
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳାଙ୍କୁ ଆରଏସଏସ କର୍ମୀ ମାନେ ସମ୍ମାନ ଦେଉଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଫୋଟୋରେ ଥିବା ମହିଳା ଇଂରାଜୀ ରାଣୀ ଅଟନ୍ତି। ଫୋଟୋ ସେୟାର କରି ଆରଏସଏସର ଦେଶପ୍ରେମ ଉପରେ ପ୍ରଶ୍ନ କରା ଯାଉଛି।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଭିନ୍ନ ସମୟ ଏବଂ ଅବସରର ଫୋଟୋକୁ ଯୋଡି ଭାଇରାଲ ହେଉଥିବା ଫୋଟୋ ସୃଷ୍ଟି କରା ଯାଇଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, “ଇଂରେଜ ରାଣୀ ଙ୍କୁ ସମ୍ମାନ ଦଉଚି RSS ର ସେନା। ଏହା ହିଁ ତାଙ୍କ ପ୍ରକୃତ ଦେଶପ୍ରେମର ପରିଚୟ ଦିଏ”

ସମାନ ଫୋଟୋ ଏବଂ ଦାବି ୧୭ ଫେବୃଆରି ୨୦୧୬ ରେ ଉତ୍ତରାଖଣ୍ଡ ଯୁବା କଂଗ୍ରେସ ଦଳ ଟୁଇଟ କରିଥିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ୪ ଅକ୍ଟୋବର ୨୦୧୭ ମସିହାରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ଆରଏସଏସ କର୍ମୀମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ଜଣେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରେମଚନ୍ଦ ଗୁଡ୍ଡୁ ତାଙ୍କ ଅଧିକାରୀ ଫେସବୁକ୍ ଆକାଉଣ୍ଟରେ ଆରଏସଏସ କର୍ମୀ ମାନେ ବ୍ରିଟିଶ ରାଣୀଙ୍କୁ ସମ୍ମାନ ଦେଉଥିବା ଏକ ଏଡିଟ୍ ହୋଇଥିବା ମିଥ୍ୟା ଫୋଟୋ ପୋଷ୍ଟ କରିଥିଲେ। ଆରଏସଏସ ଦାବି କରିଥିଲେ ଯେ ସଂସ୍ଥାର ନାମ ଖରାପ କରିବା ପାଇଁ ପ୍ରେମଚନ୍ଦ ଏପରି ପଦକ୍ଷେପ ନେଇ ଥିଲେ।
ଅସଲି ଫୋଟୋଟି ରଙ୍ଗୀନ ଥିଲା କିନ୍ତୁ ମିଥ୍ୟା ପ୍ରଚାର କରିବା ପାଇଁ ଏହାକୁ କଳା ଏବଂ ଧଳା ରଙ୍ଗରେ ପରିଣତ କରି ସେଯାର କରା ଯାଇଥିଲା ଯାହା ଦ୍ଵାରା ଅସଲି ଫୋଟୋ ଏକ ପୁରୁଣା ଫୋଟୋ ପରି ପ୍ରତୀତ ହେବ।

ଏହା ପରେ ଆମକୁ ଗେଟି ଇମେଜେସ ୱେବସାଇଟରେ ଇଂରାଜୀ ରାଣୀ ଏଲିଜାବେଥଙ୍କ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ, ରାଣୀ ଏଲିଜାବେଥଙ୍କ ଏହି ଫୋଟୋ ୧୯୫୬ ମସିହାର ଅଟେ ଯେତେବେଳେ ସେ ବ୍ରିଟେନର ନାଇଗେରିଆ ରେଜିମେଣ୍ଟର ଯାଞ୍ଚ କରୁଥିଲେ।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ପୋଷ୍ଟ ଇଂରାଜୀ ରାଣୀଙ୍କ ଫୋଟୋ ଭାରତରୁ ନୁହେଁ ବରଂ ନାଇଜେରିଆ ଦେଶର ଅଟେ। ସେଥିପାଇଁ ଭାଇରାଲ ଫୋଟୋରେ ଆରଏସଏସ କର୍ମୀ ମାନେ ରାଣୀଙ୍କୁ ସମ୍ମାନ ଦେବା ସମ୍ଭବ ନୁହେଁ।
ଏହି ଫୋଟୋ ସମୟ-ସମୟରେ ଅନେକ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି। ବିବିସି, ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ରାଣୀଙ୍କ ଭାଇରାଲ ଫୋଟୋ ୧୯୫୬ ମସିହାରେ ନାଜେରିଆ ଦେଶର ଅଟେ।
ଶେଷକାଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଦୁଇଟି ଅଲଗା-ଅଲଗା ସମୟ ଏବଂ ସ୍ଥାନର ଫୋଟୋକୁ ଏଡିଟ୍ କରି ଭାଇରାଲ ଫୋଟୋ ସୃଷ୍ଟି କରା ଯାଇଛି। ଅସଲି ଫୋଟୋରେ ଆରଏସଏସ କର୍ମୀ ମାନେ ଇଂରାଜୀ ରାଣୀଙ୍କୁ ସମ୍ମାନ ଦେଉ ନାହାଁନ୍ତି।

Title:କ’ଣ ପ୍ରକୃତରେ ଆରଏସଏସ କର୍ମୀ ମାନେ ଇଂରାଜୀ ରାଣୀଙ୍କୁ ସମ୍ମାନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
