
ଆଜିକାଲି ଇଣ୍ଟର୍ନେଟ୍ ରେ ଆମେ ଅନେକ ସ୍କିମ୍ ଏବଂ ଅଫର ପାଇଥାଉ। ବିଭିନ୍ନ କମ୍ପାନୀ ବିଭିନ୍ନ ଉପହାର ସହିତ ସେମାନଙ୍କର ଉତ୍ପାଦ ଏବଂ ୱେବସାଇଟକୁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ କରି ଥାଏ। ତେଣୁ ଏକ କମ୍ପାନୀ ଦ୍ଵାରା ଦିଆ ଯାଉଥିବା ମାଗଣା ଉପହାର ବିଷୟରେ ଶୁଣିବା କ୍ଷତିକାରକ ଲାଗେ ନାହିଁ। କିନ୍ତୁ, କ’ଣ ଏହା ପ୍ରକୃତରେ କ୍ଷତିକାରକ ନୁହେଁ? ଏପରି ଏକ ମାଗଣା ଉପହାରର ଲିଙ୍କ ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଭାଇରାଲ ହେଉଛି।
ବିଗତ କିଛି ଦିନ ମଧ୍ୟରେ ଏକ ଲିଙ୍କ ୱ୍ହାଟ୍ସଅପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାଇ କରା ଯାଇଛି ଯେ ହଲଦିରାମ କମ୍ପାନୀ ତାଙ୍କ ୮୦ ତମ ବାର୍ଷିକୀ ଅବସରରେ ମାଗଣା ଉପହାର ଭାବରେ ୬୦୦୦ ଟଙ୍କା ଧାନରାଶି ଦେଉଛନ୍ତି।
ଫ୍ୟାକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଫ୍ୟାକ୍ଟ କୃସେଣ୍ଡୋ ପୂର୍ବରୁ ମଧ୍ୟ ଏପରି ଭାଇରାଲ ଲିଙ୍କ୍ ଗୁଡିକୁ ମିଥ୍ୟା, ବିଭ୍ରାନ୍ତକାରୀ ଏବଂ କ୍ଷତିକାରକ ପ୍ରମାଣ କରିଛି। ମାରୁତି, ଆମାଜନ, ଅମୂଲ ଇତିୟାଦୀ କମ୍ପାନୀ ନାମରେ ସମାନ ଦାବି ଭାଇରାଲ ହେଇଥିଲା।

ଆମ ଅନୁସନ୍ଧାନ:
ଭାଇରାଲ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଉପରୋକ୍ତ ଲିଙ୍କ୍ ରେ କ୍ଲିକ୍ କରିଲୁ। ଫଳାଫଳରେ ଏକ ୱେବସାଇଟ ଖୋଲିଲା ଯେଉଁଟା ହଲଦିରାମର ୱେବସାଇଟ ଠାରୁ ଭିନ୍ନ ଥିଲା। ଏହି କାରଣରୁ ଆମକୁ ୱେବସାଇଟ ଉପରେ ସନ୍ଦେହ ହେଲା। ଆମେ ଜାଣିଛୁ ଯେ ଯଦି କୌଣସି କମ୍ପାନୀ କିଛି ଅଫର ଦେଇଥାଏ ସେଇଟା ତାହାର ଅଫିସିଆଲ ୱେବସାଇଟରେ ନିଶ୍ଚିତ ଭାବରେ ପ୍ରକାଶିତ ହୋଇଥାଏ।

ଏହି ବିଜ୍ଞାପନ ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ହଲଦିରାମ କମ୍ପାନୀ ୱେବସାଇଟରେ ତାଙ୍କର ପ୍ରତିଷ୍ଠା ତାରିଖ ସର୍ଚ୍ଚ କରିଲୁ। ୱେବସାଇଟରେ ସୂଚନା ଦିଆ ଯାଇଛି ଯେ ହଲଦିରାମ କମ୍ପାନୀ ପ୍ରଥମେ ବୀକାନେର ସହରରେ ୧୯୩୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହା ପରେ ୧୯୮୨ ମସିହାରେ ଦିଲ୍ଲୀ ଏବଂ ୧୯୯୩ ରେ ଆମେରିକାରେ ପ୍ରତିଷ୍ଠା ହୋଇଥିଲା। ଏହି ସୂଚନା ଅନୁସାରେ ହଲଦିରାମ କମ୍ପାନୀର ୮୦ ତମ ବାର୍ଷିକୀ ୨୦୧୭ ମସିହାରେ ଥିଲା। ଚଳିତ ବର୍ଷରେ ୮୦ ତମ ବାର୍ଷିକୀ ପାଳନ କରିବା ଦାବିର କୌଣସି ସମ୍ଭାବନା ନାହିଁ।

ଏହି ପ୍ରସଙ୍ଗରେ ଆମକୁ ହଲଦିରାମର ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମିଳିଲା। ଟୁଇଟ ମାଧ୍ୟମରେ ହଲଦିରାମ ଲୋକଙ୍କୁ ଚେତାବନୀ ଦେଇ ଜଣାଇଛି, “ଆମେ ନିକଟରେ କିଛି ପୋଷ୍ଟ/ପେଜ୍/ ୱେବସାଇଟ ସାମ୍ନାକୁ ଆସିଛି ଯେଉଁଟା ପ୍ରୋମୋସନାଲ୍ ସ୍କିମ୍ ଦର୍ଶାଏ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହା ସବୁ ଫେକ୍ ଅଟେ ଏବଂ ଏହି ସ୍କିମ୍ ରେ କୌଣସି ସତ୍ୟତା ନାହିଁ। ତେବେ ଯଦି ଆପଣ ଏପରି କୌଣସି ପୋଷ୍ଟ/ପେଜ୍/ ୱେବସାଇଟ ଦେଖନ୍ତି, ଦୟାକରି ଜାଣନ୍ତୁ ଯେ ଏହା ଆମ ଦ୍ଵାରା କରା ଯାଇ ନାହିଁ। ସେମାନନର ଜାଲରେ ପଡିବାରୁ ନିଜକୁ ବାରଣ କରନ୍ତୁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହା ସାଇବର କ୍ରାଇମ୍ ସ୍କାମ ଅଟେ। ହଲଦିରାମର ୮୦ ତମ ବାର୍ଷିକୀ ୨୦୧୭ ମସିହାରେ ଥିଲା। ଆମେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏପରି ମେସେଜ୍ ଠାରୁ ନିଜକୁ ଦୂରେଇ ରଖନ୍ତୁ।

Title:କ’ଣ ହଲଦିରାମ କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ଲୋକଙ୍କୁ ୬୦୦୦ ଟଙ୍କା ଧାନରାଶି ଉପହାର ଦେଉଛି?
Fact Check By: Siddharth SahuResult: False
