
ବର୍ତ୍ତମାନ ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ କଂଗ୍ରେସ ଦଳ ସ୍ମୃତି ଇରାନୀଙ୍କ ଝିଅ ଯୋଇଶ ଇରାନୀଙ୍କୁ ଗୋଆରେ ଏକ ରେଷ୍ଟୁରାଣ୍ଟ୍ ଏବଂ ବାର ବେଆଇନ ଭାବରେ ଚଲାଉଥିବା ଅଭିଯୋଗ କରିଛି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ଗୋଟିଏ ରେଷ୍ଟୁରାଣ୍ଟର ମେନୁରେ ବିଫ୍ ବା ଗୌ ମାଂସ ଖାଦ୍ୟ ଉଲ୍ଲେଖ ହେଇଛି ଏବଂ ଦ୍ଵିତୀୟ ଫୋଟୋରେ ସ୍ମୃତି ଇରାନୀଙ୍କ ଝିଅ ଯୋଇଶ ଇରାନୀ ଅଛନ୍ତି। ଦାବି ଅନୁଯାୟୀ ଯୋଇଶ ଇରାନୀ ଗୋଆରେ ନିଜ ରେଶତାଉଣ୍ଟରେ ଗୌ ମାଂସ ଖାଦ୍ୟ ବିକୁଛନ୍ତି।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଫୋଟୋ ସେୟାର କରି କୁହା ଯାଇଛି ଯେ “#ସ୍ମୃତି_ଇରାନି ଝିଅ ବାର ୱାଲି ନିଜ ବାର ରେ #ଗୋ_ମାଂସ ବି ବିକ୍ରି କରି ଲୋକ ମାନଙ୍କୁ ଖାଇବାକୁ ଦିଏ। ଛି ଛି ଛି ଦେଶ ଦ୍ରୋହି”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ଯୋଇଶ ଇରାନୀଙ୍କର ରେଷ୍ଟୁରାଣ୍ଟ୍ ସିଲି ଷୋଲ୍ସ ବିଷୟରେ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ଏହା ବିଷୟରେ ଜୋମାଟୋର ୱେବସାଇଟରେ ସୂଚନା ମିଳିଲା।
ଜୋମାଟୋରେ ସିଲି ଷୋଲ୍ସ ରେଷ୍ଟୁରାଣ୍ଟର ମେନୁ ମଧ୍ୟ ଉପଲବ୍ଧ ଅଛି। ମେନୁକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏଥିରୁ କେଉଠାରେ ମଧ୍ୟ କୌଣସି ଖାଦ୍ୟ ବିଫ୍ ବା ଗୌ ମାଂସରେ ତିଆରି ହୋଇଥିବା ମିଳିଲା ନାହିଁ। ମେନୁରେ ଯଦିଓ ଆମକୁ ପୋର୍କ ବା ଘୁଷୁରି ମାଂସ ଖାଦ୍ୟ ଥିବା ମିଳିଲା କିନ୍ତୁ ଗୌ ମାଂସ ବିଷୟରେ କେଉଁଠାରେ ମଧ୍ୟ ଉଲ୍ଲେଖ ହୋଇ ନାହିଁ।

ଆମେ ଏହା ମଧ୍ୟ ଜାଣିଲୁଯେ ଭାଇରାଲ ହେଉଥିବା ମେଉ ଏବଂ ଜୋମାଟୋ ୱେବସାଇଟରେ ଉପଲବ୍ଧ ହେଇଥିବା ମେନୁରେ ଅନେକ ପାର୍ଥକ୍ୟ ଅଛି। ଦୁଇଟି ମେନୁର ଫଣ୍ଟ୍ ଅଲଗା-ଅଲଗା ଅଟେ। ମେନୁରେ ଥିବା ବିଭିନ୍ନ ଖାଦଧୀ ମଧ୍ୟ ଭିନ୍ନ ଅଟେ।
ଏହା ପରେ ଆମେ ଜୋମାଟୋରେ ଏହି ରେଷ୍ଟୁରାଣ୍ଟ ନେଇ ବିଭିନ୍ନ ଲୋକଙ୍କ ଦ୍ଵାରା ଦିଅ ଯାଇଥିବା ରିଭିୟୁ ମଧ୍ୟ ପଢିଲୁ। ରିଭିୟୁରେ ଆମକୁ କେଉଁଠାରେ ମଧ୍ୟ କୌଣସି ଗ୍ରାହକଙ୍କ ଦ୍ଵାରା ବିଫ୍ ଖାଦ୍ୟର ପ୍ରଶଂସା କିମ୍ବା ନିନ୍ଦା କରା ଯାଇଥିବା ମିଳିଲା ନାହିଁ।
ଭାଇରାଲ ହେଉଥିବା ମେନୁର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ଏକ ୱେବସାଇଟରେ ସମାନ ମେନୁ ଅପ୍ଲୋଡ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଏହି ମେନୁ ଗୋଆରେ ସ୍ଥିତ ରେଡିସନ୍ ବ୍ଲୁ ନାମକ ଏକ ରିସୋର୍ଟର ଅପର ଡେକ୍ ନାମକ ଏକ ରେଷ୍ଟୁରାଣ୍ଟର ମେନୁ ଅଟେ।
ଏହା ପରେ ଆମେ ଜୋମାଟୋ ୱେବସାଇଟରେ ଯାଇ ରେଡିସନ୍ ବ୍ଲୁ ସର୍ଚ୍ଚ କରିଲୁ। ଆମେ ଏହାର ମେନୁ ଦେଖିଲା ପରେ ଜାଣିବାକୁ ପାଇଲୁ ଯେ ଭାଇରାଲ ପୋଷ୍ଟରେ ଦିଆ ଯାଇଥିବା ମେନୁ ଏବଂ ଜୋମାଟୋ ୱେବସାଇଟରେ ଥିବା ମେନୁ ସମାନ ଅଟେ। ଆପଣ ମାନେ ମେନୁ ବିକଳ୍ପରେ ଯାଇ ୩ ନମ୍ବର ପ୍ରୁଷ୍ଠାରେ ଏହି ମେନୁକୁ ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହା ଏକ ବିଭ୍ରାନ୍ତକାରୀ ଦାବି ଯେ ସ୍ମୃତି ଇରାନୀଙ୍କ ଝିଅ ଯୋଇଶ ଇରାନୀ ନିଜ ବାର ରେ ଗ୍ରାହକଙ୍କୁ ଗୌ ମାଂସ ଖାଇବାକୁ ଦେଉଛନ୍ତି। ଭାଇରାଲ ମେନୁ ରେଡିସନ୍ ବ୍ଲୁ ନାମକ ରେଷ୍ଟୁରାଣ୍ଟର ଅଟେ।

Title:କ’ଣ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ନିଜ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଗୋ ମାଂସ ଖାଇବାକୁ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
