କ’ଣ ନିଜ ବନ୍ଧୁ ମାନଙ୍କ ସହିତ ଜନ୍ମଦିନ ପାଳନ କରୁଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଯୁବକଙ୍କ ଜନ୍ମଦିନ ତାଙ୍କ ବନ୍ଧୁ ମାନେ ରାସ୍ତା ମଝିରେ ପାଳନ କରୁଛନ୍ତି। ଏହି ଭିଡିଓ ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଭିଡିଓରେ ଆମେ ଦେଖି ପାରୁଛି ଯେ ଏକ ସ୍କୁଟି ଉପରେ କେକ୍ ରାଖୀ ତାକୁ କାଟୁଛନ୍ତି। ସେହି ସମୟରେ ତାଙ୍କ ବନ୍ଧୁ ମାନେ ସେଠାରେ ନାଚୁଛନ୍ତି। କେକ୍ କଟା ସାରିଲା ପରେ ସେମାନେ ଜନ୍ମଦିନ ଥିବା ଯୁବକଙ୍କ ମୂହ ଏବଂ ମୁଣ୍ଡରେ କେକ୍ ବୋଲି ଦେଉଛନ୍ତି। ଏହାର କିଛି ସମୟ ପରେ ସେମାନେ ସେହି ଯୁବକଙ୍କୁ ଉଠେଇ ତାଙ୍କ ବାର୍ଥଡେ ବମ୍ପ୍ସ ଦେଉଛନ୍ତି। କିନ୍ତୁ ହଠାତ ସେହି ଯୁବକ ନିଜ ହୋଶ ହରାଇ ରାସ୍ତାରେ ପଡିଯାଉଛନ୍ତି ଏବଂ ନିଜ ପ୍ରାଣ ହରେଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ପୋଷ୍ଟ ଦାବି ଅନୁଯାୟୀ, “ରାଜଧାନୀ ଦିଲ୍ଲୀରେ ଏକ ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଯେଉଁଥିରେ ୬ ଜଣ ଯୁବକ ରାସ୍ତା ଉପରେ ନିଜର ବାଇକ ଓ ସ୍କୁତିକୁ ରଖି ଜନ୍ମଦିନ ପାଳନ କରିବା ପାଇଁ ଅଟକିଥିଲେ। ସେମାନେ ତାଙ୍କ ସାଙ୍ଗର ଜନ୍ମଦିନରେ ତାକୁ ପିଟାପିଟି କରି କେକ୍ କୁ ତାଙ୍କର ମୁହଁକୁ ଜବରଦସ୍ତି ଲଗେଇଲେ। ଏମିତି କରୁ କରୁ ହଠାତ ଅଘଟଣ ଘଟିଲା। ସେମାନେ କିଛି ଜାଣିବା ପୂର୍ବରୁ ସାଙ୍ଗର ଜୀବନ ଚାଲିଗଲା। ଯେତେବେଳେ ସେମାନେ ଜାଣିବାକୁ ପାଇଲେ ତାଙ୍କ ସାଙ୍ଗକୁ ହସ୍ପିଟାଲ ନେଇ ଗଲେ କିନ୍ତୁ ସେତେବେଳେକୁ ବହୁତ ବିଳମ୍ବ ହୋଇଯାଇଥିଲା।”

fb.jpg

Facebook | Archive | Website | Archive

ଏହି ଭିଡିଓ ଆମକୁ ଟୁଇଟରରେ ଓଡ଼ିଆ ସ୍କ୍ରାପ୍ସ ନାମକ ଟୁଇଟର ହେଣ୍ଡେଲରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨ ମାର୍ଚ ୨୦୨୦ ରେ ହାମସା ନନ୍ଦିନୀ ନାମକ ଏକ ଅଫିସିଆଲ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓ ସହିତ ଲେଖା ଯାଇଛି ଯେ ଏହା ଲୋକଙ୍କୁ ସଚେତନ କରିବା ପାଇଁ ଏକ କାଳ୍ପନିକ ଏବଂ ନାଟକୀୟ ଭିଡିଓ ଅଟେ। 

image4.png

Facebook

ଆମ ଅନୁସନ୍ଧାନରେ ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ହାମସା ନନ୍ଦିନୀ ଜଣେ ଜଣାଶୁଣା ପ୍ରସିଦ୍ଧ କଳାକାର ଅଟନ୍ତି। ଭିଡିଓ ଶେଷରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ କାହାକୁ ମଧ୍ୟ ଅନ୍ଧ ଭାବରେ ବିଶ୍ଵାସ କରନ୍ତୁ ନାହିଁ। ଭିଡିଓ ଶେଷରେ ଲେଖା ଯାଇଛି, “ଭିଡିଓ ଦେଖିବାରୁ ଧନ୍ୟବାଦ। ଏହି ପେଜରେ ପୋଷ୍ଟ ହେଇଥିବା ଭିଡିଓ ଗୁଡିକ କାଳ୍ପନିକ ଅଟେ। ଏହି ଚଳଚିତ୍ରର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି ସଚେତନା ସୃଷ୍ଟି କରିବା।”

image1.png

ହାମସା ନନ୍ଦିନୀଙ୍କ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଆପଣ ତାଙ୍କର ଟୁଇଟର ଏକାଉଣ୍ଟକୁ ମଧ୍ୟ ଯାଇ ପାରିବେ।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ବାସ୍ତବିକତା ସହିତ କୌଣସି ସମ୍ବନ୍ଧ ନାହିଁ। କେବଳ ସଚେତନତା ସୃଷ୍ଟି କରିବା ପାଇଁ ରହି ନାଟକୀୟ ଭିଡିଓ ନିର୍ମିତ କରା ଯାଇଥିଲା।

Avatar

Title:କ’ଣ ନିଜ ବନ୍ଧୁ ମାନଙ୍କ ସହିତ ଜନ୍ମଦିନ ପାଳନ କରୁଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *