
ସ୍ଵାଧୀନତା ଦିବସ ବାସରରେ ପ୍ରଧାନମନ୍ତ୍ରୀ ମୋଦୀ ହର ଘର ତିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ୧୩ ଅଗଷ୍ଟରୁ ନେଇ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସେ ଦେଶ ବାସୀଙ୍କୁ ନିଜ ନିଜ ଘରେ ତିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଛନ୍ତି।
ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ଏକ ସଭାରେ ବିଜେପିର ପାର୍ଟି ପତକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଉଛନ୍ତି। ଦାବି ଅନୁଯାୟୀ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତିରଙ୍ଗା ସ୍ଥାନରେ ବିଜେପିର ପାର୍ଟି ପତକା ଉତ୍ତୋଳିତ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୧୮ ମସିହାରେ ମଧ୍ୟପ୍ରଦେଶରେ ପଞ୍ଚାୟତ ଚଳୋ ଅଭିଯାନର ଭିଡିଓ ଅଟେ।
କ’ଣ କୁହା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ “ମୋଦି ଏବଂ rss ବିରୋଧୀ ଦେଖ କେମିତି rss ଵାଲା ଜାତୀୟ ପତାକା ଉଡାଉଛନ୍ତି। ଏଗୁଡାକଙ୍କୁ ମାଗଣାରେ ବିଷ ଦିଅବେ।”
ସମାନ ଭିଡିଓ ଆମକୁ ଫେସବୁକରେ ଅନ୍ୟ ଏକ ଏକାଉଣ୍ଟରେ ମଧ୍ୟ ସେୟାର ହେଇଥିବା ମିଳିଲା। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ “ସାବାସ୍! ମୋଦିଜୀ ଏ ଶାଖା ବାଲାଙ୍କ ହାତରେ ଏ କି କାମ ଧରେଇ ଦେଲ? ହଇରେ ଶୁଭେନ୍ଦୁ ଜେନା, ଶିଖ ଶିଖ ଶିଖ। ଜାତୀୟ ପତାକା କାହାକୁ କୁହନ୍ତି ଚିହ୍ନ ଓ ରାଷ୍ଟ୍ରଗାନ ଘୋଷ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏହି ଭିଡିଓ ୨୫ ମେ ୨୦୧୮ ମସିହାରେ ୟୁଟ୍ୟୁବ ରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରୁ ଆମକୁ ଅଧିକ ତଥ୍ୟ ମିଳିଲା ନାହିଁ, କିନ୍ତୁ ଏହା ଦ୍ଵାରା ସ୍ପଷ୍ଟ ହେଇ ଗଲା ଯେ ଏହି ଭିଡିଓ ଚଳିତ ବର୍ଷର ନୁହେଁ। ଏହା ୨୦୧୮ ମସିହାର ଭିଡିଓ ଅଟେ। ୨୫ ମେ ରେ ପୋଷ୍ଟ ହେଇଥିବା ଏହି ଭିଡିଓରୁ ଏହା ମଧ୍ୟ ସ୍ପଷ୍ଟ ହେଲା ଯେ ଏହାର ସ୍ଵାଧୀନତା ଦିବସ ସହିତ କୌଣସି ସମ୍ବନ୍ଧ ନାହିଁ।
୧୬ ମଇ ୨୦୧୮ ର ପତ୍ରିକା ୱେବସାଇଟ ରିପୋର୍ଟ ଅନୁଯାୟୀ ୧୪ ମଇ ୨୦୧୮ ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଚଳୋ ପଞ୍ଚାୟତ ଅଭିଯାନରେ ଯୋଗଦାନ ଦେବା ପାଇଁ ରାଜନଗରର ଖଜୁଆ ଗ୍ରାମ ପହଞ୍ଚିଥିଲେ। ଏହି ଅଭିଯାନରେ ସେ ବିଜେପିର ପାର୍ଟି ପତକା ଉତ୍ତୋଳିତ କରା ଯାଇଥିଲା ଏବଂ ସେଠାରେ ଉପସ୍ଥିତ ସମସ୍ତେ ରାଷ୍ଟ୍ରାଗାନ ମଧ୍ୟ ଗାଇଥିଲେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ୧୫ ମାର୍ଚ ୨୦୧୮ ମସିହାରେ ଫ୍ରି ପ୍ରେସ ଜର୍ନାଲ ନାମକ ପତ୍ରିକାରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ପଞ୍ଚାଯତ ଚଳୋ ଅଭିୟାନ ସମୟରେ ବିଜେପି ପତାକା ଉତ୍ତୋଳନ ହେଲା ପରେ ଜାତୀୟ ଗୀତ ଗାଇବା ସୁଣିବାକୁ ମିଳିଛି। ଏହି ଘଟଣା ଛତର୍ପୁର ଜିଲ୍ଲାରେ ଘଟିତ। ପାର୍ଟି ପତାକା ଉତ୍ତୋଳନ କରିବା ପରେ ଜାତୀୟ ଗୀତ ଗାଇବା ଦେଶର ପତାକାକୁ ଅସମ୍ମାନିତ କରିବା କଥା କହି ଖବର ଭାଇରାଲ ହେଇଛି।
ଉପରୋକ୍ତ ତଥ୍ୟରୁ ଏହା ଜାଣିବାକୁ ମିଳିଛି ଯେ ଭିଡିଓରେ ଜାତୀୟ ପତକା ଉତ୍ତୋଳିତ କରୁଥିବା ବ୍ୟକ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଟନ୍ତି। ସୁଭେନ୍ଦୁ ଜେନା ପତକା ଉତ୍ତୋଳିତ କରୁଥିବା ଦାବି ମିଥ୍ୟା ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ସ୍ଵାଧୀନତା ଦିବସ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା 2018 ମସିହାରେ ମଧ୍ୟପ୍ରଦେଶରେ ବିଜେପି ଦ୍ଵାରା ଆୟୋଜିତ ଚଳୋ ପଞ୍ଚାୟତ ଅଭିଯାନ ସମୟର ଭିଡିଓ ଅଟେ।

Title:କ’ଣ ସ୍ଵାଧୀନତା ଦିବସ ସପ୍ତାହ ଅବସରରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତିରଙ୍ଗା ସ୍ଥାନରେ ବିଜେପି ପାର୍ଟିର ପତକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
