
ବିହାରର ଜଣେ ଛତ୍ର ଗୁଗୁଲର ଇଞ୍ଜିନକୁ ହ୍ୟାକ କରିଛି ଏବଂ ଗୁଗୁଲ ଏହା ଜାଣିବା ପରେ ତାଙ୍କୁ ୩.୬୬ କୋଟି ଟଙ୍କା ବେତନ ସହିତ ଚାକିରି ଦେଇଛି। ସୋସିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି।
ରଞ୍ଜିତ କୁମାର ପଣ୍ଡିତ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, “ଏହି ଛାତ୍ରଙ୍କ ନାମ ହେଉଛି ଋତୁରାଜ, IIT ମଣିପୁରର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି ଋତୁରାଜ। ଗତ ୫ ଫେବ୍ରୁଆରିସେ ନିଜ ବୁଦ୍ଧି ଜ୍ଞାନ ବଳରେ ଆମେରିକା ତଥା ସାରା ବିଶ୍ଵର ବଡ software company ଗୁଗୁଲକୁ ୫୨ ସେକେଣ୍ଡ ପର୍ଯ୍ୟନ୍ତ ହ୍ୟାକ କରି ଗୁଗୁଲର ସମସ୍ତ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ତାପରେ ଋତୁରାଜ ନିଜେ ଗୁଗୁଲ ଅଧିକାରୀଙ୍କୁ ହ୍ୟାକ କିଭରି ଭାବରେ ସେ ସଫଳ କଲେ ସେ ସବୁ ମଧ୍ୟ ଜଣାଇ ଥିଲେ। ଏହା ପରେ ଗୁଗୁଲ ଅଧିକାରୀ ଋତୁରାଜଙ୍କୁ mail ମାଧ୍ୟମରେ ଗୁଗୁଲରେ ଯୋଗ ଦେବା ପାଇଁ ବାଧ୍ୟ କରିଲେ। ବାର୍ଷିକ ୩.୬୬ କୋଟି package ରେ ଋତୁରାଜ ଆଜି ଗୁଗୁଲରେ join କରୁଛନ୍ତି, ଯାହା ଦେଶ ପାଇଁ ବହୁତ ଗର୍ବର କଥା।”

ଆମ ଅନୁସନ୍ଧାନ:
ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ବୁହାରର ବେଗୁସରାଇ ଇଞ୍ଜିନିୟରିଙ୍ଗ ଛାତ୍ର ଋତୁରାଜ ଚୌଧରି ଗୁଗୁଲରେ ଏକ ତ୍ରୁଟି ଖୋଜି ବାହାର କରିଥିଲେ। ଏହି ତ୍ରୁଟି କାରଣରୁ ହ୍ୟାକର ମାନଙ୍କ ପାଇଁ ଗୁଗୁଲରେ ପ୍ରବେଶ କରି ଡାଟା ବା ତଥ୍ୟ ଚୋରୀ କରିବା ସମ୍ଭବ ଥିଲା। ଏହି ଗୁରୁତର ବିଷୟ ଜଣାଇବା ପାଇଁ ଗୁଗୁଲ ଋତୁରାଜଙ୍କୁ ପ୍ରଶଂସା କରିଥିଲା ଏବଂ ତାଙ୍କୁ ଅନୁସନ୍ଧାନକାରୀଙ୍କ ତାଲିକାରେ ଯୋଡିଥିଲା।
ଉପରୋକ୍ତ ସମ୍ବାଦରେ କୌଣସି ସ୍ଥାନରେ କୁହା ଯାଇ ନାହିଁ ଯେ ଗୁଗୁଲ ଋତୁରାଜଙ୍କୁ କୋଟି କୋଟି ଟଙ୍କାର ଚାକିରି ଦେଇଛି।
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଋତୁରାଜ ଚୌଧରିଙ୍କ ସହିତ ଯୋଗାଯୋଗ କରିଲା। ସେ ସୂଚନା ଦେଇଛନ୍ତି ଯେ ଗୁଗୁଲ କମ୍ପାନୀରେ ତାକୁ ୩.୬୬ କୋଟି ଟଙ୍କା ଚାକିରି ମିଳିବା ଦାବି ମିଥ୍ୟା ଅଟେ। ଲିଙ୍କ୍ଦଇନ ନାମକ ସୋସିଆଲ ମିଡିଆ ୱେବସାଇଟରେ ରିତୁରାଜ ଏ ବିଷୟ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ଯେ, “ମୋତେ ଗୁଗୁଲରୁ କୌଣସି ଚାକିରି ମିଳି ନାହିଁ କିମ୍ବା ମୁଁ କିଛି ହୟାକ ମଧ୍ୟ କରି ନାହିଁ। ମୁଁ କେବଳ ଏକ ତ୍ରୁଟି ଖୋଜି ବାହାର କରିଥିଲି। ମୁଁ ବର୍ତ୍ତମାନ ଇଞ୍ଜିନିୟରିଙ୍ଗର ଦ୍ଵିତୀୟ ବର୍ଷର ଛାତ୍ର। ମୋର ବିଷୟରେ ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି।”

ଟେକ୍ନୋଲୋଜି ଏବଂ ସଫ୍ଟୱେଆର କମ୍ପାନୀ ଗୁଡିକ ସେମାନଙ୍କର ସିଷ୍ଟମ ସୁରକ୍ଷା ତ୍ରୁଟି ଚିହ୍ନଟ କରିବାକୁ ସଫ୍ଟୱେୟାର ଡେଭେଲପର, ପ୍ରୋଗ୍ରାମର ମାନଙ୍କୁ ନେବାଦନ କରନ୍ତି। ଏହାକୁ ଏକ ବଗ୍ ବାଉନ୍ତି ପ୍ରୋଗ୍ରାମ କୁହା ଯାଏ। ଯେଉଁମାନେ ତ୍ରୁଟି ଖୋଜନ୍ତି ସେମାନଙ୍କୁ କମ୍ପାନୀ ନଗଦ ଅର୍ଥ ମଧ୍ୟ ପ୍ରଦାନ କରେ।
ଗୁଗୁଲର ସିଷ୍ଟମରେ ଏପରି ଏକ ବଗ୍ ଋତୁରାଜ ଖୋଜି ବାହାର କରିଥିଲେ। ସାଇବର ସିକ୍ଯୁରିଟି ଭାଷାରେ ତ୍ରୁଟି ଗୁଡିକୁ P5 ରୁ P0 ଶ୍ରେଣୀଭୂକ୍ତ କରାଯାଏ। P0 ଗ୍ରେଡ୍ ସିଷ୍ଟମ ପାଇଁ ସବୁଠାରୁ ବଡ ବିପଦ ତ୍ରୁଟି। ଋତୁରାଜ ଦ୍ଵାରା ଖୋଜା ଯାଇଥିବା ତ୍ରୁଟି ହେଉଛି P2 ଗ୍ରେଡ୍। ଋତୁରାଜ ଏହି ସମସ୍ୟା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଗୁଗୁଲ ଦ୍ଵାରା ତାଙ୍କର ସନ୍ଧାନ ଲକ୍ଷ କରା ଯାଇଛି।
ଲଲ୍ଲନଟପ୍ ସହିତ ସାକ୍ଷାତରେ ଋତୁରାଜ କହିଛନ୍ତି ଯେ ସେ IIIT ମଣିପୁର କଲେଜରେ ପଢୁଛନ୍ତି। ସୋସିଆଲ ମିଡିଆରେ ସେ ଜଣେ IIT ଛାତ୍ର ବୋଲି ଭୁଲ ଖବର ଭାଇରାଲ ହେଉଛି।
ଶେଷକଥା: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଋତୁରାଜ ଚୌଧରିଙ୍କୁ ଗୁଗୁଲ ୩.୬୬ କୋଟି ଟଙ୍କାରେ ଚାକିରି ଦେଇଥିବା ଖବର ମିଥ୍ୟା ଅଟେ। ସେ ଗୁଗୁଲକୁ ହୟାକ ମଧ୍ୟ କରିନଥିଲେ। ସେ କେବଳ ଗୁଗୁଲ ସିଷ୍ଟମରେ ଏକ ବଗ୍ ଖୋଜିଥିଲେ ଯାହା ପରେ ଗୁଗୁଲ ଦ୍ଵାରା ହଲ୍ ଅଫ୍ ଫେମ୍ ଏବଂ ଅନୁସନ୍ଧାନକାରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

Title:କ’ଣ ଗୁଗୁଲ ହ୍ୟାକ୍ କରିଥିବା ଛାତ୍ରଙ୍କୁ ୩.୬୬ କୋଟି ଟଙ୍କାର ଚାକିରି ଅଫର କରା ଯାଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
