କ’ଣ ବିମାନ ବନ୍ଦରରେ ଜନଗହଳି ମଧ୍ୟରେ ପରିସ୍ରା କରୁଥିବା ବ୍ୟକ୍ତି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଅଟନ୍ତି? ଜାଣନ୍ତୁ ସତ୍ୟ।

False Social

ଗତ ବର୍ଷ ଅକ୍ଟୋବର ମାସରେ ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯନ ଖାନ ଡ୍ରଗ୍ସ ମାମଲାରେ ଖୁବ୍ ଚର୍ଚ୍ଚାର ଥିଲେ। ସେ ନିଜ ସାଥି ମାନଙ୍କ ସହିତ ପାର୍ଟି କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ବନ୍ଦରରେ ଜଣଗହଳି ମଧ୍ୟରେ ସମସ୍ତଙ୍କ ସାମନାରେ ପରିସ୍ରା କରୁଛନ୍ତି। ଏହି ଭିଡିଓ ସେୟାର କରି କୁହା ଯାଇଛି ଯେ ପରିସ୍ରା କରୁଥିବା ବ୍ୟକ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯନ ଖାନ ଅଟନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

ମୋନାଲିସା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “BYJU ରେ ଜ୍ଞାନ ବିତରଣ କରୁଥିବା ଶାହରୁଖ ଖାଁ ର ଚରସି ପୁତ୍ର ନିଶା ମାଡରେ ପବ୍ଲିକ ସାମନାରେ ଏୟାରପୋର୍ଟରେ ମୁତୁଛି। କଂଗ୍ରେସ, ବାମପନ୍ଥୀ କହିବେ ମୁଠା ଲାଗିଲେ କେଉଁଠି ବି ମୁଠି ପାରିବେ ସେଇଟା ଆମ ସାମ୍ବିଧାନିକ ଅଧିକାର।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମ୍ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ କରିଲୁ। ଏହା ଦ୍ଵାରା ଆମକୁ ଜଣା ପଡିଲା ଯେ ଭାଇରାଲ ଭିଡିଓ ପ୍ରାୟ ୧୦ ବର୍ଷ ପୁରୁଣା ଅଟେ। ୨୦୧୨ ମସିହାରେ ହଲିଉଡ ସେଲିବ୍ରେଟି ନ୍ୟୁଜ ୱେବସାଇଟ ଟିଏମଝି ଦ୍ଵାରା ଏହି ଭିଡିଓ ପ୍ରସାରିତ କରା ଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ ଆମେରିକାର ଲସ୍ ଏଞ୍ଜେଲେସର ବିମାନ ବନ୍ଦରରେ ନିଶା ଅବସ୍ଥାରେ ଥିବା ସମୟରେ ହଲିଉଡ ଅଭିନେତା ବ୍ରୋଂସୋନ ପେଲ୍ଲେଟିୟର ଖୋଲା ପରିସ୍ରା କରିଥିଲେ। 

ଟୁଡେ ପତ୍ରିକା ୱେବସାଇଟ ଅନୁଯାୟୀ ବିମାନ ବନ୍ଦରରେ ନିଶା ଅବସ୍ଥାରେ ପରିସ୍ରା କରିଥିବାରୁ ବ୍ରୋଂସୋନ ପେଲ୍ଲେଟିୟରଙ୍କୁ ୧୯ ଡିସେମ୍ବର ୨୦୧୨ ମସିହାରେ ବିମାନ ବନ୍ଦରରୁ ଗିରଫ କରା ଯାଇଥିଲା। ବିମାନ ବନ୍ଦରର ଅଧିକାରୀ ମାନେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ଏବନ କହିଥିଲେ ଯେ ନିଶା କମିଯିବା ପରେ ସେ ପରବର୍ତ୍ତୀ ବିମାନରେ ଯାତ୍ରା କରି ପାରିବେ। 

Today | TMZ

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ହେଲା ଭାଇରାଲ ଭିଡିଓରେ ବିମାନ ବନ୍ଦରରେ ପରିସ୍ରା କରୁଥିବା ବ୍ୟକ୍ତି ଶାହରୁଖ ଖାଁଙ୍କ ପୁତ୍ର ଆର୍ଯନ ଖାନ ନୁହନ୍ତି ବରଂ ଜଣେ ହଲିଉଡ ଅଭିନେତା ବ୍ରୋଂସୋନ ପେଲ୍ଲେଟିୟର ଅଟନ୍ତି। ଭାଇରାଲ ଭିଡିଓ ୧୦ ବର୍ଷ ପୁରୁଣା ଅଟେ।

Avatar

Title:କ’ଣ ବିମାନ ବନ୍ଦରରେ ଜନଗହଳି ମଧ୍ୟରେ ପରିସ୍ରା କରୁଥିବା ବ୍ୟକ୍ତି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଅଟନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *