
ପ୍ରାକୃତିକ ପ୍ରଳୟ ପ୍ରତି ମଣିଷର ଭୟ ସଦା ବେଳେ ରହି ଥାଏ। ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟର ଲକ୍ଷଣ ଜାଣିବାକୁ ମଣିଷ ସର୍ବଦା ଚେଷ୍ଟା କରି ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ସୁନାମୀ ଆସିବା ପୂର୍ବରୁ ସମୁଦ୍ର କେଉଁ ପ୍ରକାର ସଂକେତ ଦେଇଥାଏ ତାହା ବିଷୟରେ କୁହା ଯାଇଛି। ପୋଷ୍ଟରେ ଦାବି କରା ଯାଇଛି ଯେ ସୁନାମୀ ଆସିବା ପୂର୍ବରୁ ସମୁଦ୍ରରେ ବର୍ଗାକାରୀ ଆକାରରେ ଲହଡି ଉତପନ ହୋଇଥାଏ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବର୍ଗାକାରୀ ଲହଡି ବିପଜ୍ଜନକ ହୋଇପାରେ କିନ୍ତୁ ସେଗୁଡ଼ିକ ସୁନାମୀର ପୂର୍ବାନୁମାନ କରିବାରମାଧ୍ୟମ ନୁହେଁ। ବିପରୀତ ଦିଗରୁ ଦୁଇଟି ଶକ୍ତିଶାଳୀ ସ୍ରୋତ ପାଣିରେ ଧକ୍କା ହେବାରୁ ଏପରି ଲହଡିର ସୃଷ୍ଟି ହୋଇଥାଏ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ପୋଷ୍ଟରେ ଦାବି କର ଯାଇଛି ଯେ ଯଦି କେବେ ସମୁଦ୍ର କୂଳରେ ଏପରି ବର୍ଗାକାର ଲହଡି ଭାଙ୍ଗୁଥାବାର ଦୃଷ୍ଟି ଗୋଚର ହୁଏ ତେବେ ତୁରନ୍ତ ସମୁଦ୍ର କୁଳିଆ ସ୍ଥାନରୁ ନିରାପଦ ସ୍ଥାନକୁ ଯିବାକୁ ଚେଷ୍ଟା କରିବେ , ଏହା ସୁନାମୀର ପୁର୍ବ ଲକ୍ଷଣ ଅଟେ । ସୁନାମି ବିପର୍ଯ୍ୟୟ ଘଟିବାର ପାଖାପାଖି ୧ ଘଣ୍ଟା ପୁର୍ବରୁ ଏପରି ବର୍ଗାକାର ଲହଡି ଦୃଷ୍ଟିଗୋଚର ହୁଏ

ଆମ ଅନୁସନ୍ଧାନ:
ଯେତେବେଳେ ବିଭିନ୍ନ ପାଣିପାଗ ପ୍ରଣାଳୀରୁ କିମ୍ବା ଦୁଇଟି ସମୁଦ୍ରରର ଜଳ ସମୁଦ୍ରରେ ଧକ୍କା ହୋଇଥାଏ ସେତେବେଳେ ବର୍ଗାକାରୀ ଲହଡି ସୃଷ୍ଟି ହୋଇଥାଏ। ଯେତେବେଳେ ସମୁଦ୍ର ପବନ ଏବଂ ଭୂପୃଷ୍ଠ ମାଧ୍ୟାକର୍ଷଣ ତରଙ୍ଗ କିମ୍ବା ଦୁଇଟି ଭୂପୃଷ୍ଠ ମାଧ୍ୟାକର୍ଷଣ ତରଙ୍ଗ ମଧ୍ୟରେ ଧକ୍କା ହେବାରୁ ଏପରି ଲହଡି ସମୁଦ୍ରରେ ଦେଖିବାକୁ ମିଳିଥାଏ। ସମୁଦ୍ରରେ ଏପରି ଲହଡି ସୃଷ୍ଟି ହେବା ସାଧାରଣ କଥା।
ଏହି ଘାଟଣାକୁ କ୍ରସ୍ ସି କିମ୍ବା ବର୍ଗ ତରଂଗ କୁହା ଯାଏ ଯାହା ପୂର୍ବରୁ ଏକଦା ସୁନାମୀ ସୁନାମୀ ଚେତାବନୀ ବୋଲି ବିଶ୍ଵାସ କରା ଯାଉଥିଲା କିନ୍ତୁ ଏହା ଔ ବିଶ୍ଵାସ କରା ଯାଉ ନାହିଁ। ବର୍ଗ ତରଙ୍ଗ ପ୍ରାୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟେ। ସାଧାରଣ ପରିସ୍ଥିତି ତୁଳନାରେ ତରଙ୍ଗ କୁଳ ସହିତ ସମାନ୍ତରାଳ ଭାବରେ ଚାଲି ଥାଏ କିନ୍ତୁ ବର୍ଗାକାରୀ ତରଙ୍ଗ ସୃଷ୍ଟି ସେତେବେଳେ ହୁଏ ଯେତେବେଳେ ବିପରୀତ କରେଣ୍ଟରୁ ପ୍ରତିରୋଧ ସତ୍ତ୍ୱେ ଏକ ପାଣିପାଗ ପ୍ରଣାଳୀର ତରଙ୍ଗ ଅନ୍ୟ ଏକ ପାଣିପାଗ ପ୍ରଣାଳୀ ସହିତ ଅବିକଳ କୋଣରେ ଚାଲିଥାଏ।
ଏହିପରି ତରଙ୍ଗ ସମୁଦ୍ର ତଥା ଉପକୂଳ ନିକଟରେ ମଧ୍ୟ ଦେଖିବାକୁ ମିଳେ। ଯଦିଓ ଅନେକ ସ୍ଥାନରେ ଏହା ଦେଖା ଯିବା ସାମାନ୍ୟ କଥା ନୁହେଁ କିନ୍ତୁ ଫ୍ରାନ୍ସର ଲା ରୋଚେଲ୍ ଅଞ୍ଚଳ ନିକଟରେ ପ୍ରାୟ ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟକ ମାନେ ଏହି ଘଟଣା ଦେଖିବା ପାଇଁ ଏକ ଲାଇଟହାଉସ୍ ଉପରକୁ ଚଢିଥାନ୍ତି।

କ’ଣ ବର୍ଗାକାରୀ ତରଙ୍ଗ ବିପଜ୍ଜନକ?
ଖବର ଅନୁଯାୟୀ, ବର୍ଗ ତରଙ୍ଗ ଦ୍ଵାରା ବର୍ଷ ବର୍ଷ ଧରି ଅନେକ ଜାହାଜ ନଷ୍ଟ ହୋଇଛି। ଏହି ସମୟରେ ତରଙ୍ଗ ୩ ମିଟର ଉଚ୍ଚକୁ ଯାଇପାରେ ଯାହା ଛୋଟ ଜାହାଜକୁ ଉଲଟାଇବା ପାଇଁ ଯଥେଷ୍ଟ ଅଟେ। ସମୁଦ୍ର ପ୍ରବାହ ନାବିକ ମାନଙ୍କୁ ତଳକୁ ଟାଣିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ଥାଏ। ବର୍ଗ ତରଙ୍ଗର ଅଧ୍ୟୟନରେ ସମୟରେ ଜଣା ପଡିଥିଲା ଯେ ଅନେକ ଜାହାଜ ଦୁର୍ଘଟଣା ସମୟରେ ସମୁଦ୍ରର ପାରାମିଟର ଗୁଡ଼ିକରେ ପରିବର୍ତ୍ତନ ହୋଇଥିଲା। ଅଧ୍ୟୟନରେ ଆହୁରି ମଧ୍ୟ କୁହା ଯାଇଛି ଯେ ଅଧିକାଂଶ କ୍ଷେତ୍ରରେ ବର୍ଗାକାରୀ ଲହଡି ଉତପନ ହେଉଥିବା ସମୟରେ ଦୁର୍ଘଟଣା ହୋଇଥିଲା।
ସୁନାମୀ କିପରି ପୂର୍ବାନୁମାନ କରା ଯାଇ ପାରିବ?
ବ୍ରିଟାନିକା, ସୁନାମୀକୁ ଏକ ମହାସାଗରୀୟ ତରଙ୍ଗ ଭାବରେ ବ୍ୟାଖ୍ୟା କରେ ଯାହା ସାଧାରଣତ ଭୂକମ୍ପ, ଜଳଜଳ କିମ୍ବା ଜଳକୁଳ ଭୁସ୍ଖଲମ କିମ୍ବା ଆଗ୍ନେୟଗିରି ଉଦ୍ଗୀରଣ ଦ୍ଵାରା ହୋଇଥାଏ।
ଯେଉଁପରି ବୈଜ୍ଞାନିକ ମାନେ ଅଧିକାଂଶ ସୁନାମୀ ସୃଷ୍ଟି କରୁଥିବା ଭୂକମ୍ପର ପୂର୍ବାନୁମାନ କରି ପାରନ୍ତି ନାହିଁ, ସେହି ପରି ପରବର୍ତ୍ତୀ ସୁନାମୀର ସମୟ ଏବଂ ଅବସ୍ଥାନ ବିଷୟରେ ପୂର୍ବାନୁମାନ କରି ପାରନ୍ତି ନାହିଁ। କିନ୍ତୁ ବୈଜ୍ଞାନିକ ମାନେ ଜାଣନ୍ତି ଯେ କେଉଁ ଭୂକମ୍ପରେ ସୁନାମୀ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଚେତାବନୀ କେନ୍ଦ୍ର ବୈଜ୍ଞାନିକ ମାନେ ଭୂକମ୍ପକୁ ଶୀଘ୍ର ଚିହ୍ନଟ ଏବଂ ବିଶ୍ଳେଷଣ କରନ୍ତି ଏବଂପୃଥିବୀର ବିଭିନ୍ନ ସ୍ଥାନରୁ ଭୂକମ୍ପ ଏବଂ ଜଳସ୍ତରୀୟ ନେଟୱାର୍କରୁ ସଂଗୃହିତ ଭୂକମ୍ପ ଏବଂ ସୁନାମୀ ସମ୍ବନ୍ଧୀୟ ସୂଚନା ସାହାଯ୍ୟରେ ସୁନାମୀର ମାପ କରନ୍ତି। ତଥାପି କିଛି ସୁନାମୀ ଯାହା ବିନା ଚେତାବନୀ ସହିତ ଆସିଥାଏ ତାହାର ପୂର୍ବାନୁମାନ କରିବା କଷ୍ଟକର।
ପ୍ରାକୃତିକ ସୁନାମୀ ଚେତାବନୀ ସାଧାରଣତ ନିମ୍ନଲିଖିତ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ଅନ୍ତର୍ଭୁକ୍ତ କରେ ଏବଂ ଏହି ଘଟଣା ଗୁଡ଼ିକର ଅର୍ଥ ହେଉଛି ଯେ କିଛି ସମୟ ମଧ୍ୟରେ ସୁନାମୀ ଆସି ପାରେ। ଏହି ଚେତାବନୀ ହୁଡ଼ିକ ହେଉଛି, ଶକ୍ତିଶାଳୀ କିମ୍ବା ଅଧିକ ସମୟ ତକ ଭୂକମ୍ପ ଏବଂ ଦୁଇଟି ପ୍ରକାରର ସମୁଦ୍ରର ଆଚରଣ। ଏହି ଦୁଇ ପ୍ରକାରର ସମୁଦ୍ର ଆଚରଣ ଯାହା ସୁନାମୀ ଆସିବାର ପୂର୍ବାନୁମାନ କରିବାର ସାହାଯ୍ୟତା କରେ ହେଉଛି, ପ୍ରଥମ: ତୀବ୍ର ଗତିରେ କାନ୍ଥ ପରି ଲହଡିର ବଢିବା। ଦ୍ଵିତୀୟ: ସମୁଦ୍ର ପଣି ହଠାତ ନିଷ୍କାସିତ ହୋଇଥାଏ।
ଆମ କ୍ଲାଇମେଟ୍ ଫ୍ୟାକ୍ଟ ଚେକ୍ ଦଳ ମଧ୍ୟ ଏହି ଦାବିର ଖଣ୍ଡନ କରିଛନ୍ତି। ଆପଣ ମାନେ ଜଳବାୟୁ ସମ୍ବନ୍ଧୀୟ ଅଧିକ ଫ୍ୟାକ୍ଟ ଚେକ୍ ବିଷୟରେ ଅବଗତ ହେବା ପାଇଁ ୱେବସାଇଟ, ଫେସବୁକ, ଇଂଷ୍ଟାଗ୍ରାମ ଏବଂ ଟୁଇଟରରେ ଫୋଲୋ କରି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ବର୍ଗ ତରଙ୍ଗକୁ ସାଧାରଣତ ସୁନାମୀର ଚେତାବନୀ ବୋଲ ଗଣନା କରା ଯାଏ ନାହିଁ। କିନ୍ତୁ ଏହି ତରଙ୍ଗ ବିପଜ୍ଜନକ ବୋଲି ପ୍ରମାଣ କରା ଯାଇଛି।

Title:କ’ଣ ସମୁଦ୍ରରେ ବର୍ଗାକାରୀ ଲହଡି ସୁନାମୀ ଆସିବାର ସଂକେତ ଦେଇ ଥାଏ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
