
ଚଳିତ ବର୍ଷ ପେଟ୍ରୋଲ୍ ଡିଜେଲ୍ ଏବଂ ଗ୍ଯାସ ଇନ୍ଧନ ଦରରେ ବୃଦ୍ଧି ହୋଇଥିବାରୁ ବିପକ୍ଷ ଦଳ ଏବଂ ତାଙ୍କ ସମର୍ଥକ ମାନେ ମୋଦୀ ସରକାରର ନିନ୍ଦା କରିବାରେ କୌଣସି ସୁଯୋଗ ଛାଡି ନାହାନ୍ତି। ଏହି ବିଷୟ ନେଇ ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ ମଧ୍ୟ ଅନେକ ପୋଷ୍ଟ ଦେଖିବାକୁ ମିଳିଛି।
ଏପରି ଏକ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ଏକ ବଗିଚାରେ ବସି ଲ୍ୟାପଟପ୍ ରେ ଧ୍ୟାନ ଦେଇ କିଛି ଦେଖୁଛନ୍ତି। ଲ୍ୟାପଟପ୍ ରେ କଂଗ୍ରେସ ସରକାର ସମୟରେ ବୃଦ୍ଧି ହୋଇଥିବା ଇନଧାନ ବିରୁଦ୍ଧରେ ବିରୋଧ କରୁଥିବା ତାଙ୍କ ଫୋଟୋ ଦେଖା ଯାଉଛି। ପୋଷ୍ଟ ଦାବି ଅନୁଯାୟୀ ସ୍ମୃତି ଇରାନୀ ତାଙ୍କ ପୂର୍ବ ସିନ୍ ଗୁଡିକ ଦେଖୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୦ ଡିସେମ୍ବର ୨୦୨୦ ରେ ଅମର ଉଜାଲା ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। କିନ୍ତୁ ଅମର ଉଜାଲାରେ ପ୍ରକାଶିତ ହେଇଥିବା ଫୋଟୋରେ ଆମେ ସ୍ମୃତି ଇରାନୀଙ୍କୁ ଲ୍ୟାପଟପ୍ ରେ ନିଜ ଫୋଟୋ ଦେଖୁଥିବା ପାଇଲୁ ନାହିଁ। ଏଥିରୁ ସ୍ପଷ୍ଟ ହେଲା ଯେ ଭାଇରା ଫୋଟୋକୁ ଏଡିଟ୍ କରା ଯାଇଛି ଏବଂ ଏହା ପ୍ରକୃତର ଫୋଟୋ ଠାରୁ ଭିନ୍ନ ଅଟେ।

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ଗେଲା ଯେ ଭାଇରାଲ ଫୋଟୋ ଏବଂ ଦାବିରେ କୌଣସି ସତ୍ୟତା ନାହିଁ। ଅସଲି ଫୋଟୋକୁ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଇଛି।

Title:କ’ଣ ଏହି ଫୋଟୋରେ ସ୍ମୃତି ଇରାନୀ କଂଗ୍ରେସ ସରକାର ସମୟରେ ବୃଦ୍ଧି ହୋଇଥିବା ଇନ୍ଧନ ଦର ବିରୁଦ୍ଧରେ ବିରୋଧ କରୁଥିବା ନିଜ ଫୋଟୋ ଦେଖୁଛନ୍ତି?
Fact Check By: Siddharth SahuResult: Satire
