କ’ଣ ସୋରିଷ ତେଲ ନାକରେ ଲଗାଇଲେ କରୋନା ଭାଇରସ ନଷ୍ଟ ହେଇ ଯାଇ ଥାଏ? ଜାଣନ୍ତୁ ସତ୍ୟ।

False Medical

କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଶୋକିଆଲ ମିଡିଆରେ ଅନେକ ଘରୋଇ ଉଓଚାର ବିଷୟରେ ପୋଷ୍ଟ କରା ଯାଉଅଛି। କିଛି ଦିନ ପୂର୍ବରୁ ଏମିତି ଗୋଟିଏ ଘରୋଇ ଉପଚାର ଭିଡିଓ ସୋସିଆଲ ମିଡିଆରେ ଦେଖିବା କୁ ମିଳିଛି। ୧୬ ସେପ୍ଟେମ୍ବରରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓରେ କୁହା ଯାଇଅଛି ଯେ ସୋରିଆ ତେଲ ମାଧ୍ୟମରୁ କରୋନା ଭାଇରସ ଠାରୁ ବଞ୍ଚିବା ସମ୍ଭବ ଅଟେ। ଭିଡିଓରେ କୁହା ଯାଇଅଛି ଯେ କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ନାକ ମାଧ୍ୟମ ରୁ ଶରୀରରେ ପ୍ରବେଶ କରି ଥାଏ। ଯଦି ସୋରିଷ ତେଲ କୁ ନାକ ଭିତରେ ପ୍ରୟୋଗ କରିଲେ ଏହା ଭାଇରସର ଉପର ପ୍ରୋଟୀନ ଅରତକୁ ନଷ୍ଟ କରି ଦେଇ ଥାଏ ଯାହା ଫଳରେ ଭାଇରସ ନଷ୍ଟ ହେଇ ଯାଇଥାଏ। ଏହି ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସୋରିଷ ତେଲ ଗୋଟିଏ ଏନ୍ଟି ଭାଇରାଲ ତେଲ ଅଟେ ଯେଉଥିରେ ଭାଇରସ ଚିପ୍କି ଯାଏ ଆଉ ମଣିଷ ଫୁସଫୁସ ତକ ପହଞ୍ଚିବା ପାଇଁ ଦେଇ ନଥାଏ। 

https://www.facebook.com/kanhudash.dash/videos/3511589958899038

Archive

ଆମ ଅନୁସନ୍ଧାନ: 

ଅନୁସନ୍ଧାନରେ ପ୍ରଥମେ ଫେକ୍ଟ କୃସେଣ୍ଡୋ, ଦିଲ୍ଲୀରେ ସ୍ଥିତ ଏଲ.ଏନ.ପି.ଯେ. ହସ୍ପିଟାଲର ଅଧ୍ୟକ୍ଷ ଡାଃ ହରମଞ୍ଜିତ ହୀରାଙ୍କ ସହିତ ସମ୍ପର୍କ କରିଲା ଡାଃ ହରମଞ୍ଜିତ ସ୍ପଷ୍ଟ କରିଲେ ଯେ କରୋନା ପାଇଁ କୌଣସି ଘରୋଇ ଉପଚାର ଉପଲବ୍ଧ ନାହିଁ ଯେଉଁଟା କରୋନା ଭାଇରାସ କୁ ନଷ୍ଟ କରି ଦେବ। କୌଣସି ଘରୋଇ ଉପଚାର ଡାକ୍ତରୀ ପ୍ରମାଣିତ ହେଇ ନାହିଁ। କରୋନା କୁ ଅଟକାଇବାର ଉପାୟ ହେଲା ଯେ ଦିଆ ଯାଇଥିବା ନିର୍ଦେଶକୁ ପାଳନ କରିବାକୁ ପଡ଼ିବ। ମସ୍କ ପିନ୍ଧିବା ସଠିକ ଭାବେ ପରିମଲ କରିବା, ମୁହଁ, ଆଖି ଏବଂ ନାକରେ ହାତ ନଲଗାଇବା ଇତିୟାଦୀ। ସେଥିପାଇଁ ନାକରେ ସୋରିଷ ତେଲ ଲଗାଇଲେ କରୋନା ନଷ୍ଟ ହେବ ବୋଲି କହିବା ମିଥ୍ୟା ଅଟେ।

ଏହା ପରେ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସୋରିଷ ତେଲ ଦ୍ଵାରା କରୋନା ନଷ୍ଟ ହେବାର ପ୍ରମାଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତରାଳୟ ୱେବସାଇଟରେ ମିଳିଲା ନାହିଁ। 

ଟୁଇଟରରେ ସର୍ଚ କରିଲା ପରେ ଆମକୁ ପି.ଆଇ.ବି ଫେକ୍ଟ ଚେକ୍ ଦ୍ଵାରା ଟୁଇଟ କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟରେ ଲେଖା ଯାଇଅଛି ଯେ କରୋନା ଭାଇରସର କୌଣସି ଚିକିତ୍ସା ଉପଲବ୍ଧ ନାହିଁ। କୌଣସି ପ୍ରକାର ତେଲ ଦ୍ଵାରା କରୋନା ଭାଇରସ କୁ ନଷ୍ଟ କରିବା ସମ୍ଭବ ନୁହେଁ। କୌଣସି ଗୁଜବ ଉପରେ ବିଶ୍ଵାସ ନକରିବା ପାଇଁ ଅନୁରୋଧ ମଧ୍ୟ କରା ଯାଇଅଛି। 

Archive 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ସୋରିଷ ତେଲ ଦ୍ଵାରା କରୋନା ଭାଇରସ ନଷ୍ଟ ହେବା ସମ୍ଭବ ନୁହେଁ। କରୋନା କୁ ହାରିବା ପାଇଁ କୌଣସି ଘରୋଇ ଉପଚାର ଉପଲବ୍ଧ ନାହିଁ। ଏହି କଥା ଦିଲ୍ଲୀର ଏଲଏନପିଯେ ହସ୍ପିଟାଲ ଅଧ୍ୟକ୍ଷ ହରମଞ୍ଜିତ ହୀରା ନିଜେ ସ୍ପଷ୍ଟ କରିଛନ୍ତି।    

Avatar

Title:କ’ଣ ସୋରିଷ ତେଲ ନାକରେ ଲଗାଇଲେ କରୋନା ଭାଇରସ ନଷ୍ଟ ହେଇ ଯାଇ ଥାଏ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *