କ’ଣ ଫୋଟୋରେ ଆହତ ହେଇଥିବା ବ୍ୟକ୍ତି ଅବସର ପ୍ରାପ୍ତ କ୍ଯାପଟେନ ପିପିଏସ ଢିଲୋନ ଅଟନ୍ତି? ଜାଣନ୍ତୁ ସତ୍ୟ।

False Social

ଦେଶରେ କୃଷକ ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ବିରୋଧ ଯୋଗୁଁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ଫୋଟୋ ବର୍ତମାନ ଭାଇରାଲ ହେଇଛି ଯେଉଁଥିରେ ପ୍ରଥମ ଫୋଟୋରେ ସବୁଜ ପଗଡି ପିନ୍ଧିଥିବା ସେନା ଆଧିକାରୀ ଏବଂ ଦୁଇତ୍ୟା ଫୋଟୋରେ ପଗଡି ପିନ୍ଧିଥିବା ଜେନ ଆହତ ବ୍ୟକ୍ତି ଦେଖା ଯାଇଛନ୍ତି। ଫୋଟୋରେ ଥିବା ଉଭୟ ପୁରୁଷ ସମାନ ବ୍ୟକ୍ତି ବୋଲି ଦାବି ସହିତ ଫୋଟୋ ଭାଇରାଲ ହେଇଛି। ଦାବି ଅନୁଯାୟୀ ସେନା ଆଦିକାରୀ କ୍ଯାପଟେନ ପିପିଏସ ଢିଲୋନ ଓ କୃଷକ ଆନ୍ଦୋଳନ ସମୟରେ ଆହତ ହେଇଛନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟର କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଭାରତୀୟ ସେନାର ଶିଖ ରେଜିମେଣ୍ଟ ରୁ ଅବସର ପ୍ରାପ୍ତ କ୍ୟାପଟେନ ପିପିଏସ ଢ଼ିଲନ କେବେବି ଚିନ୍ତା କରି ନଥିବେ ଯେତେବେଳେ ସେ କିଷାନ୍ ଭୂମିକା ରେ ନିଜ ପ୍ରାପ୍ୟ ପାଇଁ ଆନ୍ଦୋଳନ କରିବେ ସେତେବେଳେ ବିଜେପି ITCell ର ୨ଟଙ୍କିଆ ମୁଣ୍ଡା ବିକା ଲୋକ ମାନେ ତାଙ୍କୁ ଖାଲିସ୍ତାନୀ ଆତଙ୍କି କହି ବଦନାମ କରିବେ। ବିଜେପି ITCell ର ୨ ଟଙ୍କିଆ ଭକ୍ତ ମାନେ ବନ୍ଦ କର ଆମ ବୀର ସୁପୁତ୍ର ଙ୍କୁ ବଦନାମ କରିବା।

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଶିଖ ମିଲିଟାରୀ ହିଷ୍ଟ୍ରି ଫୋରମ୍ ନାମକ ଫେସବୁକ ଗ୍ରୁପ୍ ରେ ଗୋଟିଏ ପୋଷ୍ଟ ମିଳିଲା। ଏହି ପୋଷ୍ଟ ସୁଖବିନଦର ସିଂହ ସରପଞ୍ଚ ଉବୋକେ ନାମକ ବ୍ୟକ୍ତି ଦ୍ଵାରା କରା ଯାଇଅଛି। ୨୯ ନଭେମ୍ବର ର ଏହି ପୋଷ୍ଟରେ କୁହା ଯାଇଅଛି ଯେ ଆଜି ମୋର ପିତା କ୍ଯାପଟେନ ପିପିଏସ ଢିଲୋନଙ୍କ ଜନ୍ମଦିନ। ସେ ୧୯୯୩ ରେ ଅବସର ପ୍ରାପ୍ତ କରି। ସେ ୧୯୬୫, ୧୯୭୧ ଆଉ ୧୮୯୮୯-୯୦ ମସିହାରେ ଦେଶ ପାଇଁ ଲଢେଇ ମଧ୍ୟ କରିଥିଲେ। 

SSSU.jpg

Facebook | Archive

ଫେକ୍ଟ କୃସେଣ୍ଡୋ ସୁଖବିନଦର ସିଂହଙ୍କ ସହିତ ସମ୍ପର୍କ କରି ସୁନିଶ୍ଚିତ କରିଲା ଯେ ଫୋଟୋରେ ଥିବା ବ୍ୟକ୍ତି ତାଙ୍କ ପିତା। ସେ କହିଲେ, “ଭାଇରାଲ ହେଇଥିବାରେ ଥିବା ବ୍ୟକ୍ତି ମୋର ପିତା ଅଟନ୍ତି। ସେ ଜଣେ ଭାରତୀୟ ସେନାର ଅଧିକାରୀ ଥିଲେ ଓ ବର୍ତମାନ ସେ ଅବସର ପ୍ରାପ୍ତ କରି ସାରିଛନ୍ତି। ପୋଷ୍ଟରେ ଥିବା ଦୁଇତ୍ୟ ବ୍ୟକ୍ତି ସହିତ କୌଣସି ସମ୍ବନ୍ଧ ନାହିଁ। ମୋର ପିତା ଘରେ ଅଛନ୍ତି ଏବଂ ବର୍ତମାନ ଚାଲୁଥିବା ଆନ୍ଦୋଳନରେ ନିଜ ଯୋଗଦାନ ଦେଇ ନାହାନ୍ତି। ଦୁଇତ୍ୟ ଫୋଟୋରେ ଥିବା ବ୍ୟକ୍ତିଙ୍କ ନାତି ସହିତ ମୁଁ ସମ୍ପର୍କ କରି ସାରିଛି।“

ସୁଖବିନଦେର ପଞ୍ଜାବର ଉବୋକେ ନାମ ଜିଲ୍ଲାର ସରପଞ୍ଚ ଅଟନ୍ତି। ସେ ଆମକୁ ତାଙ୍କ ପିତାଙ୍କ ଜନ୍ମଦିନ ପାଳନର ଭିଡିଓ ପଠେଇଲେ। 

ଏହା ପାରେ ଆମେ ଦୁଇତ୍ୟ ଫୋଟୋରେ ଥିବା ବୃଦ୍ଧ କୃଷକଙ୍କ ନାତି ତେଜପାଳ ସିଂହ ଓତ୍ତାଲଙ୍କ ସହିତ ସମ୍ପର୍କ କରିଲୁ। ସେ ଆମକୁ କହିଲେ “ଭାଇରାଲ ହେଇଥିବା ଦୁଇତ୍ୟ ଫୋଟୋରେ ଆହତ ହେଇଥିବା ବ୍ୟକ୍ତି ମୋର ଦାଦାଜି ଅଟନ୍ତି। ସୋସିଆଲ ମିଡିଆ ୟୁଜର ଭୁଲ କରୁଛନ୍ତି କାରଣ ଦୁଇଜଣ ବ୍ୟକ୍ତି ଦେଖିବାକୁ ପ୍ରାୟ ସମାନ କିନ୍ତୁ ଦୁଇ ଜଣ ଭିନ୍ନ ବ୍ୟକ୍ତି ଅଟନ୍ତି। ମୋର ଦାଦା ବର୍ତମାନ ଚାଲି ଥିବା କୃଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି ଏବଂ ମୁଁ ମଧ୍ୟ ଏହି ଆନ୍ଦୋଳନରେ ଭାଗ ନେଇଛି। ହରିୟାଣା ଏବଂ ପଞ୍ଜାବ ସୀମାରେ ଶମ୍ଭୁ ପୋଲିସ ସହିତ ହେଇଥିବା ଏଙ୍କାଉଣ୍ଟରରେ ମୋର ଦାଦାଜି ଆହତ ହେଇଥିଲେ ଓ ତାଙ୍କ ଆଖି ପାଖରେ ଆହତ ହେଇଥିବାରୁ ମୁଁ ତାଙ୍କୁ ଘରକୁ ପଠାଇ ଦେଇଛି।“ 

ତେଜପାଳ ସିଂହ ତାଙ୍କ ଜେଜେବାପା ଏସ.ବଳବନ୍ତ ସିଂହ ଓତ୍ତଳଙ୍କ ଗୋଟିଏ ଭିଡିଓ ପଠେଇଛନ୍ତି ଯେଉଁଥିରେ ସେ ନିଜ ଆହତ ହେଇଥିବା କଥା କହିଛନ୍ତି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ଦୁଇ ବ୍ୟକ୍ତି ଭିନ୍ନ ଅଟନ୍ତି। ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ଏବଂ ଅନ୍ୟ ବ୍ୟକ୍ତି ଜଣେ କୃଷକ ଅଟନ୍ତି। ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ସମ୍ବନ୍ଧ ବା ସମ୍ପର୍କ ନାହିଁ। 

Avatar

Title:କ’ଣ ଫୋଟୋରେ ଆହତ ହେଇଥିବା ବ୍ୟକ୍ତି ଅବସର ପ୍ରାପ୍ତ କ୍ଯାପଟେନ ପିପିଏସ ଢିଲୋନ ଅଟନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *