କ’ଣ ଅମୂଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି? ଜାଣନ୍ତୁ ସତ୍ୟ। 

False Social

ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଏହି ମେସେଜ୍ ରେ ଏକ ଲିଙ୍କ୍ ଦିଆ ଯାଇଛି। ଦାବି ଅନୁଯାୟୀ ଅମୁଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ମାଗଣାରେ ୬୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି। 

ଏହି ବିଷୟର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା। 

ଆମ ଅନୁସନ୍ଧାନ: 

ଆମେ ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ପରି ମେସେଜ୍ କୁ ମିଥ୍ୟା ବୋଲି ପାଇଥିଲା ଯାହାକୁ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ। 

ବର୍ତ୍ତମାନ ଭାଇରାଲ ହେଉଥିବା ମେସେଜ୍ ମଧ୍ୟ ଉପରୋକ୍ତ ଫ୍ୟାକ୍ଟ ଚେକ୍ ହୋଇଥିବା ମେସେଜ୍ ପରି ଜଣା ପଡିଥିବାରୁ ଆମକୁ ଏହାର ବିଶ୍ଵାସନୀୟତା ଉପରେ ସନ୍ଦେହ ହେଲା।  ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବ୍ୟୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୧ ଅକ୍ଟୋବର ୨୦୨୧ ମସିହାର ଇଣ୍ଡିଆ ଟୁଡେ ପତ୍ରିକାର ଏକ ରିପୋର୍ଟ ମିଳିଲା। ଯଦିଓ ଏହି ରିପୋର୍ଟରେ ଅମୁଲର ବାର୍ଷିକୀ ଅବସରରେ ମାଗଣା ଉପହାର ବିଷୟରେ କୁହା ଯାଇଛି, କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଥିବା ମେସେଜ୍ ପୂର୍ବରୁ ଭାଇରାଲ ହେଉଥିବା ମେସେଜ୍ ପରି ଜଣା ପଡିଛି। ରିପୋର୍ଟ ଅନୁଯାୟୀ ୱ୍ହାଟ୍ସ ଅପ୍ ରେ ଭାଇରାଲ ହେଉଥିବା ଲିଙ୍କ୍ ଏକ ପ୍ରକାର ସ୍କାମ୍ ଅଟେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ମେସେଜ୍ ଏକ ପ୍ରକାରର ସ୍କାମ୍ ଅଟେ। ଆମେ ଆମ ଅପାଠକ ମାନଙ୍କୁ ସତର୍କ କରାଇବାକୁ ଚାହୁଁଛୁ ଯେ ଏପରି ଲିଙ୍କ୍ ପ୍ରତି ସାବଧାନ ରୁହନ୍ତୁ ଏବଂ ଏହାକୁ ଫରୱାର୍ଡ କରନ୍ତୁ ନାହିଁ।

Avatar

Title:କ’ଣ ଅମୂଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *