କ’ଣ ଭାଇରାଲ ଫୋଟୋରେ ଶାହରୁଖ ଖାନ ପ୍ରକୃତରେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।

Altered Social

ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଶାହରୁଖ ଖାନ ଏମଆଇଏମ ନେତା ଓୱେଶୀଙ୍କୁ ସମର୍ଥନ କରୁଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

କୈଳାଶ ଗୁପ୍ତା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଶାହରୁଖ ଖାନଙ୍କ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି। ଏହି ପୋଷ୍ଟ ସହିତ ସେ ଦାବି କରା ଯାଇଛି ଯେ ୧୫ ମିନିଟରେ ୧୦୦ କୋଟି ହିନ୍ଦୁଙ୍କର ହତ୍ୟା କରିବା ମନ୍ତବ୍ୟ ଦେଇଥିବା ଓୱେଶୀଙ୍କୁ ସମର୍ଥନ କରିବା ସମୟରେ ଶାହରୁଖ ଖାନଙ୍କୁ କୌଣସି ଆପତ୍ତି ହେଉ ନାହିଁ। କିନ୍ତୁ ଦେଶରେ ହିନ୍ଦୁଙ୍କ ସମର୍ଥନରେ ୨-୪ କଥା ହେଲେ ତାଙ୍କୁ ଦେଶର ଅସହିଷ୍ଣୁତା ଦେଖା ଯାଉଛି। ଓୱେଶୀଙ୍କର ପାର୍ଟିର ପ୍ରଚାର କରୁଥିବା ହିନ୍ଦୁ ବିରୋଧୀ ଶାହରୁଖ ଖାନଙ୍କ ଏହି ଫୋଟୋକୁ ନିଆ ପରି ବିସ୍ତାର କରି ଦିଅ ଯେଉନଥିରୁ ସମସ୍ତ ଦେଶବାସୀ ଜାଣି ପାରିବେ ଯେ ସେକୁଳାରର ପରିଭାଷା କଣ। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ହମାରା ଫୋଟୋ ନାମକ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟରେ ପ୍ରକାଶିତ ହେଇଥିବା ସୂଚନା ଅନୁଯାୟୀ ଫୋଟୋ ଟି ୧୮ ସେପ୍ଟେମ୍ବର ୨୦୦୯ ମସିହାର ଅଟେ ଯେତେବେଳେ ଶାହରୁଖ ଖାନ ଏକ ସିନେମାର ସେଟ୍ ରେ ଅକ୍ଷୟ କୁମାରଙ୍କ ସହିତ ସାକ୍ଷାତ କରିବାକୁ ଯାଇଥିଲେ। ୱେବସାଇଟରେ ପ୍ରକାଶିତ ହେଇଥିବା ଫୋଟୋରେ ଶାହରୁଖ ଖାନ ଏକ ସାଧା ଧଳା ସାର୍ଟ ପିନ୍ଧିଛନ୍ତି ଯେଉଁଥିରେ କିଛି ଲେଖା ହେଇ ନାହିଁ। 

HP.jpg

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଉପରୋକ୍ତ ଫୋଟୋ ସମ୍ବନ୍ଧରେ ଅନ୍ୟାନ୍ୟ ଫୋଟୋ ବଲିୱୁଡ ହଙ୍ଗାମା ନାମକ ୱେବସାଇଟରେ ଦେଖିବାକୁ ମିଳିଲା। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

Copy of Squire Image Comparison.png

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଅସଲି ଫୋଟୋରେ ଶାହରୁଖ ଖାନଙ୍କ ସାର୍ଟରେ କିଛି ଲେଖା ହେଇ ନାହିଁ। ଅସଲି ଫୋଟୋରେ ସେ ଏକ ସାଧା ଧଳା ରଙ୍ଗ ସାର୍ଟ ପିନ୍ଧିଛନ୍ତି।

Avatar

Title:କ’ଣ ଭାଇରାଲ ଫୋଟୋରେ ଶାହରୁଖ ଖାନ ପ୍ରକୃତରେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି?

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *