
୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ଯାହା ଉତ୍ତରପ୍ରଦେଶର ଜେୱାର ଅଞ୍ଚଳରେ ଅଛି। ଏହି ଘଟଣା ପରେ ଅନେକ ଗଣମାଧ୍ୟମ ଏକ ବିମାନ ବନ୍ଦରର ଫୋଟୋ ସହିତ ଏକ ଖବର ପ୍ରକାଶିତ କରିଛନ୍ତି ଯେ ଏହି ଫୋଟୋ ଉତ୍ତରପ୍ରଦେଶର ଜେୱାର ଅଞ୍ଚଳ ନିକଟରେ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦର ଫୋଟୋ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୫ ନଭେମ୍ବରରେ ରାଜଶ୍ରୀ ଦାସ ଲିନୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି, “ଏସିଆ ମହାଦେଶର ସର୍ବବୃହତ ବିମାନ ବନ୍ଦରର ଶିଳାନ୍ୟାସ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ବିଶ୍ଵର ଚତୁର୍ଥ ବୃହତ୍ତମ ବିମାନ ବନ୍ଦର।” ଫୋଟୋରେ ମଧ୍ୟ ଲେଖା ଯାଇଛି ଯେ ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଧା ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟିରୁ ଅଧିକ ବିନିଯୋଗ ହେବ। ଏହି ବିମାନ ବନ୍ଦରରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ।

ଜି ନ୍ୟୁଜ ଏବଂ ଜାଗରଣ ନ୍ୟୁଜ ମଧ୍ୟ ସମାନ ଦାବି ସହିତ ଏହି ଫୋଟୋ ପୋଷ୍ଟ କରିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଜେନସଲର ନାମକ ଏକ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହିଥିବା ମିଳିଲା। ଏହି ୱେବସାଇଟ ସୂଚନା ଅନୁଯାୟୀ ଭାଇରାଲ ଫୋଟୋ ଦକ୍ଷିଣ କୋରିଆ ଦେଶର ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନ ବନ୍ଦରରର ଫୋଟୋ ଅଟେ।

ଏହା ବାବଦ ଆମେ ଜର୍ମାନୀର ଏକ ମିଡିଆ ୱେବସାଇଟ ଡେର ସ୍ପେଇଗେଲ ୱେବସାଇଟରେ ୨୦୧୩ ମସିହାରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ପାଇଲୁ। ଏହି ୱେବସାଇଟରେ ମଧ୍ୟ କୁହା ଯାଇଛି ଯେ ଫୋଟୋଟି ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନ ବନ୍ଦରର ଫୋଟୋ ଅଟେ।
ଗେଟି ଇମେଜେସ ୱେବସାଇଟରେ ମଧ୍ୟ ଆମକୁ ସମାନ ପ୍ରକାରର ଫୋଟୋ ଦେଖିବାକୁ ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହା ଦକ୍ଷିଣ କୋରିଆର ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନ ବନ୍ଦର ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହଲା ଯେ ଭାଇରାଲ ହେଉଥିବା ଫୋଟୋ ଜେୱାର ବିମାନ ବନ୍ଦରର ଫୋଟୋ ନୁହଁ। ଏହା ଦକ୍ଷିଣ କୋରିଆ ଦେଶର ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନ ବନ୍ଦରର ଫୋଟୋ ଅଟେ।

Title:କ’ଣ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ଜେୱାର ବିମାନ ବନ୍ଦରର ଫୋଟୋ ଅଟେ?
Fact Check By: Siddahrth SahuResult: False
