
ବିବେକ ଅଗ୍ନିହୋତ୍ରୀଙ୍କ ଦ୍ଵାରା ନିର୍ମିତ ଦି କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ପରଠୁ ଦେଶରେ ଏକ ଲହର ସୃଷ୍ଟି କରିଛି। ଏହି ସିନେମା ୧୯୯୦ରେ କାଶ୍ମୀରର ହିନ୍ଦୁ ପଣ୍ଡିତଙ୍କ ଜନସଂହାର ଉପରେ ଆଧାରିତ ଅଟେ।
ଏହା ଜଡିତ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଆମେରିକାର ଗଣତାନ୍ତ୍ରିକ ରାଜ୍ୟ ରୋଡ୍ ଆଇଲେଣ୍ଡ, କାଶ୍ମୀର ହିନ୍ଦୁ ଜନସଂଘାରକୁ ଆନୁଷ୍ଠାନିକ ଭାବରେ ସ୍ଵୀକୃତି ଦେଇଛି। ୩୨ ବର୍ଷ ପରେ ଏହି ଯନ୍ତ୍ରଣାକୁ ସ୍ଵୀୟକୃତି ମିଳିଛି।

ଏହି ଦାବି କେଉଁଠାରୁ ଭାରାଳ ହେବା ଆରମ୍ଭ ହେଇଛି?
ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋ ଏବଂ ଦାବି ସର୍ବପ୍ରଥମେ ଦି କାଶ୍ମୀର ଫାଇଲ୍ସ ସିନେମା ନିର୍ମାତା ବିବେକ ଅଗ୍ନିହୋତ୍ରୀ ଟୁଇଟ କରିଥିଲେ। ଟୁଇଟରେ ସେ କହିଥିଲେ, ୩୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ଵର କୌଣସି ରାଜ୍ୟ ଯାହାକି ଆମେରିକାର ଗଣତାନ୍ତ୍ରିକ ରାଜ୍ୟ ରୋଡ୍ ଆଇଲେଣ୍ଡ କାଶ୍ମୀର ଜନସଙ୍ଘାରକକୁ ସ୍ଵୀକୃତିଦେଇଛି। ଦୟା କରି ଏହାକୁ ପଢନ୍ତୁ ଏବଂ ନିର୍ନାୟ ନିଅନ୍ତୁ ଯେ ନିର୍ଯାତନାକାରୀ କିଏ ଏବଂ କିଏ ଦଣ୍ଡ ପାଇବା ଉଚ୍ଚିତ।
ତେବେ କ’ଣ ଏହା ସତ୍ୟ ଯେ ଆମେରିକା କାଶ୍ମୀର ପାଣ୍ଡିତଙ୍କ ରାଜ୍ୟ ଛାଡିବା ଏବଂ ତାଙ୍କ ଜନ ଜନସଂଘାରକୁ ସ୍ଵୀକୃତି ଦେଇଛି? ବିବେକ ଅଗ୍ନିହୋତିଙ୍କ ଦ୍ଵାରା ଟୁଇଟ କରା ଯାଇଥିବା ସାର୍ଟିଫିକେଟ କ’ଣ ଦର୍ଶାଉଛି? ଆସନ୍ତୁ ଜାଣିବା।
ଆମ ଅନୁସନ୍ଧାନ:
ସାର୍ଟିଫିକେଟ୍ କୁ ଗଭୀରତା ସହିତ ଦେଖିଲା ପରେ ଆମେ ଦେଖିଲୁ ଯେ ସେଥିରେ, “ଦି କାଶ୍ମୀର ଫାଇଲ୍ସରେ ୧୯୯୦ ମସିହାରେ କାଶ୍ମୀରରେ ହେଇଥିବା ଆତଙ୍କବାଦ ଏବଂ ଉଗ୍ରବାଦ ଘଟଣା ବିଷୟରେ ବର୍ଣନା କରା ଯାଇଛି ଯେଉଁଥିରେ ୫ ଲକ୍ଷ କାଶ୍ମିରୀ ହିନ୍ଦୁଙ୍କୁ କାଶ୍ମୀର ଉପତ୍ୟକାରରୁ ସ୍ଥାନାନ୍ତର କରି ଇସଲାମିକ ଦଳ ତାଙ୍କୁ ଶରଣାର୍ଥୀ ଭାବରେ ରହିବାକୁ ବାଧ୍ୟ କରିଥିଲେ।”
ରୋଡ୍ ଆଇଲେଣ୍ଡ ଦ୍ଵାରା କାଶ୍ମୀର ହିନ୍ଦୁ ଜନସଙ୍ଘାରକ ସ୍ଵୀକୃତି କରିଥିବା କଥା କେଉଠାରେ ଉଲ୍ଲେଖ ହୋଇ ନାହିଁ।

ଆମକୁ ରାକିବ ହାମିଦ ନାୟକ ନାମକ ଜଣେ ସ୍ଵାଧୀନ ସାମ୍ବାଦିକଙ୍କ ଏକ ଟୁଇଟ ମିଳିଲା ଯେଉଁଥିରେ ସେ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ଵାରା କରା ଯାଇଥିବା ଦାବିକୁ ଖଣ୍ଡନ କରିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି, “ମୁଁ ବ୍ରାଏନ୍ କେନେଡିଙ୍କ ସହ ଯୋଗାଯୋଗ କରିଥିଲି ଏବଂ ସେ ମୋତେ କହିଥିଲେ ଯେ ଏହି ଉଦ୍ଧୃତ କେବଳ ରୋଡ୍ ଆଇଲେଣ୍ଡ କଲେଜରେ ସିନେମାର ପ୍ରିମିୟରର ଅନୁମତିକୁ ଦର୍ଶାଉଛି। ହିନ୍ଦୁ ଜନସଂଘାର ସ୍ବୀକୃତି ଦାବି ମିଥ୍ୟା ଅଟେ। ଏହା ରାଜ୍ୟ କିମ୍ବା ସଂସଦ ଦ୍ଵାରା ଅନୁମୋଦନ ହୋଇଥିବା ସଂକଲ୍ପ ନୁହେଁ।”
ସମାନ ଟୁଇଟର ଟ୍ରେଡ୍ ରେ ନାୟକ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ରୋଡ୍ ଆଇଲେଣ୍ଡ ଲୋକସଭା ବାଚସ୍ପତ୍ତି ଜୋସେଫ୍ ଶେକରଚ କହିଛନ୍ତି ଯେ ସେ ଏହି ଉଦ୍ଧୃତ ବିଷୟରେ ଅବଗତ ନୁହନ୍ତି।
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ରାକିବ ହାମିଡ ନାୟକଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ଲୋକସଭା ସଦସ୍ୟ ବ୍ରାଏନ୍ କେନେଡିଙ୍କ ପ୍ରତିକ୍ରିୟା ପଠାଇଲେ ଯେଉଁଥିରେ ସ୍ପଷ୍ଟ ଭାବରେ ଦର୍ଶାଅ ଯାଇଛି ଯେ “ସିନେମାର ପ୍ରିମିୟର ପାଇଁ ବିବେକ ଅଗ୍ନିହୋତ୍ରୀଙ୍କୁ ଏହି ଉଦ୍ଧୃତ ପ୍ରଦାନ କରା ଯାଇଥିଲା। ଏହା ରୋଡ୍ ଆଇଲେଣ୍ଡ ଏବନ ଲୋକସଭାର ଏକ ଅନୁମୋଦନ ନୁହେଁ।”
ରାକିବ ନାୟକ ଆମକୁ କହିଛନ୍ତି ଯେ “ରୋଡ୍ ଆଇଲେଣ୍ଡ ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ପ୍ରକାରର ଉଦ୍ଧୃତି ପ୍ରଦାନ କରେ। ଏହି ମାମଲାରେ ବିବେକ ଅଗ୍ନିହୋତ୍ରୀଙ୍କ ଦାବି ମିଥ୍ୟା ଅଟେ କାରଣ କାଶ୍ମୀର ଫାଇଲ୍ସ ସିନେମା ଦେଖିବା ପରେ ରୋଡ୍ ଆଇଲେଣ୍ଡ କାଶ୍ମିରୀ ପଣ୍ଡିତ ମାନଙ୍କ ବିରୁଦ୍ଧରେ ହେଇଥିବା ହିଂସାକାଣ୍ଡକୁ ଜଣସଙ୍ଘାରକ କୌଣସି ମାନ୍ୟତା ଦେଇ ନାହିଁ। ୨୦୨୧ ଡିସେମ୍ବରରେ ରୋଡ୍ ଆଇଲେଣ୍ଡ କଲେଜରେ ଫିଲ୍ମର ପ୍ରିମିୟର ପାଇଁ ଏକ ସ୍ଵୀୟକୃତି ଭାବରେ ଏହି ଉଦ୍ଧୃତି ଦିଆ ଯାଇଥିଲା।“
ଫ୍ୟାକ୍ଟ କ୍ରିଷେଣ୍ଡୋ ଇମେଲ ମାଧ୍ୟମରେ ରୋଡ୍ ଆଇଲେଣ୍ଡ ରାଜ୍ୟ ପ୍ରତିନିଧି ବ୍ରାଏନ୍ କେନେଡିଙ୍କ ସହିତ ସମ୍ପର୍କ କରୁଳା। କଲେଜରେ ଚଳଚିତ୍ର କାହିଁକି ଏବଂ କିପରି ପ୍ରିମିୟର ହୋଇଥିଲା ସେ ବିବିସୟରେ ସେ ଆମକୁ ଏକ ଲିଖିତ ବିବୃତ୍ତି ପଠାଇଲେ।
ଡିସେମ୍ବର ୨୦୨୧ ଗ୍ରୀନୱିଚ୍ର ଜଣେ ଭାରତୀୟ-ଆମେରିକୀୟ ମୋ ସହିତ ଯୋଗାଯୋଗ କରିଥିଲେ। ସେ ରୋଡ୍ ଆଇଲେଣ୍ଡରେ ବିବେକ ଅଗ୍ନିହୋତ୍ରୀଙ୍କ ଚଳଚିତ୍ର ଦି କାଶ୍ମୀର ଫାଇଲ୍ସର ପ୍ରିମିୟର କରିବା ପାଇଁ ଏହ ଉଦ୍ଧୃତର ଅନୁରୋଧ କରିଥିଲେ।
ସେ ଲେଖିଛନ୍ତି, “ଏକ ବିଶେଷ ଘଟନା ପାଇଁ ଆମେ ଲୋକମାନଙ୍କୁ ଉଦ୍ଧୃତ ଦେଇଥାଉ। ଆମେ ଏହି ଉଦ୍ଧୃତବଏ ସ୍କାଉଟ୍ ମାନଙ୍କୁ ଦେଇଥାଉ ଯେଉଁମାନେ ଇଗଲ୍ ସ୍କାଉଟ୍ ପଦବୀ ହାସଲ କରି ସାରିଛନ୍ତି। ଏହା ଛାତ୍ର ମାନଙ୍କୁ ମଧ୍ୟ ଦିଆ ଯାଏ ଯେଉଁ ମାନେ ଏକ ବିଶେଷ ସମ୍ମାନ କିମ୍ବା କ୍ରିଡାରେ ସଫଳତା ହାସଲ କରନ୍ତି। ଆମେ ଏହାକୁ ଅବସରପ୍ରାପ୍ତ କର୍ମଚାରି ଏବଂ ଏକ ବିଶେଷ ଜନ୍ମଦିନ ଥିବା ଲିକଙ୍କୁ ପ୍ରଦାନ କରୁ। ଏହି ଉଦ୍ଧୃତ କେବଳ ଏକ ବିଶେଷ ଘଟଣାର ସ୍ଵୀକୃତି। ଏହି ଉଦ୍ଧୃତ ଚଳଚିତ୍ରର ପ୍ରିମିୟର ପାଇଁ ଦେଇଥିଲୁ। ଏହାର ଆଉ କୌଣସି ଅର୍ଥ ନାହିଁ।”

ଶେଷକଥା:
ଫୋଟୋ ସହିତ କରା ଯାଇଇଥିବା ଦାବିକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ମିଥ୍ୟା ବୋଲି ପାଇଲା। ରୋଡ୍ ଆଇଲେଣ୍ଡ କାଶ୍ମିରୀ ପଣ୍ଡିତଙ୍କ ଜନସଙ୍ଘାରକକୁ ସ୍ଵୀକୃତୀ ଦେଇ ନାହିଁ। ପ୍ରଦାନ କରା ଯାଇଥିବା ଉଦ୍ଧୃତ କେବଳ ଏହା ଦର୍ଶାଉଛି ଯେ ଦି କାଶ୍ମୀର ଫାଇଲ୍ସ ସିନେମା ରୋଡ୍ ଆଇଲେଣ୍ଡ କଲେଜରେ ପ୍ରିମିୟର କରା ଜୀବ ବୋଲି ସ୍ଵୀକାର କରା ଯାଇଥିଲେ।

Title:ଆମେରିକାର ଷ୍ଟେଟ୍ ଅଫ୍ର ରୋଡ୍ ଆଇଲେଣ୍ଡ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ଦେଖିବା ପରେ କାଶ୍ମୀର ପଣ୍ଡିତଙ୍କ ଜନସଂଘାରକୁ ସ୍ଵୀକୃତି ଦେଇ ନାହିଁ।
Fact Check By: Siddharth SahuResult: False
