
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟିଏ ଛୋଟ ପିଲା ଗାଡି ସଫା କରିବା ବାହାନାରେ ଫାଷ୍ଟ୍ ଟ୍ୟାଗରୁ ଟଙ୍କା କ୍ଝୋରୀ କରୁଛି। ଭିଡିଓରର ୬ ସେକେଣ୍ଡ ଆମୟରୁ ୧୬ ସେକେଣ୍ଡ ସମୟ ମଧ୍ୟରେ ସେହି ଦୃଶ୍ୟ ଦେଖି ହେବ।
ଦାବି ଅନୁଯାୟୀ ଫାଷ୍ଟ୍ ଟ୍ୟାଗ୍ କାର୍ଡରୁ ଯେକୌଣସି ସ୍କାନର ବ୍ୟବହାର କରି ଟଙ୍କା ଚୋରୀ କରିବା ସମ୍ଭବ ଅଟେ।
ଏହି ଭିଡିଓର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଫ୍ୟାକ୍ଟ ଲାଇନ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଏନପିସିଆଇ ଦ୍ଵାରା ଜାରି କରା ଯାଇଥିବା ଏକ ଟୁଇଟ ମିଳିଲା। ନେସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NCPI) ହେଉଛି ଏକ ସଂସ୍ଥା ଯାହା ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ ବ୍ଯାଙ୍କ ଏସୋସିଏସନ୍ (IBA) ର ମିଳିତ ଉଦ୍ୟମରେ ଭାରତରେ ଖୁଚୁରା ଦେୟ ଏବଂ ସମାଧାନ ବ୍ୟବସ୍ଥାକୁ ସଂଯୋଜନା କରିଥାଏ।
ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଉତ୍ତେଜନା ସୃଷ୍ଟି ହେଇଥିବାରୁ NCPI ଟୁଇଟ ମାଧ୍ୟମରେ କହିଛି ଯେ ଭାଇରାଲ ଭିଡିଓ ବିଭାରନ୍ତକାରୀ ଏବଂ ମିଥ୍ୟା ଅଟେ। ଯେକୌଣସି ଇଣ୍ଟର୍ନେଟ ସୁବିଧା ବ୍ୟବହାର କରି ଫାଷ୍ଟ୍ ତ୍ୟାଗରୁ ଟଙ୍କା କାରବାର କରି ହେବ ନାହିଁ। ପ୍ରତ୍ଯେକ ଟୋଲ୍ କିମ୍ବା ପାର୍କିଂ ବ୍ୟବସ୍ଥା ପାଇଁ ଅନନ୍ୟ କୋଡି ଜାରି କରା ଯାଇ ଥାଏ ଯାହାର ସମ୍ପର୍କ ସିଧା ବ୍ଯାଙ୍କ ସହିତ ରହି ଥାଏ। ପ୍ରତ୍ଯେକ ବ୍ଯାଙ୍କକୁ ମଧ୍ୟ ଅନନ୍ୟ କୋଡ୍ ପ୍ରଦାନ କରା ଯାଇ ଥାଏ ଯାହା ଦ୍ଵାରା କାରବାର ହେଇଥିବା ଟଙ୍କା ସିଧାସଳଖ ବ୍ଯାଙ୍କକୁ ଆସି ଥାଏ।
ପେଟିଏମ୍ ମଧ୍ୟ ଟୁଇଟ କରି କରି କହିଛି, “ପେଟିଏମ୍ ଫାଷ୍ଟ୍ ଟ୍ୟାଗ୍ ନେଇ ଏକ ମିଥ୍ୟା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଏକ ସ୍ମାର୍ଟ ୱାଚ୍ ଦ୍ଵାରା ଫାଷ୍ଟ୍ ତ୍ୟାଗକୁ ସ୍କାନ କରା ଯାଉଛି। NBTC ନିର୍ଦ୍ଦେଶାବଳି ଅନୁଯାୟୀ ଫାଷ୍ଟ୍ ଟ୍ୟାଗ୍ ଦେୟ କେବଳ ପ୍ରାଧିକୃତ ବଣିକମାନଙ୍କ ଦ୍ଵାରା ଆରମ୍ଭ ହୋଇପାରିବ। ଫାଷ୍ଟ୍ ଟ୍ୟାଗ୍ ବ୍ୟବହାର କରିବା ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ।”
ପିଆଇବି ମଧ୍ୟ ଭାଇରାଲ ଦାବିକୁ ଖଣ୍ଡନ କରି କହିଛି ଯେ ଏହା ଏକ ମିଥ୍ୟା ଭିଡିଓ ଅଟେ। ସ୍ମାର୍ଟ ୱାଚ୍ କିମ୍ବା ଅନ୍ୟାନ୍ୟ ସ୍କାନର ବ୍ୟବହାର କରି ଫାଷ୍ଟ୍ ଟ୍ୟାଗରୁ ଟଙ୍କା କରବାର କରିବା ସମବହାବ ନୁହେଁ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଗୁଜରାତି ଦଳ ଅହମଦାବାଦର ସାଇବର ବିଶେଷଜ୍ଞ ଲକିରାଜ ସିଂ ଝଲ୍ଲାଙ୍କ ସହ ଯୋଗାଯୋଗ କରିଥିଲା। ସେ କହିଛନ୍ତି ଯେ ଫାଷ୍ଟ ଟ୍ୟାଗ୍ ରେଡିଓ ତରଂଗ ବ୍ୟବହାର କରି କାର୍ଯ୍ୟ କରି ଥାଏ। ସେଥିପାଇଁ ଏକ ଭିନ୍ନ ଉପକରଣ ଟୋଲ୍ ବୁଥ୍ ରେ ବ୍ୟବହାର କରା ଯାଇଥାଏ। ଏହି ଉପକରଣ ଦ୍ଵାରା ଗାଡିରେ ଲାଗିଥିବା ଫାଷ୍ଟ ଟ୍ୟାଗ୍ ସ୍କ୍ଯାନ୍ ହୋଇଥାଏ ଏବଂ ଫାଷ୍ଟ ଟ୍ୟାଗ୍ ଏକାଉଣ୍ଟରେ ଥିବା ଧନରାଶି କଟା ଯାଏ। ଏହା ଦ୍ଵାରା ଜଣେ ବ୍ୟକ୍ତିଙ୍କର ବ୍ଯାଙ୍କ ଏକାଉଣ୍ଟରୁ ପଇସା କଟୁଥିବା ଦାବି ମିଥ୍ୟା ଅଟେ।
ଏହା ପରେ ଆମେ ତାଙ୍କୁ ପଚାରିଲୁ ଯେ କ’ଣ ସ୍କ୍ଯାନ୍ କରି ଫାଷ୍ଟ ଟ୍ୟାଗ୍ ରୁ ପଇସା କଟା ଯାଇ ପାରିବ? ଏହାର ଉତ୍ତରରେ ସେ ଆମକୁ କହିଛନ୍ତି ଯେ, “ଏହା ସମ୍ଭବ ନୁହେଁ। ଫାଷ୍ଟ ଟ୍ୟାଗ୍ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ କୌଣସି ସତ୍ୟତା ନାହିଁ। ପିଆଇବି ଏବଂ ଏନସିପିଆଇ ସ୍ପଷ୍ଟ କରିଛି ଯେ ଯେକୌଣସି ସ୍କାନର ବ୍ୟବହାର କରି ଫାଷ୍ଟ୍ ଟ୍ୟାଗରୁ ଟଙ୍କା କାରବାର କରିବା ସମ୍ଭବ ନୁହେଁ। ଫାଷ୍ଟ୍ ଟ୍ୟାଗ୍ କାରବାର କରିବା ପାଇଁ ପ୍ରତ୍ଯେକ ବଣିକମାନଙ୍କୁ ଏକ ଅନନ୍ୟ କୋଡ୍ ପ୍ରଦାନ କରା ଯାଇଥାଏ।

Title:କ’ଣ ଗାଡିରେ ଲାଗିଥିବା ଫାଷ୍ଟ୍ ଟ୍ୟାଗ୍ କାର୍ଡରୁ ଯେକୌଣସି ସ୍କାନର ବ୍ୟବହାର କରି ଟଙ୍କା ଚୋରୀ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
