁଣ୍ୟ ଏବଂ ଅପରାଧିକ ଅଟେ। ପଞ୍ଜାବରେ ରୋଗୀଙ୍କୁ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ହଜାର ହଜାର ରେମଡେସିଭିର ଇଞ୍ଜେକ୍ସନ୍ ଭାକରା କେନାଲରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏହି ଅପରାଧିକ କାର୍ଯ୍ୟ ପାଇଁ କିଏ ଦାୟୀ? ପଞ୍ଜାବ ସରକାର କାହନିକି ଚୁପ ଅଛନ୍ତି?”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୬ ମଇରେ ଟ୍ରାଇବ୍ୟୁନ ଇଣ୍ଡିଆ ନାମକ ପତ୍ରିକାରେ ଏହି ଘଟଣା ସମ୍ବନ୍ଧିତ ଖବର ପ୍ରକାଶିତ ହେଇଥିବା ମିଳିଲା। ଖବର ଅନୁଯାୟୀ ଡ୍ରଗ୍ କଣ୍ଟ୍ରୋଲ୍ ଅଧିକାରୀ ତେଜିନ୍ଦର ସିଂହ ସ୍ପଷ୍ଟ କରିଛନ୍ତି ଯେ ପାଣିରେ ବୁଡ଼ିଥିବା ରେମଡେସିଭିର ଇଞ୍ଜେକ୍ସନ ନକଲି ଅଟେ। ଏହି ପତ୍ରିକାରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଭାକରା କେନାଲରୁ ୬୨୧ ଟି ନକଲି ରେମଡେସିଭିର ଇଞ୍ଜେକ୍ସନ ମିଳିଥିଲା। ଚମକଉର ଶାହିବ ପୋଲିସ ଡିଏସପିଙ୍କ ନେତ୍ରୂତ୍ଵରେ ପୋଲିସ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ରେମଡେସିଭିର ଏବଂ ସାଫୋପେରାଜୋନ ଇଞ୍ଜେକ୍ସନ ଜବତ କରିଛି। ବେଳଷଣ୍ଡା ଗ୍ରାମରେ ଖୋଜାଖୋଜି ବେଳେ ଆଉ କିଛି ଶିଶି ଦେଖିବାକୁ ମିଳିଥିଲା। ଉଭୟ ସ୍ଥାନରୁ ମୋଟ ୬୨୧ ରେମଡିସିଭିର ଏବଂ ୧୪୫୬ ସାଫୋପେରାଜୋନ ଇଞ୍ଜେକ୍ସନ ଜବତ କରା ଯାଇଅଛି। ଏଠି ସହ ୮୪୯ ଟି ବେଆଇନ ଶିଶି ମଧ୍ୟ ଉଦ୍ଧାର କରା ଯାଇଅଛି।

ଏହି ବିଷୟରେ ଟୁଇଟର ରେ ସର୍ଚ କରିଲା ପରେ ଆମକୁ ପଞ୍ଜାବ ସରକାର ଦ୍ଵାରା ତାଙ୍କ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ୬ ମଇରେ ଭାକରରେ ବହୁ ପରିମାଣରେ ରେମଡେସିଭିର ଇଞ୍ଜେକ୍ସନ ଭାସୁଥିବା ଗୋଟିଏ ଇଡେଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି କିନ୍ତୁ ଏହି ଇଞ୍ଜେକ୍ସନ ନକଲି ଅଟେ। ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। କୋଭିଡର ଆତଙ୍କତ ଠାରୁ ଦୂରେଇ ରହିବା ପାଇଁ ଏହି ପରି ଭିଡିଓ ପୋଲିସକୁ ରିପୋର୍ଟ କରିବା ପାଇଁ ମଧ୍ୟ ଅନୁରୋଧ କରା ଯାଇଅଛି।
ଫେକ୍ଟ କୃସେଣ୍ଡୋ ରୋପର ଜିଲ୍ଲାର ଏସଏସପି ଅଖିଲ ଚଉଧରିଙ୍କ ସହ ଯୋଗାଯୋଗ କରିଲା ପରେ ସେ ସୂଚନା ଦେଇଛନ୍ତି ଯେ “ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଅଛି। ଏହି ମାମଲାରେ ସମ୍ପୃକ୍ତ ଏଫଆଇଆର ପଞ୍ଜିକକୃତ ହୋଇଛି। ଆମେ ମାମଲାର ସମସ୍ତ ଦିଗରେ ଅନୁସନ୍ଧାନ କରୁଛୁ। ଡ୍ରଗ୍ କଣ୍ଟ୍ରୋଲ ଅଧିକାରୀଙ୍କ ଅନୁଯାୟୀ ପୁନରୁଦ୍ଧାର ହୋଇଥିବା ଭିଆଲ୍ ଲେବଲ୍ କମ୍ପାନୀର ମୂଳ ପାତ୍ର ସହିତ ମେଲ ଖାଉ ନାହିଁ, ତେଣୁ ଏହା ସ୍ପଷ୍ଟ ଭାବରେ ନକଲି ଟୀକା ଶିଶି ଅଟେ।”
ଏହା ପରେ ଆମକୁ ଦିଲ୍ଲୀ ପୋଲିସ ଡିଏସପି ମୋନିକା ଭାରଦ୍ଵାଜଙ୍କ ଦ୍ଵାରା କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ସେ ବଜାରରେ ନକଲି ରେମଡେସିଭିର ଟୀକା ଚିହ୍ନଟ କରିବାର କିଛି ଉପାୟ ବଟେଇଛନ୍ତି। ଟୁଇଟରେ ସେ ନକଲି ଏବଂ ଅସଲି ଟୀକା ମଧ୍ୟର ଅନ୍ତର ବୁଝାଇଛନ୍ତି।
ଏହା ପରେ ଆମେ ଭାଇରାଲ ଭିଡିଓରେ ଦେଖା ଯାଉଥିବା ରେମଡେସିଭିର ଶିଶି ଆଉ ଡିଏସପି ମୋନିକା ଭାରଦ୍ଵାଜ ଦ୍ଵାରା କୁହା ଯାଇଥିବା ନକଲି ଶିଶିର ଚିତ୍ର ଗୁଡ଼ିକର ଏକ ଗଣନାତ୍ମକ ବିଶ୍ଳେଷଣ କରିଥିଲେ ଯେଉଁଥିରେ ଆମେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ ଯେ ଭାକରା କେନାଲରେ ବହୁ ଥିବା ରେମଡେସିଭିର ପ୍ରକୃତରରେ ନକଲି ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାକରା କେନାଲରେ ବହୁ ଥିବା ରେମଡେସିଭିର ଇଞ୍ଜେକ୍ସନ ଶିଶି ନକଲି ଅଟେ। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ।

Title:କ’ଣ ପଞ୍ଜାବର ଭାକରା କେନାଲରେ ବହୁଥିବା ମିଳିଛି ରେମଡେସିଭିର ଇଞ୍ଜେକ୍ସନ୍ ଶିଶି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
