କ’ଣ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ଜଣେ ସମାଦିକ ତାଙ୍କ ଫୋଟୋ ନେଉଛନ୍ତି? ଜାଣନ୍ତୁ ସତ୍ୟ।

Political Satire

ପ୍ରିୟଙ୍କା ଗାହନୀ ଲକ୍ଷ୍ମୀପୁର ଗସ୍ତ କରୁଥିବା ସମୟରେ ପୋଲିସ ତାଙ୍କୁ ସୀତାପୁର ଅଞ୍ଚଳରେ ଅଟକାଇ ରଖିଥିଲା। ଏହା ପରେ ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ତାଙ୍କର ଏକ ମିଥ୍ୟା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା ଯାହାକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଖଣ୍ଡନ କରିଥିଲା। ସେହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟି ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଥିଲେ। ଆପଣ ମାନେ ଆମର ଫ୍ୟାକ୍ଟ ଚେକ୍ ଏହି ଲିଙ୍କରେ ପଢୀ ପାରିବେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାକୁ ଲାଗିଛି। ଏହି ଫୋଟୋରେ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ଏକ ସାମ୍ବାଦିକ ତଳେ ସୋଇ ତାଙ୍କ ଫୋଟୋ ନେଉଛନ୍ତି ଏବଂ ଅନ୍ୟ ଲୋକେ ସେଠାରେ ଛିଡା ହୋଇ ଦୃଶ୍ୟ ଦେଖୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ସଫେଇ କର୍ମଚାରି ଦ୍ଵାରା ସଫା କର ଯାଇଥିବା ଅଞ୍ଚଳକୁ ଆଗୁଡ଼ି ଠାରେ ସଫା କରୁଥିବା ସମୟରେ ଫୋଟୋଗ୍ରାଫି କରା ଯାଉଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଟୁଇଟରରେ ପ୍ରୀତି ଗାନ୍ଧୀ ନାମକ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋରେ କେବଳ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ତାଙ୍କ ଆଖପାଖରେ ଲୋକ ଛିଡା ହୋଇଥିବା ଦେଖିବାକୁ ମିଳିଛି କିନ୍ତୁ କୌଣସି ସାମ୍ବାଦିକ ତଳେ ସୋଇ ଫୋଟୋ ଉଠାଉଥିବା ଜଣା ପଡି ନାହିଁ।

Archive

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଭାଇରାଲ ଫୋଟୋରେ ଥିବା ସାମ୍ବାଦିକଙ୍କ ଫୋଟୋ କେଉଁଠାରୁ ଆସିଲା। ଆମକୁ ଏହି ସାମ୍ବାଦିକଙ୍କ ଫୋଟୋ pxfuel ନାମକ ୱେବସାଇଟରେ ଦେଖିବାକୁ ମିଳିଲା। 

Archive

ଉପରୋକ୍ତ ଫୋଟୋ ଏବଂ ଭାଇରାଲ ଫୋଟୋର ତୁଳନା କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଦୁଇଟି ଫୋଟୋରେ ଅନେକ ସମାନତା ଅଛି। ତଳେ ସୋଇ ଫୋଟୋ ନେଉଥିବା ବ୍ୟକ୍ତିଙ୍କର ପୋଷାକ, ଗୋଡ ରଖିଥିବା ଷ୍ଟାଇଲ୍ ଏବଂ ତାଙ୍କ ବ୍ୟାଗ ଦୁଇଟି ଫୋଟୋରେ ସମାନ ଜଣା ପଡିଛି। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କମ୍ପୁଟର ଗ୍ରାଫିକ୍ସ ସାହାଯ୍ୟତାରେ ଅସଲି ଫୋଟୋରେ ସାମ୍ବାଦିକଙ୍କ ଫୋଟୋ ଯୋଡା ଯାଇଛି। ଅସଲି ଫୋଟୋରେ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ କେବଳ ଲୋକ ମାନେ ଛିଡା ହୋଇ ଦେଖୁଛନ୍ତି।

Avatar

Title:କ’ଣ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ଜଣେ ସମାଦିକ ତାଙ୍କ ଫୋଟୋ ନେଉଛନ୍ତି?

Fact Check By: Siddharth Sahu 

Result: Satire

Leave a Reply

Your email address will not be published. Required fields are marked *