
ଆକାଶରୁ ମାଛ ବର୍ଷା କଥା ଶୁଣିଥିବେ, ହେଲେ ରୁପା ବର୍ଷା କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ ଦୁଇ ଦିନ ହେଲା ସୋସିଆଲ ମିଡିଆ, ଫେସ୍ବୁକ ଏବଂ ବିଭିନ୍ନ ନ୍ୟୁଜ ପୋଟାଲରେ ରୁପା ବର୍ଷା ହେବାର ଏକ ଗୁଜବ ପ୍ରଚାରିତ ହେଉଛି। ଏହି ଗୁଜବକୁ ଓଡ଼ିଶା ଏକ୍ସକ୍ଲୁସିଭ ଏବଂ ନ୍ୟୁଜ 7 ପେଜରେ ପ୍ରକାଶ କରାଯାଇଛି। ତା’ ସହିତ ଫେସବୁକ୍ ପେଜରେ ମଲାଦି ରାମବାବୁ ନାମକ ଜଣେ ୟୁଜର ଏହା ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଓଡ଼ିଶା ଏକ୍ସକ୍ଲୁସିଭ ଏବଂ ନ୍ୟୁଜ 7 ପେଜରେ ଛପି ଥିବା ଅନୁଚ୍ଛେଦରେ ଦାବି କରାଯାଇଛି ଯେ, ବିହାର ସୀତାମାଢୀର ଶୁରଷଣ୍ଡରେ ରୁପା ବର୍ଷା ହେଉଛି ଏବଂ ଲୋକଙ୍କୁ ରାସ୍ତାରେ ପଡିଥିବା ରୁପା ବୁନ୍ଦା ଗୋଟାଉଥିବାର ଦେଖାଯାଇଛି। ଲୋକେ ବାସନକୁସନ ଧରି ରସ୍ତାରେ ବିଞ୍ଚି ହୋଇପଡ଼ିଥିବା ରୂପାର ଛୋଟ ଛୋଟ ଟୁକୁଡ଼ା ସାଉଁଣ୍ଟିବାରେ ଲାଗିଥିଲେ। କେବଳ ସେତିକି ନୁହେଁ ରାସ୍ତାରେ ପଡ଼ିଥିବ ରୁପା ସମ୍ପୂର୍ଣ୍ଣ ସୁଦ୍ଧ ବୋଲି ଦାବି ମଧ୍ୟ କରାଯାଇଛି।



ଏହି ଦାବି କେତେଦୂର ସତ ତାହା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହି ପୋଷ୍ଟରେ ଲେଖା ଯାଇଥିବା ଅନୁଚ୍ଛେଦକୁ ବିସ୍ତାର ଭାବେ ପଢ଼ିଲୁ। ଏହି ପୋଷ୍ଟର ଶୀର୍ଷକରେ ଏହା ଦାବି କରା ଯାଇଛି ଯେ, ବିହାର ସୀତାମାଢୀର ଶୁରଷଣ୍ଡରେ ଦୁଇ ଦିନ ତଳେ ରୁପା ବର୍ଷା ହୋଇଥିଲା। ଆମେ ପୋଷ୍ଟକୁ ପଢ଼ିଲା ପରେ ପାଇଥିଲୁ ଯେ, ଏହି ଅନୁଚ୍ଛେଦରେ ହିଁ ଲେଖାଇଛି କି ବିହାର ର ସୀତାମାଢୀ ର ଶୁରଷଣ୍ଡ ଅଞ୍ଚଳରେ ପଡ଼ିଥିବା ରୁପା କୌଣସି ବର୍ଷା ହେବାରେ ପଡ଼ିନି। ବରଂ ନେପାଳ ରାଜ୍ୟରୁ ତସ୍କରୀ କରିଥିବା ତସ୍କରଙ୍କ ପାଖରୁ ଖସିଥିବାର ସନ୍ଦେହ କରାଯାଉଛି। ଆମେ ଏହି ଗୁଜର ବିଷୟରେ ଅଧିକ ଜାଣିବା ପାଇଁ ଏବିଷୟରେ ଗୁଗୁଲରେ ବିହାରରେ ରୁପା ବର୍ଷାକୁ ନେଇ ସର୍ଚ୍ଚ କରିଥିଲୁ। ଏହା ପରେ ଗୁଗୁଲ ପେଜରେ ଏହି ପୋଷ୍ଟ ବିଷୟରେ ଅଧିକ ଜାଣିବାକୁ ମିଳିଥିଲା
ବିହାର ରେ ବର୍ଷା ହେବାର ଖବର ହିନ୍ଦୀ ନ୍ୟୁଜ ଆଜତକ ପେଜରେ ମଧ୍ୟ ପୋଷ୍ଟ କରାଯାଇଛି।

ଆଜତକର ନ୍ୟୁଜ ପେଜର ପୋଷ୍ଟର ହେଡଲାଇନରେ ମଧ୍ୟ ହିନ୍ଦୀରେ ଲେଖା ଯାଇଛି ଯେ, (इस गांव में हुई चांदी की बारिश, बच्चों से लेकर बुढ़े सब लगे बीनने) ଅର୍ଥାତ୍ ଏହି ଗାଁରେ ହୋଇଛି ରୁପା ବର୍ଷା, ଛୁଆରୁ ବଢ଼ା ସବୁ ରୁପା ଉଠାଇବାରେ ଲାଗିଲେ। ନ୍ୟୁଜ ପୋଷ୍ଟରେ ଏକ ଭିଡିଓ ପୋଷ୍ଟ କରାଇଛି। ଭିଡିଓରେ ଲୋକମାନେ ରାସ୍ତରୁ କିଛି ଉଠାଉଥିବାର ଦେଖାଯାଉଛି। କେବଳ ସେତିକି ନୁହେଁ କେହି ଗ୍ଲାସ ତ କେହି ହାତରେ ରୂପାକୁ ଉଠାଇବାକୁ ଲାଗିଛନ୍ତି। ଭିଡିଓକୁ ପୁରା ଦେଖିଲା ପରେ ଜଣା ପଡ଼ିଲା ଯେ, ଏହି ଅଞ୍ଚଳରେ ରୁପା ବର୍ଷା ହୋଇ ନାହିଁ। ଭିଡିଓରେ ଲୋକଙ୍କୁ ପଚାରିବାରୁ ସେ କିଛି ଜାଣିନାହାନ୍ତି ବୋଲି କହିଲେ।
ସେହିପରି ଅନ୍ୟ ଏକ ପେଜ ଏସିଆନେଟ ନ୍ୟୁଜ ପେଜରେ ମଧ୍ୟ ଏହି ଗୁଜବର ବିଷୟରେ ପୋଷ୍ଟ କରାଯାଇଛି।

ପୋଷ୍ଟକୁ ପୁରା ପଢ଼ିଲା ପରେ ଜଣା ପଡ଼ିଲା ଯେ, ଏହି ସ୍ଥାନ ନେପାଳ ସୀମାକୁ ଲାଗି ରହିଛି। କେହି ଚୋର ନେପାଳରୁ ରୁପା ଚୋରି କରି ନେଉଥିବା ବେଳେ ରାସ୍ତାରେ ବସ୍ତା ଫାଟି ଯିବାରୁ ରୁପା ବିଛାଡି ହୋଇପଡ଼ିଥିବା ସନ୍ଦେହ କରାଯାଉଛି।
ଅଧିକ ସର୍ଚ୍ଚ କରିବାରୁ ଏହି ନ୍ୟୁଜ ଆମେ ନ୍ୟୁଜ 18 ପେଜରେ ମଧ୍ୟ ପାଇଥିଲୁ।

ଏହି ପେଜରେ ରୁପା ବର୍ଷା ହେବା ଘଟଣାକୁ ଭୁଲ କୁହାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ନେପାଳରୁ ରୁପା ତସ୍କରୀ କରି ବୁହାଇ ନେଉଥିବା ବେଳେ ବସ୍ତା ଫାଟି ସେଥିରୁ ରୁପା ରାସ୍ତାରେ ବିଛାଡି ହୋଇପଡିଥିବାର ସନ୍ଦେହ କରାଯାଉଛି। ଏହାଛଡ଼ା ଏହି ନ୍ୟୁଜ ବିଷୟରେ ଅନେକ ପେଜ୍ରେ ପୋଷ୍ଟ କରାଯାଇଛି। ହୋଲେ କୌଣସି ପୋଷ୍ଟରେ ରୁପା ବର୍ଷା ହେବା କଥା ସ୍ପଷ୍ଟ କରାଯାଇ ନାହଁ।
ଶେଷକଥା:
ଯାଞ୍ଚ ପରେ ଆମକୁ ଜାଣା ପଡିଲା ଯେ, ପୋଷ୍ଟର ହେଡଲାଇନରେ କରାଯାଇଥିବା ଦାବି ବିହାର ସୀତାମାଢୀର ଶୁରଷଣ୍ଡରେ ରୁପା ବର୍ଷା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏହାର ସତ୍ୟତା ସହିତ କୋଣସି ସମ୍ପର୍କ ନାହିଁ। ବିହାରରେ ଶୁରଷଣ୍ଡ ଅଞ୍ଚଳରେ ରୁପା ବର୍ଷା ହୋଇ ନାହିଁ। ରାସ୍ତାରେ ପଡ଼ିଥିବା ରୁପା ତସ୍କରୀ ଦ୍ୱାରା ଚୋରାରେ ବୁହା ହେଉଥିବା ଫଟା ବସ୍ତାରୁ ଖସିଥିବାର ସନ୍ଦେହ କରାଯାଉଛି।