
ବର୍ତ୍ତମାନ ସୋସିଆଲ ମିଡିଆରେ ଫୋଟୋ ସହିତ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାଇ କରା ଯାଇଛି ଯେ ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନର ପ୍ରଥମ ମହିଳା ପାଇଲଟ୍ ସାଫିଆ ଫିରୋଜଙ୍କୁ ପଥର ମାରି ହତ୍ୟା କରିଛନ୍ତି। ଭାଇରାଲ ହେଉଥିବା ଫୋଟୋରେ ଆପଣ ଦେଖି ପାରିବେ ଯେ ଜଣେ ମହିଳା ରକ୍ତାକ୍ତ ହୋଇ ଛିଡା ହୋଇଛନ୍ତି ଦାବି ଅନୁଯାୟୀ ଏହି ଆଘାତ ହୋଇଥିବା ମହିଳା ସାଫିଆ ଫିରୋଜ୍ ଅଟନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ପୋଷ୍ଟକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୯ ଅଗଷ୍ଟରେ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି, “ଏ ହେଉଛନ୍ତି ସାଫିଆ ଫିରୋଜ୍। ଆଫଗାନିସ୍ତାନ ବାୟୁ ସେନାର ପ୍ରଥମ ମହିଳା ପାଇଲଟ୍। ତାଲିବାନ ତାଙ୍କୁ ପଥର ମାରି ମାରି ହତ୍ୟା କରିଛନ୍ତି। ଏହା ଶାରିଆତ ଆଇନର ଏକ ଉଦାହରଣ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଦ୍ଵିତିୟ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହ ୱେବସାଇଟ ଅନୁଯାୟୀ ଫୋଟୋ ରେ ଥିବା ମହିଳା ହେଉଛନ୍ତି ଆଫଗାନିସ୍ତାନର ୨୭ ବର୍ଷିୟା ଫାରଖୁନ୍ଦା ମାଲିକଜାଦା। କୁରାନର କିଛି ପ୍ରୁଷ୍ଠା ଜଳେଇ ଦେଇଥିବା ଅଭିଯୋଗ ରେ ସ୍ଥାନୀୟ ଲୋକମାନେ ତାଙ୍କ ହତ୍ୟା କରିଥିଲେ। ୧୯ ମାର୍ଚ ୨୦୧୫ ରେ ଆଫଗାନିସ୍ତାନର ରାଜଧାନୀ କାବୁଲ ରେ ଏହି ଘଟନା ଘଟିଥିଲା।

ଏହା ପରେ ଆମେ ଗୁଗୁଲ ରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲା ପରେ ଆମକୁ 26 ଡିସେମ୍ବର 2015 ର ନ୍ୟୁୟର୍କ ଟାଇମ୍ସ ୱେବସାଇଟ ରେ ଏହି ଘଟଣା ସମ୍ବନ୍ଧୀୟ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ବଭିଡିଓ ରେ କୁହାଯାଇଛି ଯେ 27 ବର୍ଷୀୟା ଫାରଖୁନ୍ଦା ମାଲିକଜାଦାଙ୍କ ଉପରେ କୁରାନ ଜଳେଇବାର ମିଥ୍ୟା ଅଭିଯୋଗ ଲଗାଇ ତାଙ୍କର ହତ୍ୟା କରା ଯାଇଥିଲା।
ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ବିବିସି ନ୍ୟୁଜ ନାଇଟ୍ ଚ୍ୟାନାଲ ରେ 12 ଅଗସ୍ତ 2015 ରେ ପ୍ରସାରିତ ହେଇଥିବା ଏକ ଭିଡିଓ ସାମନାକୁ ଆସିଲା। ଏହି ଭିଡିଓ ରେ ମଧ୍ୟ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ କୁରାନ ଜଳାଇବାର ମିଥ୍ୟା ଅଭିଯୋଗରେ ତାଙ୍କର ହତ୍ୟା କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ରେ ରକ୍ତାକ୍ତ ହେଇଥିବା ମହିଳା ସୋଫିୟା ଫିରୋଜ ନୁହନ୍ତି, ବରଂ ଫାରଖୁନ୍ଦା ମାଲିକଜାଦା ଅଟନ୍ତି। 2015 ମସିହା ରେ କୁରାନ ଜଳାଇଅବାର ମିଥ୍ୟା ଅଭଯୋଗ ରେ ତାଙ୍କର ହତ୍ୟା କରା ଯାଇଥିଲିଆ।

Title:କ’ଣ ଫୋଟୋରେ ଥିବା ମହିଳା ସାଫିଆ ଫିରୋଜ ଅଟନ୍ତି ଯାହାକୁ ତାଲିବାନ ପାନେ ପଥର ମାରି ହତ୍ୟା କରିଛନ୍ତି?
Fact Check By: Siddharth SahuResult: False
