
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ସତସଙ୍ଗ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି କୁହା ଯାଇଛି ଯେ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋକୁ ଏହି ଦାବି ବିଷୟରେ ଅନୁସନ୍ଧାନ କରିବାର ଅନୁରୋଧ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଆସିଥିଲା।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ନିମ୍ନ ଲିଙ୍କ୍ ରେ କ୍ଲିକ୍ କରି ଆପଣ ଭାଇରାଲ ଭିଡିଓ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓ ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦୧୩ ମସିହାରେ ୟୁଟ୍ଯୂବରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଗୀତାଞ୍ଜଳି ରାୟଙ୍କର ଅଫିସିଆଲ ୟୁଟ୍ଯୂବ ଚ୍ୟାନାଲରେ ପ୍ରସାରିତ ହେଇଛି। ଭିଡିଓ ସହିତ କ୍ୟାପସନ୍ ରେ ଲେଖା ଯାଇଛି ଯେ ଚିନ୍ମୟ ମିଶନ ଗୀତାଞ୍ଜଳି ରାୟଙ୍କ ଦ୍ଵାରା ଗାଇଥିବା ଅଦ୍ଭୁତ ଗଠନର ଏକ ସୁନ୍ଦର ଉପସ୍ଥାପନା ଆୟୋଜନ କରିଥିଲେ।
ଏହା ପରେ ଆମେ ଗୀତାଞ୍ଜଳି ରାୟଙ୍କର ୱେବସାଇଟ ଯାଇ ମଧ୍ୟ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ତାଙ୍କର ୱେବସାଇଟରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା।

ୟୁଟ୍ୟୁବରେ ଗୀତାଞ୍ଜଳି ରାୟଙ୍କର ଚ୍ୟାନାଲ ସର୍ଚ୍ଚ କରିଲା ପରେ ଆମେ ଅନ୍ୟ ଏକ ଭିଡିଓ ସାମନାକୁ ଆସିଲୁ ଯେଉଁଥିରେ ସେ ଏକ ସାକ୍ଷାତକାରରେ ସ୍ପଷ୍ଟ କରି କହିଛନ୍ତି ଯେ ସେ ମହମ୍ମଦ ରଫିଙ୍କର ନାତୁଣୀ ନୁହନ୍ତି। ସେ ଭିଡିଓରେ କହିଛନ୍ତି ଯେ “ମୁଁ ମହମ୍ମଦ ରଫି ସାହାବଙ୍କର ନାତୁଣୀ ମୁସ୍ତାଫା ପରବେଜ ଯିଏ ମଧ୍ୟ ହେଉ ତାହା ମୁଁ ନୁହେଁ। ମୁଁ ତାଙ୍କ ନାତୁଣୀ ହେଇଥିଲେ ଅତ୍ୟନ୍ତ ଭଲ ହେଇଥାନ୍ତା କାରଣ ସଙ୍ଗୀତ ପ୍ରତି ମୋର ଚିନ୍ତାଧାରା ଆହୁରି ଦୃଢ ହେଇଥାନ୍ତା ମୁଁ ଏହି ବିଷୟ ଅନେକ ସମୟରୁ ସ୍ପଷ୍ଟ କରିବାକୁ ଚାହୁଁଥିଲି।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ସତସଙ୍ଗ କରୁଥିବା ମହିଳା ମହମ୍ମଦ ରଫିଙ୍କର ନାତୁଣୀ ନୁହନ୍ତି। ଭିଡିଓରେ ଥିବା ଗାୟିକାଙ୍କ ନାମ ଗୀତାଞ୍ଜଳି ରାୟ ଅଟେ। ସେ ନିଜ ୟୁଟ୍ୟୁବ ଚ୍ୟାନାଲ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ସେ ମହମ୍ମଦ ରଫିଙ୍କର ନାତୁଣୀ ନୁହନ୍ତି।

Title:କ’ଣ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି?
Fact Check By: Siddharth SahuResult: False
